Posted inଖେଳ

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଅଭୁଲା ଦିନ, ଜାଣନ୍ତୁ କାହିଁକି

ଆଜିର ଦିନ ଭାରତୀୟ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। ବିଶେଷ କରି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ପାଇଁ ଆଜିର ଦିନ ଏକ ଅଭୁଲା ଦିନ। ୨୦୦୭ ଟି-୨୦ କ୍ରିକେଟ ବିଶ୍ୱକପ ଯୁବରାଜ ସିଂ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଥିଲେ ତାହା କ୍ରିକେଟ ପ୍ରେମୀ କେବେ ବି ଭୁଲିପାରିବେ ନାହିଁ। ଠିକ ୧୨ ବର୍ଷ ପୂର୍ବେ ୧୯ ସେପ୍ଟେମ୍ବର ଦିନ ଟି-୨୦ ବିଶ୍ୱକପର ଯୁବରାଜ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ୱ ରେକର୍ଡ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ବିଶାଳ ଛକା ମାରି କ୍ରିକେଟ ଇତିହାସରେ ଏକ ନୂଆ ରେକର୍ଡ ରଚିଥିଲେ। ଏହି ମ୍ୟାଚଟି ଦକ୍ଷିଣ ଆପ୍ରିକାରେ ଖେଳାଯାଉଥିଲା। ଏହାସହ ଯୁବରାଜ ଏହି ମ୍ୟାଚ୍‌ରେ ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲେ। ସେ ୧୨ଟି ବଲରୁ ଅର୍ଦ୍ଧଶତକ ହାସଲ କରି ଆଉ ଏକ ଇତିହାସ ରଚିଥିଲେ। ସବୁଠୁ କମ ବଲରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ ଯୁବରାଜଙ୍କ ନାଁରେ ରହିଛି। ଭାରତ ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୧୮ରନ୍‌ରେ ପରାସ୍ତ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୮ ରନ କରିଥିବା ବେଳେ ଇଂଲଣ୍ଡ ମାତ୍ର ୨୦୦ ରନ କରିବାରେ ସକ୍ଷମ ହୋଇଥିଲା। ୨୦୦୭ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?