ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଧର୍ମେନ୍ଦ୍ର: ‘ଦ୍ୱିପାକ୍ଷିକ ସହଯୋଗ ଅର୍ଥନୀତିକୁ ମଜଭୁତ କରିବ’

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହୋଇଛି। ଏହି ସମ୍ପର୍କ ଦୁଇ ଦେଶର ଅର୍ଥନୀତିକୁ ମଧ୍ୟ ଭବିଷ୍ୟତରେ ମଜଭୁତ କରିବ ବୋଲି ନୂଆଦିଲ୍ଲୀଠାରେ ଏଫ୍‌ଆଇସିସିଆଇ ପକ୍ଷରୁ ଆୟୋଜିତ ବ୍ୟବସାୟିକ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉକ୍ତ ବୈଠକରେ ମଙ୍ଗୋଲିଆର ରାଷ୍ଟ୍ରପତି ଏଚ୍‌.ଇ ଖଲ୍‌ଟମାଜିନ୍‌ ବାଟ୍ଟୁଲ୍‌ଗା ଉପସ୍ଥିତ ଥିଲେ। ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଏବଂ ବାଣିଜ୍ୟ ସମ୍ପର୍କ ରହି ଥିଲେ ସୁଦ୍ଧା ମୋଟ ଉପରେ ବ୍ୟବସାୟର ମାତ୍ରା କମ୍‌ ରହିଛି। ତେଣୁ ପୁଣିଥରେ ଦ୍ୱିପାକ୍ଷିକ ବ୍ୟବସାୟ ବୃଦ୍ଧି ହେବା ପାଇଁ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବାର ଆବଶ୍ୟକତା ରହିଛି। ଉଭୟ ଦେଶକୁ ଆଇଟି, ଯୋଗାଯୋଗ ପ୍ରଯୁକ୍ତି ବିଜ୍ଞାନ, ଫାର୍ମାସ୍ୟୁଟିକାଲ ଏବଂ ସ୍ବାସ୍ଥ୍ୟସେବା ଉଦ୍ୟୋଗ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବ। ଏହି କ୍ଷେତ୍ରର ଭିତ୍ତିଭୂମି ଉପରେ ମଙ୍ଗୋଲିଆକୁ ଭାରତ ସମର୍ଥନ ଦେଇଥିବା ମତବ୍ୟକ୍ତ ପ୍ରକାଶ କରିଛନ୍ତି। ସେହିପରି ଗୋପାଳନ, ଶିକ୍ଷା ପାଇଁ ଦୁଇ ଦେଶ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଦୁଇ ଦେଶର ଆର୍ଥତ୍କ ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି। ପୂର୍ବରୁ ଦୁଇ ଦେଶ ସାଇବର ନିରାପତ୍ତା କ୍ଷେତ୍ରରେ ଏକ ହୋଇ କାମ କରୁଛନ୍ତି। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ସହଯୋଗର ବହୁତ ବଡ ସମ୍ଭାବନା ଅଛି। ଦୁଇ ଦେଶ ବନ୍ଧୁତ୍ୱ ଗଣତନ୍ତ୍ରର ସାମାନ୍ୟ ଆଦର୍ଶର ମୂଳଦୁଆରେ ନିର୍ମିତ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ହୋଇପଡୁଛି ରାଜଧାନୀ: ବାର୍‌ରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାତିର ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ନିକଟରେ କେତେଜଣ ଦୁର୍ବୃତ୍ତ ବାର୍‌ରେ ପଶି ଆତଙ୍କ ଖେଳାଇବା ସହ ରାସ୍ତାରେ ବାର୍‌ ଡ୍ୟାନ୍ସରଙ୍କୁ...

୧୦ ଦିନ ମଧ୍ୟରେ ସବୁ କୋଭିଡ୍‌ ହସ୍ପିଟାଲକୁ ପ୍ରସ୍ତୁତ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧(ବ୍ୟୁରୋ): ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଲାଣି କୋଭିଡ୍‌ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଏବଂ...

ଓଜେଇଇ ଟପ୍ପର ହେଲେ ଜଳଖିଆ ଦୋକାନୀଙ୍କ ପୁଅ ଭବାନୀଶଙ୍କର

କେନ୍ଦୁଝର/ ଢେଙ୍କିକେୋଟ, ୧୯ା୬(ଡି.ଏନ୍‌.ଏ.): ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ଲାଟେରାଲ ଏଣ୍ଟ୍ରି ବିଟେକରେ କେନ୍ଦୁଝର ଜିଲାର ଘଟଗଁା ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର...

ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ...

ଅପେକ୍ଷାରେ ୨ ଦଶନ୍ଧି

ଯାଜପୁର ଅଫିସ,୮ା୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ନଦୀର ଉପରମୁଣ୍ଡ...

ଅପରେଶନ ସଫଳ: ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିବା ବ୍ୟକ୍ତି ଉଦ୍ଧାର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ବ୍ୟକ୍ତି ଦୀର୍ଘ ତିନି ଘଣ୍ଟାର ମାରାଥନ ଅପରେଶନ...

ହୋଟେଲରେ ବସି ଖାଇ ପାରିବେନି ଗ୍ରାହକ

ଟିଟିଲାଗଡ଼, ୧୨।୪: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ ମଙ୍ଗଳବାରଠାରୁ ଉପଖଣ୍ଡରେ ଥିବା ଜଳଖିଆ ଦୋକାନ, ରେଷ୍ଟୁରାଣ୍ଟ ଓ ହୋଟେଲରେ...

ସରକାରୀ କାର୍ଯ୍ୟରେ ଅବହେଳା: ୩ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଛତ୍ରପୁର,୧୨ା୮(ଡି.ଏନ୍‌.ଏ.): ସରକାରୀ କାର୍ଯ୍ୟରେ ଅବହେଳା ଓ ଅନିୟମିତତା ନେଇ ୩ ଜଣ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସେମାନେ ହେଲେ ଗଞ୍ଜାମ...

Advertisement
Archives

Model This Week