ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ହେଲେ କ୍ଷତି ହେବ ୧୩୭ କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୬: ହଠାତ୍‌ ମାଡ଼ିଆସିଥିବା କଳା ବାଦଲ ଯୋଗୁ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ୪ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ଏଥିଯୋଗୁ ବିମା କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଛି। ଏପର୍ଯ୍ୟନ୍ତ ବାତିଲ ହୋଇଥିବା ୪ ମ୍ୟାଚ୍‌ ଯୋଗୁ ବିମା କମ୍ପାନୀ ୨୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ବିଭିନ୍ନ ଅଂଶୀଦାରଙ୍କୁ ଦେବାକୁ ପଡ଼ିବ। ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ସବୁଠାରୁ ଅଧିକ କ୍ଷତି ସହିଛି। ବିଜ୍ଞାପନ ଓ ଚୁକ୍ତି ବାବଦକୁ ପ୍ରାୟ ୧୪୦ କୋଟି ଟଙ୍କା ଚ୍ୟାନେଲର କ୍ଷତି ହୋଇସାରିଛି। ଆସନ୍ତା ରବିବାର ବର୍ଷା କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍‌ ବିତିଲ ହେଲେ ବିମା କମ୍ପାନୀଠାରୁ ଆରମ୍ଭ କରି ପ୍ରସାରଣକାରୀ ଚ୍ୟାନେଲ, କୋକାକୋଲା, ଉବର ଓ ଏମ୍‌ଆରଏଫ୍‌ ଟାୟର୍ସ ଭଳି ବଡ଼ ବିଜ୍ଞାପନକାରୀ ସଂସ୍ଥାକୁ କ୍ଷତି ସହିବାକୁ ପଡ଼ିବ। ଏହି ମ୍ୟାଚ୍‌ ଚଳିତ ବିଶ୍ୱକପ୍‌ର ସବୁଠୁ ଅଧିକ ଦେଖଣାହାରୀ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି। ଷ୍ଟାର ଚ୍ୟାନେଲ ବିଜ୍ଞାପନ ବାବଦକୁ କେବଳ ଏହି ମ୍ୟାଚ୍‌ରୁ ୧୩୭ କୋଟି ଟଙ୍କା ଆୟ କରିବାକୁ ଯୋଜନା କରିଛି। ଚ୍ୟାନେଲ ବିଜ୍ଞାପନ ପାଇଁ ମୋଟ ୫,୫୦୦ ସେକେଣ୍ଡର ସ୍ଲଟ ବିକ୍ରି କରିବ। ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ପ୍ରତ୍ୟେକ ସେକେଣ୍ଡ ପିଛା ଅଢ଼େଇ ଲକ୍ଷ ଟଙ୍କା ବିଜ୍ଞାପନକାରୀ ସଂସ୍ଥାକୁ ଦେବାକୁ ପଡ଼ୁଛି। ଏହାସତ୍ତ୍ୱେ ପ୍ରାୟତଃ ଆଡଭାନ୍ସ ଦେଇସାରିଛନ୍ତି। ଯଦି ମ୍ୟାଚ୍‌ କିଛି ସମୟ ପୂର୍ବରୁ ତତ୍କାଳ ବୁକିଂ ପାଇଁ ଅଧିକ ପାଉଣା ଦେବାକୁ ପଡ଼ିବ। ବର୍ତ୍ତମାନ ମୂଲ୍ୟଠାରୁ ୫୦ ପ୍ରତିଶତ ଅଧିକ ପଡ଼ିବ। ବିଶ୍ୱକପ୍‌ର ସ୍ଲଟକୁ ଦୁଇଟି ପ୍ୟାକେଜରେ ସ୍ଲଟ ବିକ୍ରି କରାଯାଉଛି। ଭାରତ ମ୍ୟାଚ୍‌ ଓ ଅନ୍ୟ ଦଳଗୁଡ଼ିକ ମ୍ୟାଚ୍‌ର ଭିନ୍ନ ସ୍ଲଟ। ଏଭଳି ସ୍ଥିତିରେ ମ୍ୟାଚ୍‌ ବାତିଲ ହେଲେ କମ୍ପାନୀକୁ ସମସ୍ତ କ୍ଷତି ସହିବାକୁ ପଡ଼ିବ। ମ୍ୟାଚ୍‌ର ସିଧାପ୍ରସାରଣ, ଆନାଲିସିସ୍‌ ଓ ହାଇଲାଇଟ୍ସ ବେଳେ ଯେଉଁ ବିଜ୍ଞାପନ ପ୍ରସାରଣ ହେବା କଥା ସେମାନଙ୍କୁ ଫ୍ରି କମରସିଆଲ ଟାଇମ (ଏଫ୍‌ସିଟି) ପ୍ରକ୍ରିୟା ଭିତ୍ତିରେ ଅନ୍ୟ ଭାରତ ମ୍ୟାଚ୍‌ରେ ସେଗୁଡ଼ିକୁ ପ୍ରସାରଣ କରାଯାଇପାରେ। ଯଦି କୌଣସି ମ୍ୟାଚ୍‌ରେ ପ୍ରଥମ ବଲ ପଡ଼ିବା ପୂର୍ବରୁ ବାତିଲ କରାଯାଏ, ଟୁର୍ନାମେଣ୍ଟ ଶେଷରେ ପ୍ରସାରଣକାରୀ ସଂସ୍ଥାର କ୍ଷତିକୁ ବିମା କମ୍ପାନୀ ଭରଣ କରେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏସ୍‌ ଓପନ୍‌ରୁ ଓହରିଲେ ଆଣ୍ଡରସନ

