ଭାଷାବଗିଚାକୁ ଗାଉଁଲି ଚାରା

ପଦ୍ମନାଭ ସାହୁ

ଜାତିର ଜୀବନ ଭାଷା। ଭାଷାର ରୂପ ଭିତରେ ଜାଜ୍ୱଲ୍ୟମାନ ଗୋଟିଏ ଜାତିର ପରିଚୟ। ଭାଷାର ସମୃଦ୍ଧିରେ ଦେଶ ଓ ସମାଜର ବିକାଶ ସାଧିତ ହୋଇଥାଏ। ଓଡ଼ିଆ ଭାଷା ଓଡ଼ିଶାର ଗୌରବ ଗରିମାର ଗାଥା ଗାନ କରେ। ଭାରତବର୍ଷର ପ୍ରାଚୀନତମ ଭାଷା ଭାବେ ଆମ ଓଡ଼ିଆ ଆଜି ସର୍ବତ୍ର ସ୍ବୀକୃତ। ୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଆକୁ ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମିଳିବା ଏହାର ପ୍ରମାଣ।
ବିଶ୍ୱ ମାନଚିତ୍ରରେ ସୀମିତ ଭୂଖଣ୍ଡର ରାଷ୍ଟ୍ର ଇଂଲଣ୍ଡ। ମାତ୍ର ଛବିଶଗୋଟି ଅକ୍ଷରରେ ସଜ୍ଜିତ ତାଙ୍କ ଭାଷା। ଅଧୁନା ସମଗ୍ର ବିଶ୍ୱରେ ଭାବ ଆଦାନପ୍ରଦାନର ମାଧ୍ୟମ ରୂପେ ବ୍ୟବହୃତ। ଇଂଲିଶ ଭାଷା ସମୃଦ୍ଧିର ଶିଖରରେ ପହଞ୍ଚି ପାରିବାର ଅନ୍ୟତମ ମୁଖ୍ୟ କାରଣ ହେଲା, ଜଗତର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ଭାଷା ବଗିଚାରୁ ଶବ୍ଦବୀଜର ଚାରାଗଛମାନ ଆଣି ନିଜ ଭାଷା ଉଦ୍ୟାନରେ ସେମାନେ ରୋପଣ କରିଛନ୍ତି। ଦେଶ, ବିଦେଶ ତଥା ଆଞ୍ଚଳିକ ଭାଷାର ଶବ୍ଦରାଜି ମଧ୍ୟରୁ ଉପାଦେୟ ଶବ୍ଦ ଚୟନ କରି ଆମ ଭାଷା ଭଣ୍ଡାରରେ ଗଚ୍ଛିତ କଲେ ଓଡ଼ିଆ ଭାଷା ଯେ ଆହୁରି ମହିମାନ୍ବିତ ହୋଇପାରିବ, ଏହା ନିଃସନ୍ଦେହ।
ଓଡ଼ଶାର ଭୌଗୋଳିକ ସ୍ଥିତିକୁ ସାଧାରଣତଃ ଚାରିଗୋଟି ଅଞ୍ଚଳରେ ବିଭକ୍ତ କରାଯାଏ। ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା। ଓଡ଼ିଶାର ସ୍କୁଲ କଲେଜଗୁଡ଼ିକରେ ପ୍ରଚଳିତ ପୁସ୍ତକଗତ ଶୁଦ୍ଧ ଓଡ଼ିଆ ପ୍ରାୟତଃ ଉକ୍ତ ଚାରି ଅଞ୍ଚଳ ଭିତରୁ କୌଣସିଠାରେ ବି କଥାବାର୍ତ୍ତା ବେଳେ ଯେମିତିକୁ ସେମିତି ବ୍ୟବହୃତ ହୁଏନାହିଁ। ପ୍ରତ୍ୟେକ ଅଞ୍ଚଳବାସୀଙ୍କର ଓଡ଼ିଆ କଥିତ ଭାଷା ହୋଇଥିଲେ ହେଁ ନିଜସ୍ବ ଅଞ୍ଚଳର କିଛି କିଛି ବ୍ୟାବହାରିକ ଶବ୍ଦକୁ ବାର୍ତ୍ତାଳାପରେ କ୍ରମାଗତ ଭାବେ ସେମାନେ ଉପଯୋଗ କରି ଆସୁଛନ୍ତି। କଥିତ ଭାଷାର ଉକ୍ତ ମୌଳିକ ଶବ୍ଦ ବା ଓଡ଼ିଆ ପ୍ରତିଶବ୍ଦଗୁଡିକୁ ଠାବକରି ଓଡ଼ିଆ ଭାଷାକୋଷରେ ସଂରକ୍ଷଣ କଲେ ଆମ ମାତୃଭାଷା ଅବଶ୍ୟ ଐଶ୍ୱର୍ଯ୍ୟବିମଣ୍ଡିତ ହେବ।
ଉତ୍ତର ଓଡ଼ିଶାର ଉପାନ୍ତ ଜିଲା ମୟୂରଭଞ୍ଜ। ଆୟତନରେ ଏହା ରାଜ୍ୟର ସର୍ବବୃହତ୍‌ ଜିଲା। ଜିଲାରେ ସାଧାରଣ ବର୍ଗ ତଥା ପ୍ରାୟ ପଞ୍ଚଷଠି ସମ୍ପ୍ରଦାୟର ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକ ବସବାସ କରନ୍ତି। ଆଦିବାସୀ ସମ୍ପ୍ରଦାୟଗୁଡିକର ଅଲଗା ଅଲଗା ଭାଷା ରହିଥିଲେ ହେଁ ଜିଲାବାସୀ ସକଳେ ଓଡ଼ିଆରେ ବାର୍ତ୍ତାଳାପ କରିଥାଆନ୍ତି। ପୁରାଣବର୍ଣ୍ଣିତ ସାଗରମନ୍ଥନରୁ ଅମୃତ ପ୍ରାପ୍ତ ହେଲା ଭଳି ଏଠାକାର ସାଧାରଣବର୍ଗ ଓ ଆଦିବାସୀମାନଙ୍କ ଭାଷା ଆଦାନପ୍ରଦାନ ପ୍ରକ୍ରିୟାରୁ ବହୁ ନୂତନ ଶବ୍ଦ ବିକଶିତ ହୋଇଥିବା ଦେଖାଯାଏ। ଜିଲାରେ କଥିତ ହେଉଥିବା ଉକ୍ତ ଶବ୍ଦଗୁଡିକ ଉପରେ ଆଲୋକପାତ କରିବା ଏଇ କ୍ଷୁଦ୍ର ନିବନ୍ଧର ଲକ୍ଷ୍ୟ ଓ ଆଭିମୁଖ୍ୟ।
ଗଡ଼ଜାତ ଶାସନ କାଳରେ ତତ୍କାଳୀନ ମୟୂରଭଞ୍ଜର ଅବସ୍ଥିତି ଅନୁଯାୟୀ ଷ୍ଟେଟ୍‌କୁ ଉପରଭାଗ, ମଝାଲଭାଗ ଓ ନିଛିଲାଭାଗ ଏହିଭଳି ତିନିଗୋଟି ପ୍ରଗଣାରେ ବିଭକ୍ତ କରାଯାଇଥିଲା। ତନ୍ମଧ୍ୟରୁ ଷ୍ଟେଟ୍‌ର ଉପରଭାଗରେ ପ୍ରଚଳିତ ଓଡ଼ିଆ ଭାଷାର ଉଚ୍ଚାରଣ ଥିଲା ନିଆରା। ଇଲାକାକୁ ଲାଗିଥିବା ପଡ଼ୋଶୀ ଦୁଇ ରାଜ୍ୟ ଯଥାକ୍ରମେ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ) ଓ ବେଙ୍ଗଲର ହିନ୍ଦୀ, ବେଙ୍ଗଲୀ ଭାଷା ଛାୟାରେ ଲୋକମାନେ ଏଠାରେ ଆପଣା ବାଚନିକ ଶବ୍ଦକୁ ହଳନ୍ତ ଯୁକ୍ତ କରି ବୋଲନ୍ତି। ତେବେ ଉତ୍ତର ଓଡ଼ିଶା ଓ ଉପାନ୍ତ ମୟୂରଭଞ୍ଜରେ ପ୍ରଚଳିତ ଆହୁରି ଅସଂଖ୍ୟ ନିଜସ୍ବ ମୌଳିକ ଓଡ଼ିଆ ଶବ୍ଦ ରହିଛି, ଯେଉଁଗୁଡିକୁ ବି ଏଯାଏ ଆମ ଶବ୍ଦକୋଷରେ ସ୍ଥାନ ମିଳିନାହିଁ। ଏଥିରୁ କେତେକ ଶବ୍ଦକୁ ନିମ୍ନରେ ଉଦ୍ଧାର କରି ଭାଷାବିତ୍‌ମାନଙ୍କୁ ଅନୁରୋଧ ଜଣାଉଛୁ ଏହା ଉପରେ ବିଧିବଦ୍ଧ ଗବେଷଣା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ। ଉଲ୍ଲିଖିତ ଶବ୍ଦାବଳୀକୁ ଓଡ଼ିଆ ଶବ୍ଦଭଣ୍ଡାରରେ ସଯତ୍ନ ସାଇତି ରଖିଲେ ପଲ୍ଲୀମାଟିର ଫୁଲ ହୋଇ ଦିନେ ନା ଦିନେ ଏହା ଓଡ଼ିଆ ଭାଷାକୁ ଗୌରବମୟ କରିବ।
ଓଡ଼ିଶାରେ ଏକପ୍ରକାର ଖାଦ୍ୟର ବିଭିନ୍ନ ନାମକରଣ ରହିଛି। ଉଦାହରଣ ସ୍ବରୂପ, ଉତ୍ତରଓଡ଼ିଶା ଓ ଉପାନ୍ତ ମୟୂରଭଞ୍ଜର ଲୋକେ ମୁଢ଼ିକୁ ଭୁଜା କହୁଥିବା ବେଳେ ଉଖୁଡାକୁ ମୁଡୁକି, ଅରୁଆ ଚାଉଳକୁ ଉଆ ଚାଉଳ, ତରକାରିକୁ ତୁଣ, ମାଂସକୁ ମାଉଁସ ବା ନାଲ୍‌ଭାଜି ବୋଲନ୍ତି। ଉତ୍ତରଓଡ଼ିଶାର ଗ୍ରାମୀଣ ଅଧିବାସୀ ଜାମାକୁ ତଦ୍ରୂପ ଅଙ୍ଗା କହନ୍ତି ତ ଫୁଲ୍‌ପ୍ୟାଣ୍ଟକୁ ପୂରାପେଣ୍ଟ ଭାବେ ନାମିତ କରନ୍ତି। ରାଜ୍ୟର କେତେକ ପନିପରିବା ଓ ଫଳର ନାମ ବି ଅଞ୍ଚଳଭେଦରେ ଭିନ୍ନପ୍ରକାରର। ଯେପରି କି ନାଡୁକାକୁ ରୁହ୍ମା, ଶିମ୍ବକୁ ଝଟୁଆ, ଜହ୍ନିକୁ ଝିଙ୍ଗା, ସାରୁ ପ୍ରଜାତି ଶାଗକୁ ଗାଡରି ଶାଗ, ପିଜୁଳିକୁ ପେଡା ଓ ଆତକୁ ମେହା ନାମରେ ଲୋକେ କହିଥାଆନ୍ତି। ଏହାଛଡ଼ା ପଡ଼ୋଶୀ ଝାଡ଼ଖଣ୍ଡସ୍ଥିତ ପୂର୍ବ ସିଂହଭୂମ ଜିଲାରେ କେଇଗୋଟି