ଭାରତୀୟ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ: ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁଷ୍ପ ବର୍ଷା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା ସହ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସ୍ବାସ୍ଥ୍ୟକର୍ମୀ, ପୋଲିସ ଏବଂ ସ୍ବେଚ୍ଛାସେବୀମାନେ। ବିଶେଷକରି ସ୍ବାସ୍ଥ୍ୟକର୍ମୀମାନେ ପ୍ରତ୍ୟକ୍ଷ ଭାବେ ଏହି ଲଢ଼େଇକୁ ସାମ୍ନା କରୁଛନ୍ତି। ଏହାକୁ ନେଇ ସେମାନଙ୍କୁ ‘କରୋନା ଯୋଦ୍ଧା’ ଭାବେ ଅଭିହିତ କରାଯାଇଛି। ଦେଶରେ କରୋନା ଯୋଦ୍ଧାଙ୍କୁ ଭାରତୀୟ ସେନା ପକ୍ଷରୁ ରବିବାର ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ପ୍ରଥମେ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପୋଲିସ ସ୍ମାରକୀରେ ପୁଷ୍ପ ବର୍ଷା କରାଯାଇଥିଲା। ୩ ସେନା ମୁଖ୍ୟଙ୍କ ସମେତ ବିଭିନ୍ନ ନେତୃବୃନ୍ଦ ପୁଷ୍ପ ଅର୍ପଣ କରିଥିଲେ। ପରେ ଦେଶର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ବାୟୁସେନା ପକ୍ଷରୁ ପୁଷ୍ପବୃଷ୍ଟି କରାଯାଇଛି। ଏହି କ୍ରମରେ ଭୁବନେଶ୍ୱରରେ କୋଭିଡ୍‌ ହସ୍ପିଟାଲରେ ମଧ୍ୟ ହେଲିକାପ୍ଟରରୁ ପୁଷ୍ପ ବର୍ଷା କରାଯାଇଛି। ଏଥିପାଇଁ ହସ୍ପିଟାଲର ସମସ୍ତ କର୍ମଚାରୀ ବାହାରକୁ ଆସିଥିଲେ। ତେବେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ବିଭିନ୍ନ ସ୍ଥାନରେ ଏଭଳି ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଏହାଦ୍ୱାରା ଆଗଧାଡ଼ିରେ ଛିଡ଼ା ହୋଇଥିବା ଯୋଦ୍ଧାଙ୍କ ମନୋବଳ ଦୃଢ଼ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ରେ ଭାଜପାର ସତ୍ୟାଗ୍ରହ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଶାନ୍ତିପ୍ରିୟ ରାଜ୍ୟ ଏବଂ ଜଗନ୍ନାଥ ସଂସ୍କୃତିରେ ଓଡ଼ିଶାର ସୁଖ୍ୟାତି ରହିଛି। ମାତ୍ର ଗତ ୨୩ ବର୍ଷରେ ବିଜେଡି ଶାସନରେ ଓଡ଼ିଶା ରାଜନୈତିକ ଅପରାଧୀଙ୍କ ଚରାଭୂଇଁ...

ଡ୍ରେନେଜ ବ୍ୟବସ୍ଥା ଫେଲ୍‌, ସହର ଜଳମଗ୍ନ

ଭଦ୍ରକ ଅଫିସ, ୨୭।୯ – ଭଦ୍ରକ ପୌରାଞ୍ଚଳର ଖାଲୁଆ ଅଞ୍ଚଳ ଏବେ ଜଳମଗ୍ନ। ଲଗାଣ ବର୍ଷା କାରଣରୁ ସହରର ଖାଲୁଆ ଅଞ୍ଚଳ ରାସ୍ତାଘାଟରେ ପାଣି ଜମି...

ନିଯୁକ୍ତି ସତ୍ତ୍ୱେ ନିଅଣ୍ଟ

ବଇଣ୍ଡା,୫ା୭: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ୨୭ ଡାକ୍ତର ପଦବୀ ଖାଲି ଥିଲା। କରୋନା ସମୟରେ ଏତେ ସଂଖ୍ୟକ ଡାକ୍ତର ନଥିବା ଯୋଗୁ ଆଠମଲ୍ଲିକ ଓ କିଶୋରନଗର...

ସୁନ୍ଦରଗଡ଼ ମେଡିକାଲ କଲେଜରେ ୧୦୦ ସିଟ୍‌ ଲାଗି ଅନୁମୋଦନ

ସୁନ୍ଦରଗଡ଼, ୨୦।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠପଢା ଲାଗି ନ୍ୟାଶନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି।...

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୬କୁ ବୃଦ୍ଧି ପାଇଛି। କେବଳ...

‘ବିଜେଡି ଅହଂକାରୀ ହୋଇଯାଇଛି’

ଅନୁଗୋଳ ଅଫିସ,୧୫।୩ ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଜାଣିଶୁଣି ଗାଡି ଚଢ଼େଇଦେବା ଘଟଣାର ପ୍ରତିବାଦରେ ଅନୁଗୋଳ ଜିଲା...

ଡ୍ରେନ୍‌ ଦୂଷିତ ଯୋଗୁ କରୋନା ବ୍ୟାପିବା ଆଶଙ୍କା: ମୁଖ୍ୟ ଯନ୍ତ୍ରୀଙ୍କୁ ହାଜର ପାଇଁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ଡ୍ରେନ୍‌ ଦୂଷିତ ଯୋଗୁ କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା କରାଯାଉଛି। ତେଣୁ ଡ୍ରେନ୍‌ ସଫେଇରେ ଅବ୍ୟବସ୍ଥା ନେଇ ପରିବେଶ ଦୂଷିତ ହେଉଥିବା ଅଭିଯୋଗରେ କଟକ ଡ୍ରେନେଜ୍‌...

ମହିନ୍ଦ୍ରାର ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍‌

ଭୁବନେଶ୍ୱର,୧୨।୮:ଦେଶର ପ୍ରମୁଖ ଅଟୋଶିଳ୍ପ ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା’ (ଏମ୍‌ ଆଣ୍ଡ ଏମ୍‌) ଲିମିଟେଡ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ବେଲୋରୋ ମ୍ୟାକ୍ସ ପିକ୍‌-ଅପ୍‌ର ବଜାର...

Advertisement
Archives

Model This Week