Posted inଖେଳ

ଭାଷ୍ୟକାରଙ୍କ ପ୍ୟାନେଲରେ ଗାଙ୍ଗୁଲି, ମଞ୍ଜରେକର

ଲଣ୍ଡନ,୧୭ା୫- ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁ ଥିବା ବିଶ୍ୱକପ୍‌ ଲାଗି ଶୁକ୍ରବାର ଆଇସିସି ପକ୍ଷରୁ ଭାଷ୍ୟକାରଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ସଞ୍ଜୟ ମଞ୍ଜରେକର ସ୍ଥାନ ପାଇଛନ୍ତି। ୨୦୧୫ ବିଶ୍ୱକପ୍‌ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ଅଧିନାୟକ ମାଇକେଲ କ୍ଲାର୍କ, ଇଂଲଣ୍ଡର ନାସିର ହୁସେନ, ଓ୍ବେଷ୍ଟଇଣ୍ଡିଜର ଇଆନ ବିଶପ, ଶ୍ରୀଲଙ୍କାର କୁମାର ସଙ୍ଗକାରା, ମାଇକେଲ ଆଥର୍ଟନ, ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକୁଲମ, ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ ଓ ପାକିସ୍ତାନର ଓ୍ବାସିମ ଆକ୍ରମ ମଧ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ତାଲିକାରେ ଅଭିଜ୍ଞ ଭାଷ୍ୟକାର ଶନ ପୋଲକ, ମାଇକେଲ ସ୍ଲାଟର, ମାଇକେଲ ନିକୋଲାସ, ମାଇକେଲ ହୋଲ୍ଡିଂ, ଇସା ଗୁଆ, ପୋମି ଏମ୍‌ବାଙ୍ଗ୍ବା, ହର୍ଷ ଭୋଗଲେ, ସାଇମନ ଡଲ, ଇଆନ ସ୍ମିଥ, ରମିଜ ରାଜା, ଅଲିସନ ମିଚେଲ, ଆର୍ଥର ଅଲି ଖାଁ ଓ ଇଆନ ଓ୍ବାର୍ଡ ମଧ୍ୟ ରହିଛନ୍ତି। କ୍ରିକେଟ ମହାକୁମ୍ଭ ଲାଗି ସମଗ୍ର ଇଂଲଣ୍ଡ ଓ ଓ୍ବେଲ୍ସ ବହୁ ଉତ୍ସାହିତ। କ୍ରିକେଟ ବିଶ୍ୱକପ୍‌ର ଏହି ସଂସ୍କରଣ ବହୁ ମଜାଦାର ହେବ। ମୁଁ ପ୍ରସାରଣ ଦାୟିତ୍ୱରେ ଥିବା ଚ୍ୟାନେଲ ଓ ଇତିହାସର ଅଂଶ ହେବା ପାଇଁ ବ୍ୟଗ୍ର ବୋଲି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସର ହୋସେନ କହିଛନ୍ତି। ସେହିଭଳି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସଙ୍ଗକାରା ପ୍ରକାଶ କରିଛନ୍ତି, ଇଂଲଣ୍ଡରେ ଏହି ସମର ସ୍ବତନ୍ତ୍ର ହେବାକୁ ଯାଉଛି। ସମ୍ଭବତଃ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ସବୁଠୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ। ଆୟୋଜକ ଇଂଲଣ୍ଡ ନିକଟରେ ଭଲ ଦଳ ରହିଛି। କିନ୍ତୁ ଆଉ କିଛି ଶକ୍ତିଶାଳୀ ଦଳ ରହିଛିନ୍ତି। ବହୁତ ଭଲ ପ୍ରଦର୍ଶନ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲକ୍ଷ୍ନୌ,୬।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ...

ପ୍ରଦୂଷିତ ବାୟୁ ଯୋଗୁ ମ୍ୟାଚ୍‌ ରଦ୍ଦ

କାନବେରା,୨୧।୧୨- ମାନୁକା ଓଭାଲରେ ସିଡ୍‌ନୀ ଥଣ୍ଡର ଓ ଆଡିଲେଡ ଷ୍ଟ୍ରାଇକର୍ସ ମଧ୍ୟରେ ଶନିବାର ଖେଳାଯାଇଥିବା ବିଗ ବାଶ ଲିଗ୍‌ ମ୍ୟାଚ୍‌ ରଦ୍ଦ ହୋଇଯାଇଛି। ୧୬୨ ରନ୍‌ର...

ଦୁବାଇରେ ଏସିଆ କପ୍‌: ଭାରତ,ପାକିସ୍ତାନ ଖେଳିବେ

କୋଲକାତା, ୨୯ା୨ (ପି.ଟି.)-ପରବର୍ତ୍ତୀ ଏସିଆ କପ୍‌ କ୍ରିକେଟ ଦୁବାଇରେ ହେବ। ଏହି ମହାଦେଶୀୟ ଟୁର୍ନାମେଣ୍ଟରେ ଉଭୟ ଭାରତ ଓ ପାକିସ୍ତାନ ଅଂଶଗ୍ରହଣ କରିବାରେ କୌଣସି ଅସୁବିଧା...

ଫ୍ଲପ୍‌ ହେଲେ କେ.ଏଲ୍‌. ରାହୁଲ

ହରାରେ,୨୦।୮: ନିରାଶ କଲେ ଭାରତୀୟ ଟିମ୍‌ର ଅଧିନାୟକ କେ.ଏଲ୍‌. ରାହୁଲ। ଶନିବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୫ ବଲ୍‌ରେ ୧...

ଆଉ ଏକ ବଡ଼ ଉପଲବ୍ଧି ହାସଲ କଲେ କୋହଲି

ଦୁବାଇ,୧୯।୧୦: ଦୁବାଇର ମ୍ୟାଡାମ ତୁଷାଦ ସଂଗ୍ରହାଳୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ନୂତନ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି ନୂତନ ପ୍ରତିମୂର୍ତ୍ତିରେ କୋହଲିଙ୍କୁ...

ଫିଫାକୁ ସମାଲୋଚନା କଲେ ବ୍ଲିଙ୍କେନ୍‌

ଦୋହା,୨୩।୧୧(ପି.ଟି.): ଓ୍ବାନ୍‌ ଲଭ୍‌ ଆର୍ମବ୍ୟାଣ୍ଡକୁ ନେଇ ଫିଫା ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍‌। ମାନବାଧିକାର ଓ...

ଓ୍ବେଷ୍ଟର୍ନ ଆଣ୍ଡ ସଦର୍ନ ଓପନ୍‌ : ଜୋକୋଭିଚ୍‌ ଜିତିଲେ ୩୫ତମ ମାର୍ଷ୍ଟସ ଟାଇଟଲ

ନ୍ୟୁୟର୍କ,୩୧।୮(ଏପି): ଅଭିଜ୍ଞ ସର୍ବୀୟ ଟେନିସ ତାରକା ନୋଭାକ ଜୋକୋଭିଚ ଶନିବାର ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏଟିପି ଓ୍ବେଷ୍ଟର୍ନ ଓ...

ହରିକ୍ରିଷ୍ଣା ଜିତିଲେ ଚେସ୍‌ ଇଭେଣ୍ଟ

ଚେନ୍ନାଇ, ୨୦ା୭ (ପି.ଟି.)- ଭାରତର ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ଆକ୍ସେଣ୍ଟସ ଚେସ୍‌ ୯୬୦ ଟୁର୍ନାମେଣ୍ଟ ଜିତିଛନ୍ତି। ୫୩ତମ ବିଲ୍‌ ଚେସ୍‌ ଫେଷ୍ଟିଭାଲ୍‌ ୨୦୨୦ର ଏହା ହେଉଛି...

Advertisement
Archives

Model This Week