ପଶୁପକ୍ଷୀ ଓ କୀଟପତଙ୍ଗ ମଧ୍ୟ ଭିନ୍ନ ନାମରେ ପରିଚିତ ହୁଅନ୍ତି। ସେମାନେ ହେଲେ, ବିଲୁଆ-ଶିଆଳ, ଘରଚଟିଆ-ଚଟା, ଝଡ଼ିପୋକ-କଲେଇ, ଏଣ୍ଡୁଅ-କେଁକଡ, ଝିଣ୍ଟିକା-ଫିଡିଙ୍ଗା ଓ ମାଛ ଯାଆଁଳ-ପହଁଣା ଇତ୍ୟାଦିି।
କେତେକ ଘରକରଣା ଦ୍ରବ୍ୟକୁ ଅଞ୍ଚଳବାସୀ ପୃଥକ୍‌ ପୃଥକ୍‌ ନାମରେ ଚିହ୍ନନ୍ତି। ଯଥା ନୁଟା-ଟୁକୁଣା, ଗିନା-ତାଟିଆ, ଡୁଙ୍କି-କରଚୁଲି, ଖଣତି-ଖୁସିଣି, ଗଗରା-ଭର୍ଣ୍ଣା, କରେଇ-ନହତା, ଦୀପ-ବଇଠା, ସପ-ପଟିଆ, ଟୋକେଇ-ପାଛିଆ, ଛୋଟ ଟୋକେଇ-ଟୁକୁଲି, ଶସ୍ୟ ସଞ୍ଚି ରଖିବାର ବିଶାଳ ଟୋକେଇ-ଡୁଲି, କୁରାଢ଼ି-ବୁଟିଆ, ମୋଟା ଦଉଡି-ବରେଇ, ଘାରି-ଘାଡରି, ଖଇଞ୍ଚି-ଦାଲପା, ମୁଗୁରା-କୁଣି ଓ ନଡା-ନୁଟି/କୁଟା ଇତ୍ୟାଦି।
ଜମିଜମା ଓ ଚାଷୋପକରଣ କ୍ଷେତ୍ରରେ ବ୍ୟବହାର କରୁଥିବା ଶବ୍ଦରେ ତାରତମ୍ୟ ରହିଛି। ଯଥା ଗହୀର ଜମି-ବେଡାଜମି, ପଥୁରିଆ ବା ଉଚ୍ଚଜମି-ଢିପଜମି, ବେଉଷଣ-କଢାଣ, ଦ୍ୱିତୀୟ ବେଉଷଣ-ଦୁଆ, ମାଟି କୋରିବା ଲଙ୍ଗଳ-କୁରଳ, ମାଟିକୁ ସମତଳ କରିବା ଲଙ୍ଗଳ-ମଇ, ବାଡ-ବାଦାଡ ଏବଂ ବାଡ ବନ୍ଦ କରିବା- ତାଟି ଝାମ୍ପ ଆଦିର ବ୍ୟବହାର କାଳ କାଳ ଧରି ଏଠାରେ ଚଳିି ଆସୁଛି।
ଉତ୍ତର ଓଡ଼ିଶାରେ କ୍ରିୟାବାଚକ ବହୁ ଓଡ଼ିଆ ଶବ୍ଦ ଭିନ୍ନ ନାମରେ ପରିଚୟ ପ୍ରଦାନ କରନ୍ତି। ଶବ୍ଦଗୁଡ଼ିକ ବହୁଳ ଭାବେ ହଳନ୍ତଯୁକ୍ତ। ସେଗୁଡ଼ିକ ଭିତରୁ କେତେକ ଏଠାରେ ସ୍ଥାନିତ କରୁଛୁ। ଯେପରି କି ଉଣ୍ଡିବା- ଚିହିଙ୍କିବା/ ହୁଲକିବା/ ନିହିଡିବା, ଚିତ୍କାର କରିବା- ଚିହିଡିବା, ଧାଇଁବା- ଘଟକିବା, ସୁତୁରେଇବା- ଗେଣ୍ଡେଇବା, ବିଦ୍ରୂପ କରିବା-ଚିଗ୍‌ଲେଇବା, ପୁଚ୍‌କିବା- ଖସ୍‌ରିଯିବା, ବନେଇବା-ତିଆରି କରିବା, ମୁଣ୍ଡ କୁଣ୍ଡେଇବା- ମୁଣ୍ଡ ଖାଁକିବା, ଉକାଳିଦେବା- ଉଲ୍‌ଗିବା, ଯୁକ୍ତିତର୍କ- ରେଞ୍ଜଘେଁସ, ଲାଖିଯିବା- ନଟକିବା, ଢିଲା- ହଣ୍‌ଗା, ଉଭେଇଯିବା-ନିମ୍‌ଜିଯିବା, ଦୁଷ୍ଟାମି-ଉଗ୍ରୀ, ବକର୍‌ ବକର୍‌-କେଚେର୍‌ କେଚେର୍‌/ଗେଜେର୍‌ ଗେଜେର୍‌, ଫନ୍ଦିଫିକର-ଫିର୍‌କିଟି, ବିକଳ ମନ- ଉଲୁଢୁକୁ, ଉସକେଇବା-ଟିହେଇବା, ଫପାଡିବା- ଫାବ୍‌ଡିବା, ଘୁଙ୍ଗୁଡି- ଘଁଟ୍‌ରା, ଚିରିବା- ପିଞ୍ଜିବା, ହଇରାଣ- ଛିଲବିଲ, ଦାନ୍ତ ଦେଖେଇବା- ଗିଜିଡିବା, ତରକେଇବା-ଭିଡ଼କେଇବା, ଲଗ୍ନଧରା- ନଗଧରା, ବଡ଼ ଆଖିରେ ଚାହିଁବା- ଏଣ୍ଡରେଇବା, ମୁହଁ ଆମ୍ବିଳା କରିବା- ମୁହଁ ଉନ୍ଦ୍‌ରେଇବା ଓ ଚିନ୍ତାଦକ- ହୁଲ୍‌ଡୁଲ୍‌ ଇତ୍ୟାଦି।
ଏଠିକା ଗାଆଁଗହଳିର ଲୋକେ କହୁଥିବା କେତେକ ଓଡ଼ିଆ ଶବ୍ଦର ଭିନ୍ନ ନାମ ନିମ୍ନରେ ପ୍ରଦାନ କରୁଛୁ। ଯଥା- ମହିଳା-ମାଈଡା/ମାହାଡା, ପିଲାର ମାଆ ହୋଇ ନ ଥିବା ଭୁଆସୁଣୀ- ଦିଣ୍ଡା, ଦ୍ୱିତୀୟ ବିବାହ-ସଙ୍ଗା, ରକ୍ଷିତା-ଢେମ୍‌ଣୀ, ବିଟପୀ-ସାତଘରୀ, ପୋଲା-ଧଡ୍‌ରା, ମେଲା-ଭଙ୍ଗ୍‌ଳ, ବହୁତ-ବେଡେ, ପର୍ଯ୍ୟାପ୍ତ-ବେଜାଏଁ, ଅସ୍ବାଦୁ-ବିଜକିଟିଆ, କ’ଣ ପାଇଁ-କେନେ, ଅଳିଆ-ଜୁବ୍‌ରା, ଅଶ୍ୱତ୍‌ଥ ଗଛ- ଜଳିଗଛ ଏବଂ କର୍ମ-ପାଇଟି ଆଦି। ଉତ୍ତର ଓଡ଼ିଶାର ଉପାନ୍ତ ଇଲାକାରେ ପ୍ରଚଳିତ ଉପରୋକ୍ତ କଥିତ ଭାଷାର ଶବ୍ଦାବଳୀରୁ ଉପାଦେୟ ଶବ୍ଦମାନ ଖୋଜି ଓଡ଼ିଆ ଶବ୍ଦକୋଷରେ ସାଇତି ରଖିଲେ ଆମ ଭାଷାବାଟିକା ଯେ ଅଧିକ ବ୍ୟାପ୍ତ, ଆକର୍ଷଣୀୟ ଓ ସୌରଭ ବିତରଣକାରୀ ହେବ, ଏଥିରେ ସନ୍ଦେହ ନାହିଁ।
ଦାରୋଗାଡାହି, ବାରିପଦା, ମୟୂରଭଞ୍ଜ,
ମୋ-୯୪୩୭୨୧୮୬୦୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?