ନ୍ୟୁୟର୍କ, ୨୫।୮(ଏଏଫ୍‌ପି)- ୨ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବିଶ୍ୱର ୧୭ ନମ୍ବର ଖେଳାଳି ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ ଏଥର ୟୁଏସ୍‌ ଓପନ୍‌ରୁ ଓହରିଯାଇଛନ୍ତି।...

ବଲ୍‌ ଷ୍ଟମ୍ପରେ ବାଜିଲା, ହେଲେ ଆଉଟ୍‌ ହେଲେ ନାହିଁ ଓ୍ବାର୍ନର

ମୁମ୍ବାଇ,୧୨।୫: ଚଳିତ ଆଇପିଏଲ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି...

ଶୋକ ପ୍ରକାଶ କଲେ ରୋନାଲ୍ଡୋ, କୋହଲି

କାଲିଫର୍ନିଆ,୨୭।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥି ଯୋଗୁ କ୍ରୀଡ଼ା ଜଗତରେ ଖେଳିଯାଇଛି ଶୋକର ଛାୟା। ଫୁଟବଲ ଷ୍ଟାର...

ମାର୍କେଟକୁ ଆସିଲା ଧୋନୀଙ୍କ ଫାର୍ମର ପରିବା, ବନ୍ଧାକୋବି କିଲୋ ପ୍ରତି ରହିଛି…

କ୍ରିକେଟରେ ଏକ ଚମତ୍କାର ଇନିଂସ ଖେଳିବା ପରେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀ ବ୍ୟବସାୟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ଫାର୍ମ...

ଇଂଲଣ୍ଡ ଦଳକୁ ଟୋପ୍‌ଲେଙ୍କ ପ୍ରତ୍ୟାବର୍ତ୍ତନ

ସାଉଥାମ୍ପଟନ, ୨୮।୭ (ପି.ଟି.)- ଦୀର୍ଘ ୪ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ପେସ୍‌ ବୋଲର ରିଷି ଟୋପ୍‌ଲେ। ଆୟର୍ଲାଣ୍ଡ ବିପକ୍ଷ...

କୋପା ଆମେରିକାରେ କରୋନା ସଙ୍କଟ

ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍‌ଙ୍କ ସମେତ ମୋଟ...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ସିଡନୀ, ୪।୧୨: ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ବରାବର ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ...

ଓ୍ବେଷ୍ଟଇଣ୍ଡିଜ ଦଳ ସହ ଯୋଗଦେଲେ ସିମନ୍ସ

ମାଞ୍ଚେଷ୍ଟର, ୩।୭(ପି.ଟି.): ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଦଳ ସହ ଯୋଗ ଦେଇଛନ୍ତି କୋଚ୍‌ ଫିଲ୍‌ ସିମନ୍ସ। ସମ୍ପର୍କିୟଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ...

Advertisement
Archives

Model This Week