Posted inଜାତୀୟ

ଭାରତର ହଳଦୀ ଦ୍ୱାରା କ୍ୟାନ୍‌ସର ଚିକିତ୍ସା ଜ୍ଞାନକୌଶଳକୁ ମିଳିଲା ଆମେରିକା ପାଟେଣ୍ଟ୍‌

ଥିରୁଭାନନ୍ତପୁରମ୍‌,୧୫।୧: କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥାଏ। ଆଧୁନିକ ଜ୍ଞାନକୌଶଳରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଛି। ତେବେ ମଧ୍ୟ ଘରୋଇ ଜ୍ଞାନକୌଶଳ ତଥା ଦେଶୀ ଚିକିତ୍ସା ଦ୍ୱାରା ମଧ୍ୟ କ୍ୟାନ୍‌ସର ସେଲ୍‌କୁ ନଷ୍ଟ କରାଯାଇପାରୁଛି। ହଳଦୀ ବ୍ୟବହାର ଦ୍ୱାରା ଏଭଳି ଜ୍ଞାନକୌଶଳ ବିକଶିତ କରିପାରିଥିବା କେରଳର ଥିରୁଭାନନ୍ତପୁରମ୍‌ର ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌କୁ ଆମେରିକାର ପାଟେଣ୍ଟ୍‌ ମିଳିଛି। କ୍ୟାନସର ପ୍ରଭାବିତ ସ୍ଥାନରେ ହଳଦୀର ବ୍ୟବହାର ଦ୍ୱାରା ବେଶ୍‌ ସୁଫଳ ମିଳିପାରିଥିବା ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌ର ମୁଖ୍ୟ ଲିସୀ କ୍ରିଷ୍ଣନ୍‌ ସୂଚନା ଦେଇଛନ୍ତି। ହଳଦୀରେ ଥିବା ଆଣ୍ଟି କ୍ୟାନ୍‌ସର ଗୁଣଯୋଗୁ ଏହା ସମ୍ଭବ ହୋଇପାରିଥାଏ। ଏହା ସହଜରେ ରକ୍ତରେ ଅବଶୋଷିତ ହେବା ସହିତ ରକ୍ତ ଜମାଟ ପ୍ରକିୟାକୁ ପ୍ରତିରୋଧ କରିଥାଏ। ମାନବ ରକ୍ତର ଫ୍ରିବ୍ରିନ୍‌ରେ ଥିବା ଆଲବୁମିନ୍‌ ରକ୍ତ ଜମାଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ଏହା କ୍ୟାନ୍‌ସର କୋଷିକାକୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ। ହଳଦୀ ବ୍ୟବହାର ଦ୍ୱାରା ଧୀରେଧୀରେ କ୍ୟାନ୍‌ସର କୋଷିକା ନଷ୍ଟ ହେବା ସହିତ ଏହା ନିକଟବର୍ତ୍ତୀ କୋଷିକା ସୁରକ୍ଷିତ ଏବଂ ସଶକ୍ତ ହୋଇପାରିଥାନ୍ତି। ପାଟେଣ୍ଟ ମିଳିବା ପରେ ଏବେ ଏହି ଜ୍ଞାନକୌଶଳକୁ ଅନ୍ୟ ଘରୋଇ ତଥା ଅନ୍ତର୍ଜାତୀୟ ଚିକିତ୍ସା ସଂସ୍ଥାକୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌ର ନିର୍ଦ୍ଦେଶକ ଆଶା କିଶୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ବିବାହ କରୁଥିଲେ ସ୍ବାମୀ, ହଙ୍ଗାମା କଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ଡେରାଡୁନ,୧୪ା୭: ଉତ୍ତରାଖଣ୍ଡର ଉଦ୍ଦମସିଂହ ନଗରରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାକାର ଜଣେ ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ...

ମଣିପୁରରେ କଂଗ୍ରେସର ବଢିଲା ସଙ୍କଟ: ଭାଜପାରେ ସାମିଲ ହୋଇପାରନ୍ତି ୮ ବିଧାୟକ

ଇମ୍ଫାଲ,୨୧।୭: ମଣିପୁରରେ କଂଗ୍ରେସ ଉପରେ ସଙ୍କଟ ଦେଖାଦେଇଛି। ନମଣିପୁର କଂଗ୍ରେସ କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବୁଧବାର...

ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ କୋଟିପତି!

କାନପୁର,୨୦ ।୭: ଉତ୍ତର ପ୍ରଦେଶର କାନପୁରରେ ବିଗ ଡାଟା ସପ୍ଟୱେୟାର, ଆୟକର ବିଭାଗ ଓ ଜିଏସ୍‌ଟି ରେଜିଷ୍ଟ୍ରେଶନର ଯାଞ୍ଚରୁ କାନପୁର ରାସ୍ତା କଡରେ ଠେଲାରେ ପାନ,...

ଲୋକଙ୍କ ସ୍ବାଧୀନତା ଛଡ଼ାଇ ନେଇଛନ୍ତି ଯୋଗୀ ସରକାର: ବିଏସ୍‌ପି ପ୍ରବକ୍ତା

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଗଣତନ୍ତ୍ରର ହତ୍ୟା ହୋଇଛି। ସରକାର ଲୋକଙ୍କ ସ୍ବାଧୀନତା ଛଡ଼ାଇ ନେଇଛନ୍ତି। ଗୁରୁବାର ବିଏସ୍‌ପିର ରାଷ୍ଟ୍ରୀୟ ପ୍ରବକ୍ତା ସୁଧିନ୍ଦ୍ର...

୩୦୩ ସମ୍ମୁଖରେ ୫୨ ରହିବ ଅଧିକ ଓଜନଦାର୍‌: ରାହୁଲ

ନୂଆଦିଲ୍ଲୀ, ୧।୬: ସଂସଦରେ ଭାଜପାର ୩୦୩ ସଦସ୍ୟ ରହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଦସ୍ୟ ସଂଖ୍ୟା ୫୨ ରହିଛି। ୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର୍‌ ରହିବ...

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତଙ୍କ ସମେତ କଂଗ୍ରେସ ବିଧାୟକଙ୍କ ନାଁରେ ମାମଲା ରୁଜୁ

ଜୟପୁର,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ ଚଳାଇଥିବା ବିଦ୍ରୋହୀ ବିଧାୟକଙ୍କ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗୁରୁବାର ଏହି ଷଡ଼ଯନ୍ତ୍ରର...

ବିଜୟ ଶୋଭାଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିଲା

ନୂଆଦିଲ୍ଲୀ,୧୦।୩: ଦେଶର ୫ ରାଜ୍ୟରେ ବିଧାନସଭା ଲାଗି ଭୋଟଗଣତି ଜାରି ରହିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ନେଇ ନିର୍ବାଚନୀ...

ପଶ୍ଚିମବଙ୍ଗରେ ତେଜିଲା ସିଏଏ ବିରୋଧୀ ଆନ୍ଦୋଳନ: ୫ ଟ୍ରେନ୍‌,୧୫ ବସ୍‌ ଜାଳିଦେଲେ;ଆସାମରେ ତେଲ ଟ୍ୟାଙ୍କର

ନୂଆଦିଲ୍ଲୀ/କୋଲକାତା,୧୫ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଉତ୍ତରପୂର୍ବାଞ୍ଚଳରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମେ ପଶ୍ଚିମବଙ୍ଗ ଓ ଅନ୍ୟ...

Advertisement
Archives

Model This Week