ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ୨୫ ହଜାର କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ,୭-୧୧: ଦେଶ ମଧ୍ୟରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା ପ୍ରାୟ ୧୬୦୦ ରିୟଲ ଇଷ୍ଟେଟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସରକାର ପୁଞ୍ଜି ଯୋଗାଣ ସମ୍ପର୍କରେ ଘୋଷଣା କରିଛନ୍ତି। ଏନେଇ ୨୫ ହଜାର କୋଟି ଟଙ୍କାର ଏକ ବେଲ୍‌ ଆଉଟ୍‌ ପାଣ୍ଠି ଗଠନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ପୁଣି ଆରମ୍ଭ କରି ଦେଶର ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ଏଭଳି ନିଷ୍ପତ୍ତି ସରକାର ଘୋଷଣା କରିଥିବା ଜଣାପଡିଛି। ଏହାକୁ ଘୋଷଣା କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍‌)ରେ ସରକାର ୧୦,୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଦ୍ୱାରା ପୁଞ୍ଜି ବ୍ୟବସ୍ଥା କରିବେ। ଏହାବାଦ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଏବଂ ଲାଇଫ୍‌ଇନସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଲ୍‌ଆଇସି) ୧୫,୦୦୦ କୋଟି ଟଙ୍କା ଯୋଗାଇ ଦେବେ। ଏହି ଭଳି ଭାବେ ମୋଟ ୨୫,୦୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯିବ। ମଧ୍ୟମ ଏବଂ ନିମ୍ନ ଆୟକାରୀ ଗ୍ରୁପର ମୋଟ ବନ୍ଦ ହୋଇ ପଡିଥିବା ୧୬୦୦ ପ୍ରକଳ୍ପରେ ୪.୫୮ ଲକ୍ଷ ୟୁନିଟ ହାଉସିଂର କାର୍ଯ୍ୟ ପୁଣିଥରେ ତ୍ୱରାନ୍ବିତ ହେବ। ଘର କ୍ରେତା ବିଲ୍‌ଡରଙ୍କୁ ଘର ନେବା ଲାଗି ଅଗ୍ରୀମ ପ୍ରଦାନ କରିଛନ୍ତି। ହେଲେ ବିଭିନ୍ନ କାରଣ ଲାଗି ପ୍ରକଳ୍ପଗୁଡିକ ଅଟକି ରହିଛି। ଲୋକମାନେ ଏହାକୁ ନେଇ ଅନେକ ସମସ୍ୟା ସାମ୍ନା କରିଥିବା ବେଳେ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଚାର କରି ପଦକ୍ଷେପ ନିଆଯାଇଛି ବୋଲି ନିର୍ମଳା ସ୍ପଷ୍ଟ କରିଛନ୍ତି।
ଦେଶରେ ମାନ୍ଦାବସ୍ଥା ଚାଲିଥିବା ବେଳେ ରିୟଲ ଇଷ୍ଟେଟ କ୍ଷେତ୍ରର କାର୍ଯ୍ୟକଳାପ ହ୍ରାସ ଘଟିଛି। ଏହି କ୍ଷେତ୍ର ଅନେକ ଲୋକଙ୍କୁ ନିଯୁକ୍ତି ଦେଉଥିବା ବେଳେ ଗତ ୨ ବର୍ଷରୁ ଅଧିକ ସମୟ ହେବ ଧିମାସ୍ଥିତିରେ ରହିଛି। ଦେଶର କୋର୍‌ ସେକ୍ଟର ଏହା ସିଧାସଳଖ ସମ୍ପର୍କ ରଖିଥିବାରୁ ଉକ୍ତ କ୍ଷେତ୍ରର ଉନ୍ନତି ହେଲେ ଏହା ଦେଶର ଅର୍ଥ ବ୍ୟବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ସିମେଣ୍ଟ, ଲୁହା ଏବଂ ଇସ୍ପାତ ଭଳି କ୍ଷେତ୍ରରେ ଚାହିଦା ବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହେବ। ସେହିଭଳି ପ୍ରମୁଖ କ୍ଷେତ୍ରଗୁଡିକରେ ଲାଗି ରହିଥିବା ମାନ୍ଦାବସ୍ଥା ବିରୋଧରେ ଲଢେଇ କରିବାରେ ଏହା କାର୍ଯ୍ୟ କରିବ। ଏହି ପାଣ୍ଠିକୁ ସରକାର ବଢାଇବା ଲାଗି କାର୍ଯ୍ୟ କରିବେ ବୋଲି ସୂଚନା ରହିଛି। ଏଆଇଏଫ୍‌ରେ ସୋଭରେନ୍‌ ଏବଂ ପେନ୍‌ଶନ ପାଣ୍ଠିଂ ଯୋଗ ଦେବା ନେଇ ଆଶା କରାଯାଉଛି। ଏନ୍‌ପିଏ ଘୋଷଣା ହୋଇଥିବା ପ୍ରକଳ୍ପ କିମ୍ବା ଇନସଲ୍‌ଭେନ୍ସି ପ୍ରକ୍ରିୟାରେ ଥିବା ପ୍ରକଳ୍ପଗୁଡିକ ଏଆଇଏଫ୍‌ର ବ୍ୟବହାର କରିପାରିବେ ବୋଲି ନିର୍ମଳା ପ୍ରକାଶ କରିଛନ୍ତି। ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ପରବର୍ତ୍ତୀ ପର୍ଯ୍ୟାୟ ପଦକ୍ଷେପ ଶୀଘ୍ର ନିଆଯିବା ନେଇ ସେ ମଙ୍ଗଳବାର ସୂଚନା ଦେଇଥିଲେ। ଏହି ପଦକ୍ଷେପ ଅନ୍ତର୍ଗତ ରିୟଲ ଇଷ୍ଟେଟ ପ୍ରକଳ୍ପ ଲାଗି ପ୍ୟାକଜ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri