ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ପୁରୀ ଅଫିସ/ନିମାପଡ଼ା, (ଡି.ଏନ.ଏ)୧୭-୯:ନିମାପଡ଼ା ଜଳସମ୍ପଦ ବିଭାଗର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ତାଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟରେ ୧୦ଟି ପ୍ଲଟ, ୨ଟି ଚାରି ମହଲା କୋଠା, ଏକ ଆଜବେଷ୍ଟ୍‌ସ ଘର, ୩୪ ଲକ୍ଷ ଟଙ୍କାର ଦୁଇଟି କାର୍‌, ୩ଟି ବାଇକ୍‌, ୧୪ ଲକ୍ଷ ଟଙ୍କାର ସୁନାଗହଣା, ଏଲ୍‌ଆଇସି ଏବଂ ଅନ୍ୟାନ୍ୟ କମ୍ପାନୀରେ ରହିଥିବା ୭ ଲକ୍ଷ ଟଙ୍କାର ବୀମା, ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଜମାଖାତା ଜବତ କରାଯାଇଛି। ଜବତ ହୋଇଥିବା ଯନ୍ତ୍ରୀ ବିଶ୍ୱାଳଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚଢାଉ ଜାରି ରହିଥିବା ପୁରୀ ଭିଜିଲାନ୍ସ ଡିଏସ୍‌ପି ହର ନାରାୟଣ ପତି କହିଛନ୍ତି।
ସୂଚନା ଅନୁଯାୟୀ, ଭୋର ସମୟରେ ପୁରୀ ଓ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ ହୋଇଥିଲା। ନିମାପଡ଼ାସ୍ଥିତ ଯନ୍ତ୍ରୀ ବିଶ୍ୱାଳଙ୍କ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ, ନିମାପଡ଼ା ଏନ୍‌ଏସି ଅଧୀନ ଭୁବନପୁରସ୍ଥିତ ଘର, ପୁରୀ ସହରର ମଧୁବନ ୫ମ ଲେନ୍‌ ଏବଂ ସେନାପତି ବଗିଚାରେ ଥିବା କୋଠା, ବଳଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡିସ୍ଥିତ ପୈତୃକ ଘର ଏବଂ ଦୀପ୍ତିଦେଉଳିସ୍ଥିତ ଶ୍ୱଶୁର ଘରେ ଏକସଙ୍ଗେ ଚଢାଉ କରାଯାଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀ, ଆଇଆଇସି ସରିତା ତ୍ରିପାଠୀ, ଏ.କେ. ବିରୁଆଙ୍କ ସମେତ ପୁରୀ ଡିଏସ୍‌ପି ପତି, ଆଇଆଇସି ମଦନ ମୋହନ ପ୍ରଧାନ, ଖୋର୍ଦ୍ଧା ଭିଜିଲାନ୍ସର ଆଇଆଇସି ଚନ୍ଦ୍ରକଳା ଜେନା ଏବଂ ମନୋରଞ୍ଜନ ପାଇକରାୟ ପ୍ରମୁଖ ଚଢାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷ ଛଡ଼ାଇବାକୁ ଉଦ୍ୟମ

କଟକ ଅଫିସ,୧୫ା୭: ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏପରି କି ଏଠାରେ ବିଭିନ୍ନ ସମୟରେ ଆଧୁନିକ ପ୍ରଣାଳୀରେ ଚିକିତ୍ସା...

ଓମିକ୍ରନ ସଂକ୍ରମିତ ଦେଶରୁ ୨ ଦିନରେ ଓଡ଼ିଶା ଆସିଛନ୍ତି ୩୮୦

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ବିଶ୍ୱକୁ ଏବେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭୟ ରହିଥିବା ବେଳେ ଓଡ଼ିଶାକୁ ମଧ୍ୟ ଚିନ୍ତା ଘାରିଛି। ଓମିକ୍ରନ ସଂକ୍ରମଣ ଦେଶରୁ ଓଡ଼ିଶାକୁ...

ସାତ ମାସ ହେଲା ମିଳିନି ଦରମା: ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକାଙ୍କୁ ବିରୋଧ; ସିଡିଏମ୍‌ଓ ଅଫିସରେ ତାଲା ପକାଇ ଧାରଣାରେ ବସିଲେ ଠିକା କର୍ମଚାରୀ

ପୁରୀ ଅଫିସ,୨୦।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଶହେରୁ ଊର୍ଦ୍ଧ୍ୱ ଠିକା କର୍ମଚାରୀ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଡିଏଚ୍‌ଏଚ୍‌ରେ ବିରୋଧ କରିଛନ୍ତି। ବୁଧବାର...

ଭାଲୁଠୁ ବାଇକ୍‌ ଚାଳକଙ୍କୁ ରକ୍ଷା କଲେ ବୁଲା କୁକୁର

ସଜନାଗଡ଼, ୨୫।୩(ଡି.ଏନ.ଏ.)- ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଏବେ ସହରମୁହାଁ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସ୍ବର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରୁ ବୁଧବାର ମଧ୍ୟରାତ୍ରରେ ଏକ ଭାଲୁ ଚାଲିଆସି...

ବଲାଙ୍ଗୀରରେ ନରସିଂହ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ରହିଛନ୍ତି। ନରସିଂହ ୮୨୬୬ ଭୋଟ...

ମଠ, ମନ୍ଦିର ଭଙ୍ଗାଯିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଜରୁରୀ: ସୁପ୍ରିମକୋର୍ଟ

ପୁରୀ ଅଫିସ,୩।୧୦: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସମ୍ପନ୍ନ ମଠ,ମନ୍ଦିର ଭଙ୍ଗା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାଜରୁରୀ। ଏପରିକି...

୧୧ ହଜାର ଉପରେ ଦୈନିକ ସଂକ୍ରମଣ: ଆଜି ୧୧୬୦୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ବୁଧବାର ରାଜ୍ୟରେ ୧୧୬୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ଆନ୍ତଃଜିଲା ବାଇକ୍‌ ଚୋରି ରାକେଟର ପର୍ଦ୍ଦାଫାଶ: ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା ଅଫିସ,୨୨ା୧: ଲୁଟେରାମାନେ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଗୋଟିଏ ପରେ ଗୋଟିଏ ବାଇକ୍‌ ଲୁଟ୍‌ କରି ଚାଲିଥିଲେ। ଯାହାକି ପୋଲିସ...

Advertisement
Archives

Model This Week