ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଅମ୍ପାୟର ଇଲିଂଓ୍ବର୍ଥ, କେଟିଲବର୍ଗ

ଲିଡ୍ସ,୭।୭(ପିଟି)- ଚଳିତ ବିଶ୍ୱକପ୍‌ର ପ୍ରବଳ ଦାବୀଦାର ଭାରତ ଓ ଗତ ଥରର ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରେ ମାଞ୍ଚେଷ୍ଟରଠାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଇଂଲିଶ ଅମ୍ପାୟର ରିଚାର୍ଡ ଇଲିଂଓ୍ବର୍ଥ ଓ ରିଚାର୍ଡ କେଟିଲବର୍ଗ ପରିଚାଳନା କରିବେ। ଚଳିତ ବିଶ୍ୱକପ୍‌ର ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରବିବାର ଦୁଇ ସେମିଫାଇନାଲ ଲାଗି ଅମ୍ପାୟର ଓ ରେଫରିଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆର ରଡ୍‌ ଟକର ଓ ଇଂଲଣ୍ଡର ନାଇଜେଲ ଲଙ୍ଗ ଯଥାକ୍ରମେ ୩ୟ ଅମ୍ପାୟର ଓ ୪ର୍ଥ ଅଫିସିଆଲଙ୍କ ଦାୟିତ୍ୱରେ ରହିବେ। ପୂର୍ବତନ ଅଷ୍ଟ୍ରେଲିଆନ ଅନ୍ତର୍ଜାତୀୟ କ୍ରିକେଟର ଡେଭିଡ ବୁନଙ୍କୁ ରେଫରି ଭାବେ ମନୋନୀତ କରାଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରାଇସ ଏରାମସ ଅମ୍ପାୟରଙ୍କ ଦାୟିତ୍ୱ ସମ୍ଭାଳିବେ। ନ୍ୟୁଜିଲାଣ୍ଡର କ୍ରିସ ଗଫନି ୩ୟ ଅମ୍ପାୟର ଓ ପାକିସ୍ତାନର ଅଲିମ ଦାର ୪ର୍ଥ ଅଫିସିଆଲ କାର୍ଯ୍ୟ ସମ୍ଭାଳିବେ। ଶ୍ରୀଲଙ୍କାର ରଞ୍ଜନ ମଦୁଗଲା ରେଫରି ଭାବେ ମନୋନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ପ୍ରତିଶ୍ରୁତି ନ ମିଳିଲେ ଦେଶକୁ ଫେରିବେ ନାହିଁ ଚେସ୍‌ ରେଫରି

ଚେନ୍ନାଇ,୧୮।୧- ଚଳିତ ବିଶ୍ୱ ମହିଳା ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ଚାଇନିଜ ଗ୍ରାଣ୍ଡମାଷ୍ଟର ଜୁ ଓ୍ବେନ୍‌ଜୁନ ଓ ରୁଷିଆର ଆଲେକସାଣ୍ଡ୍ରା ଗୋରିଚକିନାଙ୍କ ମଧ୍ୟରେ ଅନୁଷ୍ଠିତ ମୁକାବିଲା ପୂରା...

ଏକଦା ରାଗିକରି ବିସିସିଆଇକୁ କରିଥିଲେ କଟାକ୍ଷ; ଏବେ ଶ୍ରୀଲଙ୍କା ଗସ୍ତ ଲାଗି ଘୋଷିତ ଦଳରେ ମିଳିଲାନି ସୁଯୋଗ, ନିରାଶ ହୋଇ…

ନୂଆଦିଲ୍ଲୀ,୧୧।୬: ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ନେଇ ଗୁରୁବାର ୨୦ ଜଣିଆ ଭାରତୀୟ ଟିମ୍‌ର ଘୋଷଣା କରାଯାଇଥିଲା। ଅନେକ ଯୁବ...

ଦିନିକିଆରେ ଓ୍ବିଲିୟମସନଙ୍କ ୬ ହଜାର ରନ୍‌

ଲଡର୍‌ସ,୩୦।୬- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ପରାଜୟ ବରଣ କରିଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ୫୧...

ହାତୀ ମୃତ୍ୟୁକୁ ନେଇ କ୍ରିକେଟ ଜଗତ ସ୍ତବ୍ଧ

ତିରୁଭାନନ୍ତପୁରମ,୪।୬: ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି।...

ଅବସର ନେବା ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କଲେ ପେସର

ହରାରେ, ୭ା୫ : ଯେଉଁ ବୟସରେ ପ୍ରାୟ କ୍ରିକେଟର ଅବସର ଘୋଷଣା କରନ୍ତି, ସେହି ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି ପାକିସ୍ତାନ ପେସର ତାବିଶ...

ଧୋନୀଙ୍କ ସହ କୋହଲିଙ୍କର ରହିଛି ଏମିତି ସମ୍ପର୍କ, ଟୁଇଟ୍‌ କରି କହିଲେ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭିତରେ ସମ୍ପର୍କ କେମିତି ବୋଲି ପ୍ରଶଂସକମାନେ ଜାଣିବାକୁ ଚାହିଁଛନ୍ତି। ପଡ଼ିଆରେ ସେମାନଙ୍କ...

୨୦୨୬ ଏସିଆନ ଗେମ୍ସରେ ସାମିଲ ହୋଇପାରେ ଖୋ ଖୋ

ନୂଆଦିଲ୍ଲୀ, ୧୬।୩ (ପି.ଟି.)- ପାରମ୍ପରିକ ଭାରତୀୟ କ୍ରୀଡ଼ା ଖୋ ଖୋ ୨୦୨୬ ଏସିଆନ ଗେମ୍ସରେ ସାମିଲ ହୋଇପାରେ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସାଧାରଣ ସମ୍ପାଦକ...

ଟୋକିଓ ଅଲିମ୍ପିକ୍ସ: ମେରୀ କମ୍‌ଙ୍କ ସହ ୩ ମହିଳା ବକ୍ସର ପୁଣେରେ ଟ୍ରେନିଂ ନେବେ

ନୂଆଦିଲ୍ଲୀ, ୬।୫(ପି.ଟି.)- ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌ସି ମେରୀ କମ୍‌ ଏବଂ ଅନ୍ୟ ୨ ମହିଳା ବକ୍ସର ପୁଣେସ୍ଥିତ ଆର୍ମି ସ୍ପୋଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ଟ୍ରେନିଂ...

Ten Cric Info
Advertisement


Archives

Model This Week

Why Dharitri