ଭିଜିଲାନ୍ସ ଜାଲରେ କିରାଣି: ମୃତ୍ୟୁକାଳୀନ ସାର୍ଟିଫିକେଟ ପାଇଁ ନେଉଥିଲେ ୧ ହଜାର ଲାଞ୍ଚ

ଖୋର୍ଦ୍ଧା ଅଫିସ,୧୧ା୯:  ମୃତ୍ୟୁ କାଳୀନ ସାର୍ଟିଫିକେଟ ଦେବାକୁ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ବ୍ଲକ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗର କିରାଣି ଅଶୋକ କୁମାର ମହାନ୍ତି (୪୭) ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅଶୋକଙ୍କଠାରୁ ଭିଜିଲାନ୍ସ ୧ ହଜାର ଟଙ୍କା ଜବତ କରିଥିବାବେଳେ ୭ ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮ରେ ନଂ. ୩୭/୧୯ରେ ମକଦ୍ଦମା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଶୋକଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
ବଣିଆଟାଙ୍ଗୀର ମନୋରଞ୍ଜନ ରାୟଙ୍କର ବାପା ରାଜେନ୍ଦ୍ରଙ୍କ ୨୦୦୩ରେ ମୃତ୍ୟୁବରଣ କରିଥିଲେ। ତେବେ ବାପାଙ୍କର ମୃତ୍ୟୁକାଳୀନ ସାର୍ଟିଫିକେର୍ଟ ମନୋରଞ୍ଜନ କାଢି ନ ଥିଲେ। ଆବଶ୍ୟକତା ଦୃଷ୍ଟିରୁ ମୃତ୍ୟୁ କାଳୀନ ସାର୍ଟିଫିକେର୍ଟ ପାଇଁ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କିରାଣି ଅଶୋକଙ୍କ ସହ ମନୋରଞ୍ଜନ ଯୋଗାଯୋଗ କରିଥିଲେ। ମୃତ୍ୟୁକାଳୀନ ସାର୍ଟିଫିକେର୍ଟ ପାଇଁ ୨ ହଜାର ଟଙ୍କା ଦେବାକୁ ପଡିବ ବୋଲି ଅଶୋକ ରୋକଠୋକ କହିଥିଲେ। ଗତ ୭ ତାରିଖରେ ପୁଣି ଯୋଗାଯୋଗ କରିବାରୁ ସେହି ୨ ହଜାର ମାଗିଥିଲେ। ଶେଷରେ ୧ ହଜାର ଟଙ୍କା ଦେଲେ ମୃତ୍ୟୁ କାଳୀନ ସାର୍ଟିଫିକେର୍ଟ ଦେବେ ବୋଲି ଅଶୋକ କହିଥିଲେ। ଏପରିସ୍ଥିତିରେ ମନୋରଞ୍ଜନ ଭିଜିଲାନ୍ସ ସହ ଯୋଗାଯୋଗ କରି ବୁଧବାର ମଧ୍ୟାହ୍ନରେ ଅଶୋକଙ୍କୁ ୨ଟି ୫୦୦ ଟଙ୍କିଆ ନୋଟ ଲାଞ୍ଚ ଦେଇଥିଲେ। କିଛି ସମୟ ପରେ ପ୍ରାୟ ୧୨. ୧୫ରେ ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗରେ ଭିଜିଲାନ୍ସ ଚଢାଉ କରି ଅଶୋକଙ୍କଠାରୁ ୧ ହଜାର ଟଙ୍କା ଜବତ କରିଥିଲେ। ଏପରିକି ମୃତ୍ୟୁ କାଳୀନ ପ୍ରମାଣ ପତ୍ରର ଆବେଦନ ପତ୍ର, ଆବଶ୍ୟକ କାଗଜପତ୍ର ଭିଜିଲାନ୍ସ ଜବତ କରିଛି। ଭୁବନେଶ୍ୱର ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀ, ଖୋର୍ଦ୍ଧା ଡିଏସ୍‌ପି ଭାରପ୍ରାପ୍ତ ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଚନ୍ଦ୍ରକଳା ଜେନା, ଅଶୋକ ବିରୁହା, ୮ଜଣ ଏହି ଚଢ଼ାଉରେ ସାମିଲ ହୋଇଥିଲେ। କଟକ ଜିଲା ବାଙ୍କୀ ବ୍ଲକ ସହାଡାପଦା ଗଁାରେ ଅଶୋକଙ୍କ ଘର ହୋଇଥିବାବେଳେ ସେ ଖୋର୍ଦ୍ଧା ଲୋକେଶ୍ୱରପୁରରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri