ଭାରତ ଊର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୯(ବ୍ୟୁରୋ):ଭାରତରେ ଊର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି। ଆବୁଧାବୀଠାରେ ସୋମବାର ଆୟୋଜିତ ଅନ୍ତର୍ଜାତୀୟ ଶକ୍ତି ଫୋରମର ଅଷ୍ଟମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ା ୟୁଏଇ ଓ ଭିଏତନାମର ମନ୍ତ୍ରୀ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରମୁଖ ଅଧିକାରୀ, ଓପେକ୍‌ର ସାଧାରଣ ସଚିବ ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଭେଟି ଭାରତ ଓ ୟୁଏଇ ସହ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ଉପରେ ଧର୍ମେନ୍ଦ୍ର ଆଲୋଚନା କରିଛନ୍ତି ା
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆସନ୍ତା ଦୁଇ ଦଶନ୍ଧିରେ ଏସିଆ ବିଶ୍ୱ ଆର୍ଥିକ ବିକାଶର କେନ୍ଦ୍ର ହେବ। ଭାରତ ଓ ଚାଇନା ଏହାର ୮୦ ଭାଗ ଅଂଶୀଦାର ହେବେ ା ବିଶ୍ୱର ଶକ୍ତି ଚାହିଦା ବଢିବା ସହ ଅକ୍ଷୟ ଶକ୍ତିର ବ୍ୟବହାରରେ ଦ୍ରୁତ ପ୍ରଗତି ଘଟିବ ା ୨୦୪୦ ସୁଦ୍ଧା ଅକ୍ଷୟ ଶକ୍ତି ଯୋଗାଣରେ ଦୁଇ ତୃତୀୟାଂଶ ବୃଦ୍ଧି ପାଇବ ଭବିଷ୍ୟତରେ ଊର୍ଜା ମିଶ୍ରଣ ୩୦ ପ୍ରତିଶତରେ ପହଞ୍ଚିବ ା ଦୁର୍ବଳ ଏବଂ ଅସନ୍ତୁଳିତ ଊର୍ଜା କାରଣରୁ ଏସିଆରେ ୪ଶହ ମିଲିୟନରୁ ଊର୍ଦ୍ଧ୍ୱ ଲୋକ ବିଜୁଳି ପାଇବାରୁ ବଞ୍ଚିତ ଅଛନ୍ତି। ଏଥିପାଇଁ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଊର୍ଜା ପ୍ରଦାନ କରିବା ସବୁ ଦେଶର ସରକାରଙ୍କ ପାଇଁ ପ୍ରାଥମିକତା ରହିଛି ା ବିଗତ ୫ବର୍ଷରେ ଭାରତ ଊର୍ଜା ନ୍ୟାୟ ଏବଂ ଊର୍ଜାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଉପରେ ଅଧିକ ଜୋର ଦେଇଛି ା ଏହି ସମୟରେ ଭାରତ ଦେଶର ୧.୩ ବିଲିୟନର ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଊର୍ଜା ନ୍ୟାୟ ଅନୁଭବ କରିବା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ବୈଠକ ଊର୍ଜା ସୁରକ୍ଷାକୁ ମଜବୁତ୍‌ କରିବାର ନୂଆ ରାସ୍ତା ଦେଖାଇବ। ଏହି ଅବସରରେ ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ର ଆଲୋଚନା କରିଛନ୍ତି। ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ଋଣନୈତିକ ସହଯୋଗକୁ ଦୃଢ କରିବା ପାଇଁ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ା ବିଶେଷଭାବେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ହାଇଡ୍ରୋକାର୍ବନ କ୍ଷେତ୍ରର କାର୍ଯ୍ୟକୁ ଆହୁରି ମଜବୁତ କରିବା ଦିଗରେ ରାସ୍ତା ବାହାର କରିବା ଓ ଇସ୍ପାତ୍‌ ରପ୍ତାନି ଚାହିଦାକୁ ବୃଦ୍ଧି ଉପରେ ଆଲୋଚନା ହୋଇଛି। ଓଡ଼ିଶାର ଚଣ୍ଡିଖୋଲ ଏବଂ କର୍ନାଟକର ପାଦୁରଠାରେ ହେବାକୁ ଥିବା ଭାରତର ଋଣନୈତିକ ପେଟ୍ରୋଲିୟମ ଭଣ୍ଡାର କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ୟୁଏଇ ପୁନର୍ବାର ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ କହିଛନ୍ତି। ଷ୍ଟ୍ରେଟ୍‌ ଅଫ୍‌ ହରମୁଜରେ ଦେଖାଯାଇଥିବା ବିଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଉପତ୍ାଦନ ହ୍ରାସକୁ ଓପେକ୍‌ର ସଦସ୍ୟମାନେ ସମର୍ଥନ କରିବା ଦ୍ୱାରା ପ୍ରତିକୂଳଭାବେ ଏହି ନିଷ୍ପତ୍ତିି ଭାରତୀୟ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି ା
ସେହିପରି ଓପେକ୍‌ର ସାଧାରଣ ସଚିବ ଏଚ୍‌ଇ ମହମ୍ମଦ ସାନୁସି ବାର୍କିଣ୍ଡୋଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସାକ୍ଷାତ କରିଛନ୍ତି। ସମ୍ପ୍ରତି ଭୂ-ରାଜନୈତିକ ବିକାଶ ଦ୍ୱାରା ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟର ସ୍ଥିରତା ଏବଂ ଏହାର ରପ୍ତାନି ଉପରେ ପଡିଥିବା ପ୍ରଭାବ ସମ୍ବନ୍ଧରେ ସେ ଆଲୋଚନା କରିଛନ୍ତି। ବିଶ୍ୱସ୍ତରର ଅଶୋଧିତ ତୈଳର ସନ୍ତୁଳନ ଏବଂ ହାରାହାରି ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦୁଇ ଦେଶ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା ା ଭାରତ ଏବଂ ଓପେକ୍‌ ମଧ୍ୟରେ ଆସନ୍ତା ଉଚ୍ଚସ୍ତରୀୟ ବୈଠକ ଚଳିତବର୍ଷ ଶେଷ ଆଡ଼କୁ ଆୟୋଜନ କରିବା ପାଇଁ ବାର୍କିଣ୍ଡୋ ଇଚ୍ଛା ପ୍ରକାଶ କରିଛନ୍ତି ା ଏହାସହ ଧର୍ମେନ୍ଦ୍ର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ଇଡି ଫତେହ ବିରୋଲଙ୍କୁ ଭେଟି ବିଶ୍ୱ ବଜାରରେ ତୈଳ ଏବଂ ଗ୍ୟାସର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରି ଏହାର ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ପଦବୀ ପାଇଁ ହେବାକୁ ଥିବା ଏହି ଉପନିର୍ବାଚନ ଲାଗି...

ପାରାଦୀପରେ କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ

ପାରାଦୀପ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଶନିବାର ପ୍ରଥମ କରି କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ ହୋଇଛି। ସାରେ ବନ୍ଦରର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ବର୍ଥରେ କଣ୍ଟେନର ବୋଝେଇ...

ସୋସିଆଲ ମିଡିଆରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଭାଇରାଲ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାପ୍ରଭୁଙ୍କ କାର୍ତ୍ତିକ ଓ ଦାମୋଦର ବେଶର ଫଟୋ ଭାଇରାଲ ହେଉଛି। ତେବେ...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୮-୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି...

ଗଞ୍ଜାମରେ ଶନିବାର ‘ନୋ ବ୍ୟାଗ୍‌ ଡେ’

ଛତ୍ରପୁର,୭ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଧୀନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ...

ନାବାଳକଙ୍କୁ ଗୋଇଠା ମାରି ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ଲକ୍‌ଡାଉନ୍‌ରେ ଚା’ ଦୋକାନ ଖୋଲିଥିବା ଜଣେ ନାବାଳକଙ୍କୁ ଗୋଇଠା ମାରିବା ପୋଲିସ ପାଇଁ ମହଙ୍ଗା ପଡ଼ିଛି। ଗୁରୁବାର ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଡିସିପି ନିଲମ୍ବିତ...

ମୁଣ୍ଡଳିରେ ଭାଙ୍ଗିଲା ଡଙ୍ଗା, ବର୍ତ୍ତିଲେ ମତ୍ସ୍ୟଜୀବୀ

ନରାଜ,୭ା୧୧(ଡି.ଏନ୍‌.ଏ.) ବାରଙ୍ଗ ବ୍ଲକ ଅନ୍ତର୍ଗତ ମହାନଦୀର ମୁଣ୍ଡଳି ବ୍ୟାରେଜଠାରେ ବୁଧବାର ଏକ ମାଛ ଧରୁଥିବା ଡଙ୍ଗା ହଠାତ୍‌ ଭାଙ୍ଗିଯାଇଥିଲା। ଏହି ସମୟରେ ମାଛ ଧରୁଥିବା ଦୁଇ...

ତିନି ଦିନ ଯାଏ ବର୍ଷା

ଭୁବନେଶ୍ୱର, ୬।୮(ବ୍ୟୁରୋ): ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା...

Advertisement
Archives

Model This Week