ଭିଆର୍‌ଏସ୍‌ ସ୍କିମ୍‌ ଆଣିଲା ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏହାର କର୍ମଚାରୀଙ୍କ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା ( ଭିଆର୍‌ଏସ୍‌)ର ଆରମ୍ଭ କରିଛି। କ୍ଷତିରେ ଚାଲୁଥିବା ଏହି କମ୍ପାନୀର ପୁନରୁଦ୍ଧାର ଯୋଜନାକୁ ସରକାର ନିକଟରେ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ପଦକ୍ଷେପ ଅନ୍ତର୍ଗତ ଉକ୍ତ ଯୋଜନାକୁ କମ୍ପାନୀ ଆରମ୍ଭ କରିଥିବା ଜଣାପଡିଛି। ଏହି ଯୋଜନାର ଲାଭ ୭୦ରୁ ୮୦ ହଜାର କର୍ମଚାରୀ ନେବେ ବୋଲି ବିଏସ୍‌ଏନ୍‌ଏଲ୍‌ ଆଶାବାଦୀ ରହିଛି। ଏହା ଦ୍ୱାରା ମଞ୍ଜୁରୀ ବିଲ୍‌ ବାବଦକୁ କମ୍ପାନୀ ପ୍ରାୟ ୭,୦୦୦ କୋଟି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବ ବୋଲି କୁହାଯାଇଛି। ନଭେମ୍ବର ୪ଠାରୁ ଡିସେମ୍ବର ୩ ମଧ୍ୟରେ ଏହା ଖୋଲାରହିବ। ଭିଆର୍‌ଏସ୍‌ ଅଫରିଂ ନେଇ କର୍ମଚାରୀଙ୍କୁ ସୂଚନା ଦେବାକୁ ଫିଲ୍ଡ ୟୁନିଟ ଗୁଡିକୁ କୁହାଯାଇଥିବା ବିଏସ୍‌ଏନ୍‌ ଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ. ପରଓ୍ବାର ବୁଧବାର କହିଛନ୍ତି।
କମ୍ପାନୀରେ ବର୍ତ୍ତମାନ ୧.୫୦ ଲକ୍ଷ କର୍ମଚାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ଭିଆର୍‌ଏସ୍‌ ନେବାକୁ ଯୋଗ୍ୟ ବିବେଚିତ ହୋଇପାରିବେ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହା ସର୍ବୋତ୍ତମ ଭିଆର୍‌ଏସ୍‌ ହୋଇଥିବା ବେଳେ କର୍ମଚାରୀମାନେ ସକାରାତ୍ମକ ଭାବେ ଏହାକୁ ଗ୍ରହଣ କରିବାକୁ ପରଓ୍ବାର କହିଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବିଏସ୍‌ଏନ୍‌ଏଲ୍‌ର କର୍ମଚାରୀ, ନିୟମିତ ତଥା ସ୍ଥାୟୀ କର୍ମଚାରୀ, ଅନ୍ୟ ସ୍ଥାନରେ ଡେପୁଟେଶନରେ କାର୍ଯ୍ୟକରୁଥିବା କମ୍ପାନୀର କର୍ମଚାରୀ ଏହି ସ୍କିମ୍‌ ଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହେବ। ସେହିଭଳି ଏମ୍‌ଟିଏନ୍‌ ଏଲ୍‌ ମଧ୍ୟ ଭିଆର୍‌ଏସ୍‌ ହାତକୁ ନେଇଛି। ଏହା ଗୁଜରାଟ ମଡେଲ ଭିଆରଏସ୍‌ ହୋଇଥିବା ଏହାର ଲାଭ କର୍ମଚାରୀମାନେ ଡିସେମ୍ବର ୩ ତାରିଖ ଯାଏ ନେଇ ପାରିବେ। କମ୍ପାନୀର ସ୍ଥାୟୀ କର୍ମଚାରୀ ଏବଂ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ଏହି ସ୍କିମ ୍‌ଲାଭ ନେବାକୁ କୁହାଯାଇଛି।
ସରକାର ଗତ ମାସରେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ଲାଗି ୬୯,୦୦୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନା ଘୋଷଣା କରିଥିଲେ। କ୍ଷତିରେ ଚାଲୁଥିବା ଏହି ୨ କମ୍ପାନୀର ମିଶ୍ରଣ, ସମ୍ପତ୍ତିର ମୁଦ୍ରାକରଣ, କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଯୋଜନା ନେଇ ପ୍ରସ୍ତାବ ରହିଛି। ଆଗାମୀ ବର୍ଷଗୁଡିକରେ ଏହି କମ୍ପାନୀକୁ ଏକ ଲାଭବାନ କମ୍ପାନୀଭାବେ ଗଢି ତୋଳିବା ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି। କମ୍ପାନୀକୁ ସରକାର ୪ଜି ସ୍ପେକ୍ଟ୍ରମ କ୍ରୟ ଲାଗି ୨୦,୧୪୦ କୋଟି ଟଙ୍କା ପ୍ରଦାନ କରିବେ। ସ୍ପେକ୍ଟ୍ରମ ଦେୟ ପ୍ରଦାନ ବେଳେ ୩,୬୭୪ କୋଟି ଟଙ୍କାର ଜିଏସ୍‌ଟି ପ୍ରଦାନ ନେଇ ପାଣ୍ଠି ବ୍ୟବସ୍ଥା ସରକାର କରିବେ। ୧୫,୦୦୦ କୋଟି ଟଙ୍କାର ସଭରେନ ଗ୍ୟାରେଣ୍ଟି ସଂଗ୍ରହ, ୧୭,୧୬୦ କୋଟି ଟଙ୍କାର ଭିଆର୍‌ଏସ୍‌ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାଦ ୧୨,୭୬୮ କୋଟି ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ଗତ ୯ ବର୍ଷ ଧରି ଏମ୍‌ଟିଏନ୍‌ଏଲ୍‌ କ୍ଷତି ସହୁଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୨୦୧୮ ପରଠାରୁ କ୍ଷତି ସହୁଛି। କମ୍ପାନୀ ଉପରେ ମୋଟ ୪୦,୦୦୦ କୋଟି ଟଙ୍କାର ଋଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri