Posted inଖେଳ

ଭାରତୀୟ ଦଳ ସହ ଗସ୍ତ କରିବେ ୪ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୬।୪- ଆଇସିସି ବିଶ୍ୱକପ୍‌ ଲାଗି ସୋମବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ତେବେ ବିଶ୍ୱକପ୍‌ ସମୟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନେଟ୍ସରେ ବୋଲିଂ ସହାୟତା କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୪ଜଣ ଦ୍ରୁତ ବୋଲରଙ୍କୁ ମନୋନୀତ କରିଛି। ବାମହାତୀ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ସମେତ ଦୀପକ ଚହର, ନବଦୀପ ସଇନି ଓ ଅଭେଷ ଖାଁ ବିଶ୍ୱକପ୍‌ ସମୟରେ ନେଟ୍ସରେ ଭାରତୀୟ ଖେଳାଳିଙ୍କୁ ପ୍ରସ୍ତୁତିରେ ସହାୟତା କରିବେ ବୋଲି ବିସିସିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ୪ ଜଣ ଦ୍ରୁତ ବୋଲର ବର୍ତ୍ତମାନ ଚାଲିଥିବା ଆଇପିଏଲ୍‌ରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦୀପକ ଓ ନବଦୀପ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି। ସେହିଭଳି ଅଭେଷ ଓ ଖଲିଲ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଅଂଶଗ୍ରହଣ କରୁଛନ୍ତି। ଆଇପିଏଲ୍‌ରେ ବାଙ୍ଗାଲୋର ଖରାପ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଉଭୟ ଦୀପକ ଓ ନବଦୀପ ବର୍ତ୍ତମାନ ସୁଦ୍ଧା ୧୦ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ତେବେ ଅଭେଷ ଓ ଖଲିଲ୍‌ କେବଳ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି। ପ୍ରକାଶଯୋଗ୍ୟ, ମେ ୩୦ରୁ ଇଂଲଣ୍ଡରେ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବ। ଭାରତ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ୨ୟ ମ୍ୟାଚ୍‌ରେ ଭାରତ ଜୁନ ୯ରେ ଅଷ୍ଟ୍ରେଲିଆକୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ଲିଗ୍‌ ପର୍ଯ୍ୟାୟ ଜୁନ ୧୬ରେ ମାଞ୍ଚେଷ୍ଟରଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ହାଇଭୋଲଟେଜ ମ୍ୟାଚ୍‌ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇଲା ଲକ୍ଷ୍ନୌ

ଅହମଦାବାଦ,୨୨ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୩୩ ରନରେ ଗୁଜରାଟ ଟାଇଟନ୍ସ (ଜିଟି)କୁ ପରାସ୍ତ...

ରାହୁଲ କି ଗିଲ୍ ନୁହେଁ, ଏହି ଅଣଦେଖା ଷ୍ଟାର ପୂରଣ କରିବେ କୋହଲିଙ୍କ ଶୂନ୍ୟସ୍ଥାନ

ନୂଆଦିଲ୍ଲୀ, ୨୨।୫: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳର ‘ଏ’ ଟିମ୍ ଘୋଷଣା କରାଯାଇଛି। ଏହି ଦଳରେ ଦୀର୍ଘ ଦିନ ପରେ କରୁଣ ନାୟାରଙ୍କୁ...

ଇଂଲଣ୍ଡ ଯିବେ ବୈଭବ ସୂର୍ଯ୍ୟବଂଶୀ 

ନୂଆଦିଲ୍ଲୀ,୨୨।୫: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁଭମନ ଗିଲ, ଜସପ୍ରିତ ବୁମ୍‌ରା, ରିଷଭ ପନ୍ତଙ୍କ ଭଳି କ୍ରିକେଟର ଖେଳିବାର ଆଶା କରାଯାଉଛି। କିନ୍ତୁ ଏହି ସମୟରେ...

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ପ୍ରିତି ଜିଣ୍ଟା? ନକଲି ଫଟୋ ଭାଇରାଲ ପରେ…

ନୂଆଦିଲ୍ଲୀ,୨୨।୫: ପ୍ରୀତି ଜିଣ୍ଟା କୋର୍ଟରେ ପହଞ୍ଚିଛନ୍ତି। ପ୍ରଶ୍ନ ହେଉଛି କାହିଁକି? କିଛି ଦିନ ପୂର୍ବେ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଭାଇରାଲ ହୋଇଥିବା ନକଲି ଫଟୋ ହିଁ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ କିଏ ଆଗୁଆ: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍‌

ନୂଆଦିଲ୍ଲୀ,୨୨।୫: IPL 2025ର ୬୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫୯ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହିତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ...

ରାଜସ୍ଥାନ ରୟାଲ୍ସ ଛାଡ଼ିବେ ଯଶସ୍ବୀ ଜୈସଓ୍ବାଲ? KKR ଯିବାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସରେ ସବୁକିଛି ଠିକ ନାହିଁ କି? ଯଶସ୍ବୀ ଜୈସୱାଲ ଏବଂ ରାଜସ୍ଥାନ ଫ୍ରାଞ୍ଚାଇଜ ମାଲିକଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ କି? IPL...

IPL 2025: ଦିଲ୍ଲୀକୁ ହରାଇ ପ୍ଲେଅଫରେ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ, ୨୧।୫: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ୫୯ ରନରେ ଏକ ଦୃଢ଼ ବିଜୟ ହାସଲ କରି ପ୍ଲେଅଫରେ...

IPL ଫାଇନାଲ ପାଇଁ ଟିଏମସି-ବିଜେପି ମୁହାଁମୁହିଁ, ବଦଳିବ କି ନିଷ୍ପତ୍ତି ?

ନୂଆଦିଲ୍ଲୀ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ର ଫାଇନାଲ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri