Posted inଖେଳ

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଅଭୁଲା ଦିନ, ଜାଣନ୍ତୁ କାହିଁକି

ଆଜିର ଦିନ ଭାରତୀୟ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। ବିଶେଷ କରି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ପାଇଁ ଆଜିର ଦିନ ଏକ ଅଭୁଲା ଦିନ। ୨୦୦୭ ଟି-୨୦ କ୍ରିକେଟ ବିଶ୍ୱକପ ଯୁବରାଜ ସିଂ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଥିଲେ ତାହା କ୍ରିକେଟ ପ୍ରେମୀ କେବେ ବି ଭୁଲିପାରିବେ ନାହିଁ। ଠିକ ୧୨ ବର୍ଷ ପୂର୍ବେ ୧୯ ସେପ୍ଟେମ୍ବର ଦିନ ଟି-୨୦ ବିଶ୍ୱକପର ଯୁବରାଜ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ୱ ରେକର୍ଡ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ବିଶାଳ ଛକା ମାରି କ୍ରିକେଟ ଇତିହାସରେ ଏକ ନୂଆ ରେକର୍ଡ ରଚିଥିଲେ। ଏହି ମ୍ୟାଚଟି ଦକ୍ଷିଣ ଆପ୍ରିକାରେ ଖେଳାଯାଉଥିଲା। ଏହାସହ ଯୁବରାଜ ଏହି ମ୍ୟାଚ୍‌ରେ ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲେ। ସେ ୧୨ଟି ବଲରୁ ଅର୍ଦ୍ଧଶତକ ହାସଲ କରି ଆଉ ଏକ ଇତିହାସ ରଚିଥିଲେ। ସବୁଠୁ କମ ବଲରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ ଯୁବରାଜଙ୍କ ନାଁରେ ରହିଛି। ଭାରତ ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୧୮ରନ୍‌ରେ ପରାସ୍ତ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୮ ରନ କରିଥିବା ବେଳେ ଇଂଲଣ୍ଡ ମାତ୍ର ୨୦୦ ରନ କରିବାରେ ସକ୍ଷମ ହୋଇଥିଲା। ୨୦୦୭ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍‌ଲାଇନ୍‌ ଚେସ୍‌: କର୍ତ୍ତବ୍ୟ ଚାମ୍ପିୟନ

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ନଳିନୀ ରାଜଗୁରୁ ସ୍ମାରକୀ ଅନ୍‌ଲାଇନ୍‌ ଓପନ ଚେସ୍‌ରେ ଗୁଜରାଟର କର୍ତ୍ତବ୍ୟ ଅନାଡକଟ୍‌...

ସଚିନଙ୍କ ସହ ଡିନର୍‌ କଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୧୮।୪- ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଗୁରୁବାର ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଲାଗି...

ଟିମ୍‌ ଇଣ୍ଡିଆକୁ ଡବଲ୍‌ ଝଟ୍‌କା

ନୂଆଦିଲ୍ଲୀ,୨୩।୨: ଗୁରୁବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଡବଲ୍‌ ଝଟ୍‌କା ଲାଗିଛି। ଦଳର ଦୁଇ ଷ୍ଟାର ଖେଳାଳି...

ମେସି ମାଇଲଷ୍ଟୋନ

ରେକର୍ଡ ଷଷ୍ଠଥର ପାଇଁ ବାଲୋନ ଡି’ ଅର ପୁରସ୍କାର ହାସଲ କରିଥିବା ଲିଓନେଲ ମେସି ବାର୍ସିଲୋନା ପାଇଁ ୭୦୦ତମ ମ୍ୟାଚ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍‌ରେ ବୋରୁସିଆ...

କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର...

ଅଶ୍ୱାରୋହୀ ମିର୍ଜାଙ୍କୁ ଐତିହାସିକ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୨୪।୧୧- ଅଶ୍ୱ ଚାଳନାରେ ଦୁଇଥର ଏସୀୟ ପଦକ ବିଜେତା ଫଓ୍ବାଦ ମିର୍ଜା ୨୦୨୦ ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଦୀର୍ଘ ୨୦...

ମୌରିସିଓଙ୍କ ଚୁକ୍ତି ମିଆଦ ବଢ଼ାଇଲା ଓଏଫ୍‌ସି

ଭୁବନେଶ୍ୱର, ୪।୪(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ବ୍ରାଜିଲିଆନ ଫୁଟ୍‌ବଲର ଡିଏଗୋ ମୌରିସିଓଙ୍କ ଚୁକ୍ତି ମିଆଦ...

ବିଜୟ ସହ ନମ୍ବରଓ୍ବାନକୁ ଫେରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ, ୧୦।୯(ଏପି)-  ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି।...

Advertisement
Archives

Model This Week