Posted inଖେଳ

ଭାରତ ଏ’ ଦଳରେ ଋତୁରାଜ, ଅନମୋଲପ୍ରୀତ, ଇଶାନ

ନୂଆଦିଲ୍ଲୀ,୪।୭(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ଏ’ ଦଳ ଘୋଷଣା କରିଛି। ଏହି ଦଳରେ କେତୋଟି ପରିବର୍ତ୍ତନ କରାଯାଇଛି। ଆଗାମୀ ଓ୍ବେଷ୍ଟଇଣ୍ଡିଜ ଏ’ ଗସ୍ତ ପାଇଁ ବୁଧବାର ଏକ ୧୫ଜଣିଆ ଦଳ ଘୋଷଣା କରାଯାଇଛି। ମହାରାଷ୍ଟ୍ରର ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ଋତୁରାଜ ଦଳରେ ସ୍ଥାନ ପାଇଛନ୍ତି। ପୃଥ୍ବୀ ଶ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଋତୁରାଜଙ୍କୁ ସୁଯୋଗ ମିଳିଛି। ସେହିପରି ମୟଙ୍କ ଅଗ୍ରଓ୍ବାଲ ଓ ରିଷଭ ପନ୍ତଙ୍କ ସ୍ଥାନରେ ଅନମୋଲପ୍ରୀତ ଓ ଇଶାନ କିଷନଙ୍କୁ ଦଳରେ ସାମିଲ କରାଯାଇଛି। ମୟଙ୍କ ଓ ରିଷଭ ଏବେ ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ମନୀଷ ପାଣ୍ଡେଙ୍କୁ ଭାରତ ଏ’ ଦଳରେ ନେତୃତ୍ୱ ପ୍ରଦାନ କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଭାରତ ଏ’ ଦଳ ୫ଟି ଅନ୍‌ଅଫିସିଆଲ ଦିନିକିଆ ଓ ୩ଟି ଟେଷ୍ଟ ଖେଳିବ। ଜୁଲାଇ ୧୧ ତାରିଖରୁ ଭାରତ ଏ’ ଦଳ ଅଭିଯାନ ଆରମ୍ଭ କରିବ।
ପରିବର୍ତ୍ତିତ ଭାରତ ଏ ଦଳ: ମନୀଷ ପାଣ୍ଡେ (ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଅନମୋଲପ୍ରୀତ ସିଂ, ଶୁବମନ ଗିଲ, ଶ୍ରେୟାସ ଆୟାର, ହନୁମା ବିହାରୀ, ଇଶାନ କିଷନ (ଉଇକେଟ କିପର), ରାହୁଲ ଚହର, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କ୍ରୁନାଲ ପାଣ୍ଡ୍ୟା, ଦୀପକ ଚହର, ଖଲିଲ ଅହମଦ, ଆଭେସ ଖାଁ ଓ ନବଦୀପ ସଇନି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ୍‌! ଶେଷରେ ୫ ଇନିଂସ ପରେ…

ନୂଆଦିଲ୍ଲୀ,୧୧।୧: ପୁଣି ଗର୍ଜିଲା ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ୍‌। କେପ୍‌ଟାଉନ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ଇଣ୍ଡିଆ ଗେଟ୍‌ ଯାଏ କ୍ୟାଣ୍ଡେଲ ଶୋଭାଯାତ୍ରା

ନୂଆଦିଲ୍ଲୀ,୨୪ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆନ୍ଦୋଳନରତ ରେସଲର ମାନେ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ମହମବତୀ...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଯୁବସେବା ବିଭାଗ ଓ କିଟ୍‌ ୟୁନିଭର୍ସିଟିର ସହଯୋଗରେ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ...

ଆଇପିଏଲ୍‌ ୧୨: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ହାଇଦ୍ରାବାଦ, ୧୩।୫(ପି.ଟି.)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ...

ଭାରତ ପାଇଁ ‘କର ବା ମର’ ମ୍ୟାଚ୍‌

ବିଶାଖାପଟନମ୍‌,୧୪।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ବିଶାଖାପଟନମ୍‌ରେ ଖେଳାଯିବ। ଆଜି ଅର୍ଥାତ୍‌ ମଙ୍ଗଳବାର ଅନୁଷ୍ଠିତ...

ବିବାହ ବନ୍ଧନରେ ନଟରାଜ

କଟକ ଅଫିସ,୧୬ା୫- ରାଜ୍ୟ କ୍ରିକେଟର ତାରକା ଖେଳାଳି ତଥା ପୂର୍ବତନ ଅଧିନାୟକ ନଟରାଜ ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବେଙ୍ଗାଲୁରୁରେ ବୈଦିକ ରୀତିରେ...

ବିଜୟପଥକୁ ଫେରିବା ଲକ୍ଷ୍ୟରେ ଆର୍‌ସିବି

ବେଙ୍ଗାଲୁରୁ, ୧୦ା୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ। ଏଥିରେ ଦଳ ବ୍ୟାଟରମାନଙ୍କଠାରୁ ଅଧିକ...

ଗାଙ୍ଗୁଲିଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଲେ କୋହଲି

ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହି ଏକ ଖବରଦାତା ସମ୍ମିଳନୀ...

Advertisement
Archives

Model This Week