Posted inଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୭(ପି.ଟି.)-
ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳରେ କ୍ରିସ୍‌ ଗେଲ୍‌ ସ୍ଥାନ ପାଇଛନ୍ତି। ବାମହାତୀ ଓପନର ଜନ୍‌ କ୍ୟାମ୍ପବେଲ, ବ୍ୟାଟ୍ସମ୍ୟାନ ରଷ୍ଟନ ଚେଜ୍‌ ଓ ଅଲରାଉଣ୍ଡର କେମୋ ପଲ୍‌ ମଧ୍ୟ ୧୪ ଜଣିଆ ଦଳକୁ ଡାକରା ପାଇଛନ୍ତି। ଅଗଷ୍ଟ ୮ରେ ଗୁୟାନାର ନ୍ୟାଶନାଲ ଷ୍ଟାଡିୟମରେ ପ୍ରଥମ ଏବଂ ୧୧ ଓ ୧୪ ତାରିଖରେ ତ୍ରିନିଦାଦସ୍ଥିତ କୁଇନ୍ସପାର୍କ ଓଭାଲରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଖେଳାଯିବ।
ଗତ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗେଲ୍‌ ବିଶ୍ୱକପ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରି ଭାରତ ବିପକ୍ଷ ସିରିଜ ପାଇଁ ଉପଲବ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ତେବେ କାନାଡ଼ାରେ ଜିଟି୨୦ ଖେଳିବାରେ ବ୍ୟସ୍ତ ରହିବା କାରଣରୁ ସେ ଭାରତ ବିପକ୍ଷ ଟି୨୦ ସିରିଜରେ ଖେଳି ପାରିବେ ନାହିଁ। ଆଗାମୀ ଦିନିକିଆ ସିରିଜ ଅବସରରେ ଗେଲ୍‌ ୨ଟି ରେକର୍ଡର ଅଧିକାରୀ ହେବା ସମ୍ଭାବନା ରହିଛି। ”କ୍ରିସ୍‌ ଜଣେ ମୂଲ୍ୟବାନ ଖେଳାଳି। ତାଙ୍କ ନିକଟରେ ଅନେକ ଜ୍ଞାନ ଏବଂ ଅଭିଜ୍ଞତା ରହିଛି। ଡ୍ରେସିଂ ରୁମ୍‌ରେ ତାଙ୍କ ଉପସ୍ଥିତି ଅନ୍ୟ ଖେଳାଳିଙ୍କ ପାଇଁ ଉପଯୋଗୀ ହେବ। ତାଙ୍କୁ ଦଳରେ ନିଆଯାଇଥିବାରୁ ମୁଁ ଖୁସି“ ବୋଲି ଓ୍ବେଷ୍ଟଇଣ୍ଡିଜ ଦଳର ଆନ୍ତରିଣ କୋଚ୍‌ ଫ୍ଲୟଡ ରିଫର ପ୍ରକାଶ କରିଛନ୍ତି। କ୍ୟାମ୍ପବେଲ, ଚେଜ୍‌ ଓ ପଲ୍‌ ରହିଥିବାରୁ ଦଳ ବେଶ୍‌ ସନ୍ତୁଳିତ ହୋଇପାରିଛି ବୋଲି ସେ କହିଛନ୍ତି। ଡାରେନ ବ୍ରାଭୋ, ଶାନନ ଗାବ୍ରିଏଲ, ଆଶଲେ ନର୍ସ କିନ୍ତୁ ଦଳରେ ସ୍ଥାନ ପାଇନାହାନ୍ତି। ଏମାନଙ୍କ ବ୍ୟତୀତ ଗତ ବିଶ୍ୱକପ ଖେଳିଥିବା ସମସ୍ତ ଖେଳାଳି ଦଳରେ ରହିଛନ୍ତି। ଆମେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦଳ ଗଠନ କରିଛୁ। କେମୋ, ଜନ୍‌ ଓ ରଷ୍ଟନ ପ୍ରତ୍ୟାବର୍ତ୍ତନ କରି ଭଲ କଥା। ଭାରତ ବିପକ୍ଷ ସିରିଜକୁ ଦୃଷ୍ଟିରେ ରଖି ଆମେ ନିଜକୁ ପ୍ରସ୍ତୁତ କରିଛୁ। ବିଶ୍ୱକପ ଖେଳିଥିବା ଅନେକ ଖେଳାଳିଙ୍କୁ ଆମେ ଅପରିବର୍ତ୍ତିତ ରଖିଛୁ। ଆମେ ଏବେ ସିରିଜ ଖେଳିବାକୁ ବ୍ୟଗ୍ର ବୋଲି ରିଫର ପ୍ରକାଶ କରିଛନ୍ତି।
ଓ୍ବେଷ୍ଟଇଣ୍ଡିଜ ଦଳ:
ଜାସନ ହୋଲ୍ଡର(ଅଧିନାୟକ), କ୍ରିସ୍‌ ଗେଲ୍‌, ଜନ୍‌ କ୍ୟାମ୍ପବେଲ, ଇଭିନ ଲିଓ୍ବିସ, ସାଇ ହୋପ୍‌, ଶିମରନ ହେଟମେର, ନିକୋଲାସ ପୁରନ, ରଷ୍ଟନ ଚେଜ୍‌, ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ, କେମୋ ପଲ୍‌, ଶେଲଡନ କୋଟ୍ରେଲ, ଓଶାନେ ଥୋମାସ, କେମର ରୋଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ‘ନେଟ୍‌ ବୋଲର’ ତାଲିକାରେ ସଙ୍ଗଓ୍ବାନ, ସୁୟଲ

ନୂଆଦିଲ୍ଲୀ, ୨୨ା୮(ପି.ଟି.)-ଠିକ୍‌ ୧୩ବର୍ଷ ପୂର୍ବେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ପ୍ରଭାବୀ ସୁଇଂ ବୋଲିଂ କରିଥିବା ପ୍ରଦୀପ ସାଙ୍ଗଓ୍ବାନ ସଂଯୁକ୍ତ...

‘ବନ୍ଦେ ମାତରମ୍‌’ରେ କମ୍ପିଲା ଗୁଆହାଟୀ ଷ୍ଟାଡିୟମ୍‌

ଗୁଆହାଟୀ,୬।୯: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ଟସ୍‌ ପରେ ଗୋଟିଏ ବି...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଶନିବାର ଶେଷ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତ...

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ବାବଦକୁ ଦିଆଗଲା ୨.୫ କେଜିର ମାଛ

ନୂଆଦିଲ୍ଲୀ, ୨୧।୯: କୌଣସି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ସମୟରେ ଖେଳାଳିଙ୍କୁ ଟ୍ରଫି କିମ୍ବା...

ମହିଳା ଟି୨୦ ବିଶ୍ୱକପ୍‌: ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ

ମେଲବୋର୍ନ,୨୯ା୨- ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଟି୨୦ ମହିଳା ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିଛି। ଶନିବାର ଖେଳାଯାଇଥିବା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ...

ଧରାପଡିଲେ ପୂର୍ବତନ କ୍ରିକେଟର୍‌, କରୁଥିଲେ ଏହି କାମ

ନୂଆଦିଲ୍ଲୀ,୯।୧୧: ପ୍ରାୟତଃ ଆଇପିଏଲ୍‌ ସମୟରେ ବେଟିଂ ଖବର ସାମ୍ନାକୁ ଆସିଥାଏ। ଯଦିଓ ଚଳିତବର୍ଷ ଆଇପିଏଲ୍‌ କରୋନା ଯୋଗୁ ୟୁଏଇରେ ଅନୁଷ୍ଠିତ ହେଉଛି ତଥାପି ଏହାର କ୍ରେଜ୍‌...

ଦିଲ୍ଲୀ କ୍ୟାପିଟାଲ୍ସର ୬ଷ୍ଠ ବିଜୟ

ଦୁବାଇ, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ଆଶେସ ଦେଖିବା ଲାଗି ୧୨ ବର୍ଷୀୟ ବାଳକଙ୍କ ଅଭିନବ ପ୍ରୟାସ

ମାଞ୍ଚେଷ୍ଟର ୭ା୯ (ପି.ଟି.)-ଇଂଲଣ୍ଡରେ ଆଶେସ ଦେଖିବା ଲାଗି ଅଷ୍ଟ୍ରେଲିଆର ଜଣେ ୧୨ ବର୍ଷୀୟ ବାଳକ ଯାହା କରିଛନ୍ତି, ସେଭଳି ଦୃଷ୍ଟାନ୍ତ କହିବାକୁ ଗଲେ ଦେଖାଯାଏନି। ନିଜର...


Coronavirus Update

Archives

Model This Week

Why Dharitri