ଭାଲେଣ୍ଟାଇନ୍ସ ଡେ’ରେ ପିଲାମାନଙ୍କୁ ଶପଥ କରାଇଲେ ଶିକ୍ଷକ: କରିବେ ନାହି ପ୍ରେମ କି ପ୍ରେମ ବିବାହ

ଅମରାବତୀ,୧୪।୨: ମହାରାଷ୍ଟ୍ର ଅମରାବତୀ ଜିଲାରେ ଥିବା ଏକ ଆର୍ଟସ କଲେଜର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପିଲାମାନଙ୍କୁ ଶିକ୍ଷକ ପ୍ରେମ କରିବାକୁ ବାରଣ କରିଥିବା ବେଳେ ପ୍ରେମ ବିବାହ ନ କରିବାକୁ ଶପଥ ଦେଇଛନ୍ତି। ଏହାସହ ଯେଉଁ ପୁଅ ଯୌତୁକ ମାଗୁଥିବ ସେଭଳି ପୁଅଙ୍କୁ ମଧ୍ୟ ବିବାହ ନ କରିବାକୁ ଶପଥ କରାଯାଇଛି। କେବଳ ପରିବାର ଲୋକେ ଓ ମାତାପିତାଙ୍କ ଉପରେ ଭରସା କରିବାକୁ ଶିକ୍ଷକ କହିଛନ୍ତି। କଲେଜ ନିକଟରେ ଆୟୋଜିତ ଏକ ଏନ୍‌ଏସ୍‌ଏସ୍‌ କ୍ୟାମ୍ପରେ ପିଲାମାନଙ୍କୁ ଏଭଳି ଶପଥପାଠ କରାଯାଇଥିବା କୁହାଯାଉଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ଭାଜପାର ଜଣେ ନେତା ଏଭଳି କାର୍ଯ୍ୟର ନିନ୍ଦା କରିଛନ୍ତି। ଏହି ଭିଡିଓରେ କେବଳ ଛାତ୍ରୀମାନେ ନଜର ଆସିଥିବାକୁ ପଙ୍କଜା ମୁଣ୍ଡେ ଟୁଇଟ୍‌ କରି କହିଛନ୍ତି ଛାତ୍ରୀ ନୁହେଁ ବରଂ ଛାତ୍ରମାନଙ୍କୁ ଏଭଳି ଶପଥପାଠ କରାଇବା ଦରକାର। ଯେଉଁମାନେ ଏକତରଫା ପ୍ରେମ କରି ଝିଅମାନଙ୍କୁ ଏସିଡ୍‌ ମାଡ କରୁଛନ୍ତି। ଆଉ ଯେଉଁମାନେ ଖରାପ ନଜରରେ ଝିଅମାନଙ୍କୁ ଦେଖୁଛନ୍ତି। ଏହାକୁ ନେଇ ଆଦିତ୍ୟ ଠାକରେ କହିଛନ୍ତି, ବିବାହ ନିଜସ୍ବ ପସନ୍ଦ ଏଥିରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ। ସୂଚନାଯୋଗ୍ୟ, ଶପଥ ସମୟରେ ଛାତ୍ରୀମାନେ କହୁଛନ୍ତି ସମାଜରେ ଏସିଡ୍‌ ମାଡ ଘଟଣାକୁ ଦେଖି ଆମେ ଶପଥ ନେଉଛୁ କେବେବି ପ୍ରେମ କରିବୁ ନାହିଁ କି ପ୍ରେମ ବିବାହ କରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ମାମଲାର ସୁପ୍ରିମ୍‌କୋର୍ଟରେ ହେବ ବିଚାର

ନୂଆଦିଲ୍ଲୀ,୨୯।୬: ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ହେବ। ୬ ସପ୍ତାହ ଗ୍ରୀଷ୍ମ ଅବକାଶ ପରେ...

ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ଠାକରେ ପରିବାରର ପ୍ରଥମ ସଦସ୍ୟ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଆଗାମୀ ବିଧାନ ସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ...

ପୁଣି ତେଜିଲା ସିଏଏ ନିଆଁ

ନୂଆଦିଲ୍ଲୀ/ଗୁଆହାଟୀ,୨୩ା୧: ୨୦୧୯ ଡିସେମ୍ବର ୧୧ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଲୋକଙ୍କ ଜୀବନ...

କରୋନା ପ୍ରଭାବ: ନିଜେ ଟାଇପ୍‌ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି...

ଆଜି ଓଡ଼ିଶା ଆସିବେ ଯଶବନ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର,୬।୭(ବ୍ୟୁରୋ): ଆସନ୍ତା ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅବସରରେ ବୁଧବାର ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ...

ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ର ସଙ୍କଟ: ଫଡ୍‌ନବିସ୍‌ ସମ୍ଭାଳିଲେ ଦାୟିତ୍ୱ

ମୁମ୍ବାଇ,୨୫।୧୧: ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଗୋଟିଏ ପଟେ ଶରଦ ପାଓ୍ବାର ଥିବାବେଳେ ଅନ୍ୟପଟେ ରହିଛନ୍ତି ଅଜିତ୍‌ ପାଓ୍ବାର। ରାଜ୍ୟରେ ସରକାର...

ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର

ଗାନ୍ଧିନଗର,୫।୭: ଗୁଜରାଟ ରାଧାନପୁରର କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ସେ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ...

‘ଇଭିଏମ ହ୍ୟାକ କରି ଜିତୁଛନ୍ତି ନିର୍ବାଚନ’, ସାମନାରେ ଭାଜପାକୁ ପୁଣି ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୨୬।୮: ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ତା’ର ମୁଖପତ୍ର ସାମନାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ସାମନାର ସମ୍ପାଦକୀୟରେ ଲେଖାଯାଇଛି କି ଭାଜପା ଇଭିଏମ ହ୍ୟାକ କରି...

Advertisement
Archives

Model This Week