ଭାରତ ବନ୍ଦକୁ ହିନ୍ଦ୍‌ ମଜଦୁର ସଭାର ସମର୍ଥନ: ଏହି ସମର୍ଥନ ସହ ବିଜେଡିର ସମ୍ପର୍କ ନାହିଁ: ରଣେନ୍ଦ୍ର

ଭୁବନେଶ୍ୱର, ୮।୧(ବ୍ୟୁରୋ):ଦେଶର ବିଭିନ୍ନ ଶ୍ରମିକ ସଂଗଠନ, ବିରୋଧୀ ରାଜନୈତିକ ଦଳ ଦ୍ୱାରା ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ କଂଗ୍ରେସ ପକ୍ଷରୁ ମଧ୍ୟ ସମର୍ଥନ ମିଳିଛି। ବନ୍ଦ ସମ୍ପର୍କରେ ବିଜେଡିର ଶ୍ରମିକ ସଙ୍ଗଠନ ତଥା ଦଳର କ’ଣ ଆଭିମୁଖ୍ୟ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବନ୍ଦ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନ୍ଦକୁ ସମର୍ଥନ କରିବା ନେଇ ଘୋଷଣା କରିଥିଲେ। ହେଲେ ଏହା ବିଜେଡିର ନିଷ୍ପତ୍ତି ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଟୁଇଟ୍‌ କରି ସ୍ବାଇଁ କହିଛନ୍ତି ଯେ, ଗଣମାଧ୍ୟମରେ ବନ୍ଦ ସମ୍ପର୍କରେ ମୋର କିଛି ବକ୍ତବ୍ୟ ଆସିଛି। ମୁଁ ହିନ୍ଦ୍‌ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ରହିଛି। ତେଣୁ କାର୍ଯ୍ୟରତ ଶ୍ରମିକ ଶ୍ରେଣୀଙ୍କ ସ୍ବରକୁ ଶାଣିତ କରିବା ମୋର ନୈତିକ ଦାୟିତ୍ୱ। ଏହି ସମର୍ଥନ ସହ ବିଜୁ ଜନତା ଦଳର କୌଣସି ସମ୍ପର୍କ ନାହିଁ ବୋଲି ରଣେନ୍ଦ୍ର ଉଲ୍ଲେଖ କରିଛନ୍ତି। ସେହିପରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଭାରତ ବନ୍ଦ’କୁ ନେଇ ଯାହା ନିଷ୍ପତ୍ତି ନେବେ, ତାହାକୁ ସେ ମାନିବେ ବୋଲି ରଣେନ୍ଦ୍ର ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ପ୍ରଥମାର୍ଦ୍ଧରେ ରଣେନ୍ଦ୍ରଙ୍କ ଏହି ବୟାନକୁ ବିଜେଡିର ଆଭିମୁଖ୍ୟ ବୋଲି ମନେ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗିନ

ଭୁବନେଶ୍ୱର,୧୬ା୯(ଅଭିଜିତ ଦାସ): ରାଜ୍ୟରେ ଡେଙ୍ଗୁ ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଜ୍ୱର ହେଲେ ଲୋକଙ୍କୁ ଡେଙ୍ଗୁ ଭୟ ଘାରୁଛି। ଘରେ ଘରେ ଜ୍ୱର...

ଶ୍ରେଣୀଗୃହରେ ମଦ ବୋତଲ, ଗଛମୂଳେ ପଢ଼ିଲେ ପିଲା

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସ୍କୁଲ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ। ଅସୁରକ୍ଷିତ ହୋଇପଡୁଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ...

ଭାରତ ଅପରେଟିଂ ସିଷ୍ଟମ୍‌ର ପରୀକ୍ଷଣ ସଫଳ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,୨୫ା୧(ବ୍ୟୁରୋ): ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ସ୍ବଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ-‘ଭାରତ ଅପରେଟିଂ ସିଷ୍ଟମ’ର ପରୀକ୍ଷଣ ସଫଳ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା...

କରୋନା କାୟା: ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜଧାନୀରେ ରବିବାର ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮୨କୁ ବୃଦ୍ଧି ପାଇଛି। ସେଥିରୁ...

କମିଶନରେଟ ପୋଲିସ ସହ ବସ୍‌ ମାଲିକଙ୍କ ବୈଠକ: ଓଭରବ୍ରିଜ ଉପରେ ହିଁ ଯିବ ଦୂରଗାମୀ ବସ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦୂରଗାମୀ ବସ୍‌କୁ ଓଭରବ୍ରିଜ୍‌ ତଳେ ନ ଯିବାକୁ ପୋଲିସ କମିଶନର ନିର୍ଦ୍ଦେଶ ରହିଥିଲା। ଯେଉଁମାନେ ନିୟମ ଭାଙ୍ଗି...

ରାଜଭବନ ଆଗରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର,୧୭ା୬(ବ୍ୟୁରୋ):ଦିଲ୍ଲୀ ପୋଲିସ ମାତ୍ରାଧିକ ପ୍ରତିହିଂସା ପରାୟଣ ହୋଇ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ ପ୍ରବେଶ କରିବା ଘଟଣା ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି...

ଜୁନ୍‌ ୬ରୁ ଯୁକ୍ତ ୨ ନାମ ଲେଖା ଆବେଦନ: ଜୁଲାଇ ୨୪ରୁ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର, ୧।୬(ବ୍ୟୁରୋ): ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ୨) ସମେତ ସେଲ୍ଫ ଫାଇନାନ୍ସ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ...

ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା

ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍‌ଡାଉନ ଓ ଶଟ୍‌ଡାଉନ...

Advertisement
Archives

Model This Week