Posted inଖେଳ

ଭାରତର ବାରବାଟୀ ବିଜୟ

କଟକ, ୨୨।୧୨ (ତପନ ସ୍ବାଇଁ)-
ଐତିହାସିକ ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି। ଦର୍ଶକଭରା ଷ୍ଟାଡିୟମରେ ଉଡ଼ିଛି ଭାରତର ବିଜୟ ଧ୍ୱଜା। ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ସହ ଭାରତ ସିରିଜ ବିଜୟୀ ହୋଇଛି। ଓପନିଂ ଯୋଡ଼ିରେ ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଶତକୀୟ ଭାଗୀଦାରି ଏବଂ ପରେ ଅଧିନାୟକ ବିରାଟ କୋହଲିଙ୍କ ଇନିଂସ ବଳରେ ଭାରତ ଚଳିତ ସିରିଜର ନିର୍ଣ୍ଣାୟକ ଦିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୩୧୬ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଛି। ବାରବାଟୀରେ ସର୍ବାଧିକ ରନ ଚେଜ୍‌ରେ ଏହା ଏକ ରକର୍ଡ। ପୂର୍ବରୁ ବାରବାଟୀରେ ସର୍ବାଧିକ ରନ ଚେଜ୍‌ ଥିଲା ୨୭୧ ରନ। ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ରନ ଚେଜ୍‌ କରିଥିଲା। ଏବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ସେହି ରେକର୍ଡକୁ ଭାଙ୍ଗିଛି।
କୋହଲିଙ୍କ ବିରାଟ ଇନିଂସ
୩୧୬ ରନ ବିଜୟ ଲକ୍ଷ୍ୟ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା। ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବୋଲରଙ୍କୁ ସଫଳ ମୁକାବିଲା କରବା ସହ ପ୍ରଥମ ଉଇକେଟ ଯୋଡ଼ିରେ ୨୧.୨ ଓଭରରେ ୧୨୨ ରନର ପାର୍ଟନରଶିପ୍‌ ଗଢ଼ି ଭାରତର ବିଜୟ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ୪୩ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିବା ହିଟ୍‌ମ୍ୟାନ ରୋହିତ ୬୩ ବଲ୍‌ରୁ ୮ ଚୌକା ଓ ୧ ଛକା ସହ ୬୩ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଉଇକେଟ କିପର ଶାଇ ହୋପ୍‌ଙ୍କ ହାତରେ କ୍ୟାଚ କରାଇ ୱେଷ୍ଟଇଣ୍ଡିଜକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଜାସନ ହୋଲ୍ଡର। ଅର୍ଦ୍ଧଶତକୀୟ ଇନିଂସ ଅବସରରେ ରୋହିତ କ୍ରିକେଟର ୩ଟି ଫର୍ମାଟରେ ସର୍ବାଧିକ ରନ ସଂଗ୍ରହରେ ଶ୍ରୀଲଙ୍କାର ସନଥ ଜୟସୁରିୟାଙ୍କ ରେକର୍ଡ ଭାଙ୍ଗିଥିଲେ। ନିଜର ୫ମ ଦିନିକିଆ ଅର୍ଦ୍ଧଶତକ ହାସଲ ସହ ଶତକ ଆଡ଼କୁ ବଢ଼ୁଥିବା ରାହୁଲ ମଧ୍ୟ ଅଧାରେ ଅଟକି ଯାଇଥିଲେ। ସେ ୮୯ ବଲ୍‌ରୁ ୮ ଚୌକା ଓ ୧ ଛକା ସହ ୭୭ ରନ କରିଥିବାବେଳେ ଅଲଜାରି ଜୋସେଫଙ୍କ ବଲ୍‌ରେ ହୋପ୍‌ଙ୍କୁୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଶ୍ରେୟାସ ଆୟାର ଓ ରିଷଭ ପନ୍ତ ଏଠାରେ ଫେଲ୍‌ ମାରିଥିଲେ। ଦୁହେଁ ୭ ରନ ଲେଖାଏ କରି ଆଉଟ ହେବାରୁ ଭାରତ ସ୍କୋର ୩୫ ଓଭର ବେଳକୁ ୨୦୧/୪ ହୋଇ ଯାଇଥିଲା। ଅଧିନାୟକ ବିରାଟ କିନ୍ତୁ ବାରବାଟୀରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିଥିଲେ। ଏଠାରେ ସେ ନିଜ ପୂର୍ବ ୪ ଇନିଂସ(ଦିନିକିଆ, ଟି୨୦)ରେ ମାତ୍ର ୩୪ ରନ କରିଥିବାବେଳେ ଏଥର ଅର୍ଦ୍ଧଶତକ ହାସଲ କରି ଭାରତକୁ ବିଜୟ ପଥରେ ଆଗେଇ ନେଇଥିଲେ। ଚଳିତ ସିରିଜରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ନିଜ ସମାଲୋଚକଙ୍କୁ ଚୁପ କରାଇବା ପାଇଁ କେଦାର ଯାଦବ ଏଠାରେ ବଢ଼ିଆ ସୁଯୋଗ ପାଇଥିଲେ। ମାତ୍ର ସେ ତା’ର ସଦୁପଯୋଗ କରିପାରି ନ ଥିଲେ। ସେ ୧୦ ବଲ୍‌ରୁ ମାତ୍ର ୯ ରନ କରିବାକୁ ସକ୍ଷମ ହୋଇଥିଲେ। କେଦାରଙ୍କୁ ଆଉଟ କରିବାପରେ ନିଜ ଟ୍ରେଡ୍‌ମାର୍କ ସାଲ୍ୟୁଟ ମାରି ଖୁସି ମନାଇଥିଲେ ଶେଲଡନ କଟ୍ରେଲ। ବିରାଟ କିନ୍ତୁ ଖେଳିଥିଲେ ଅଧିନାୟକ ଇନିଂସ। ସେ ୮୧ ବଲ୍‌ ଖେଳି ୯ ଚୌକା ସହାୟତାରେ ୮୫ ରନ କରି କେମୋ ପଲ୍‌ଙ୍କ ବଲ୍‌ରେ ପ୍ଲେଡ୍‌ଅନ୍‌ ଆଉଟ ହେବାବେଳକୁ ଭାରତ ବିଜୟ ଦ୍ୱାରରେ ପହଞ୍ଚତ୍ ଯାଇଥିଲା। କୋହଲି ଓ ଜାଡେଜାଙ୍କ ୬ଷ୍ଠ ଉଇକେଟ ଯୋଡ଼ିରେ ୪୪ ବଲ୍‌ରୁ ମୂଲ୍ୟବାନ ୫୮ ରନ ସଂଗୃହୀତ ହୋଇଥିଲା। କୋହଲି ଆଉଟ ହୋଇଥିଲେ ହେଁ ଚାପର ବଶବର୍ତ୍ତୀ ନ ଥିଲେ ଜାଡେଜା ଓ ଶାର୍ଦ୍ଦୁଳ ଠାକୁର। ଅସମାପ୍ତ ୭ମ ଉଇକେଟ ଯୋଡ଼ିରେ ଦୁହେଁ ୧୬ ବଲ୍‌ରେ ୩୦ ରନ ଯୋଗ କରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଜାଡେଜା ୩୧ ବଲ୍‌ରୁ ୪ ଚୌକା ସହାୟତାରେ ୩୯ ଏବଂ ଠାକୁର ୬ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୧୭ ରନରେ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?