ଭାରତର ଆଧାର ଭାରତ ମହାସାଗର

ଡ. କୀର୍ତ୍ତି ରଞ୍ଜନ ମଲ୍ଲିକ

ମହାସମୁଦ୍ରମାନଙ୍କ ମଧ୍ୟରୁ ତୃତୀୟ ବୃହତ୍ତମ ଭାରତ ମହାସାଗର ଭାରତକୁ ତିନି ପାର୍ଶ୍ୱରୁ ଘେରି ରହିଛି। ପୃଥିବୀ ପୃଷ୍ଠର ମୋଟ ଶତକଡା ୨୦ ଭାଗ ଜଳଧାରଣ କରୁଥିବା ଭାରତ ମହାସାଗର ଉତ୍ତର ଦିଗରେ ଏସିଆ ମହାଦେଶ, ପଶ୍ଚିମ ଦିଗରେ ଆଫ୍ରିକା ମହାଦେଶ ଏବଂ ପୂର୍ବ ଦିଗରେ ଅଷ୍ଟ୍ରେଲିଆ ମହାଦ୍ୱୀପର ଅବସ୍ଥିତି। ୭୦ ଲକ୍ଷ ବର୍ଗକିଲୋମିଟର ଅଞ୍ଚଳରେ ବ୍ୟାପ୍ତ ଏହି ମହାସମୁଦ୍ର ଆମ ରାଷ୍ଟ୍ରର ୯ ଗୋଟି ରାଜ୍ୟ, ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଓ ୨ଟି ଦ୍ୱୀପ ସମୂହକୁ ପ୍ରାୟ ୭୫୧୭ କିଲୋମିଟର ଦୀର୍ଘ ଓ ପ୍ରଶସ୍ତ ବେଳା ଭୂମି ପ୍ରଦାନ କରିଛି। ସଂଗୃହୀତ ପରିସଂଖ୍ୟାନ ତଥ୍ୟରୁ ଜଣାଯାଏ, ଆମ ମୋଟ ଜନସଂଖ୍ୟାର ୧୪.୨ ପ୍ରତିିଶତ ଲୋକ ଏହି ଉପକୂଳବର୍ତ୍ତୀ ରାଜ୍ୟର ୬୬ଟି ଜିଲାମାନଙ୍କରେ ବସବାସ କରନ୍ତି। ଧୀବର ଭାଇମାନଙ୍କର ସୁବିଧା ପାଇଁ ଭାରତ ସରକାର ପ୍ରାୟ ୧୭୦ଟି କ୍ଷୁଦ୍ର ପୋତାଶ୍ରୟ ତିଆରିଛନ୍ତି। ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ନିମନ୍ତେ ଦେଶରେ ୧୩ଟି ବୃହତ୍‌ ବନ୍ଦର ଅଛି।
ସମୁଦ୍ରକୁ ନିଷ୍କାସିତ ହେଉଥିବା ନଦୀଜଳ ଭାରତୀୟ ବେଳାଭୂମି ଓ ନଦୀମୁହାଣରେ ସୃଷ୍ଟି କରେ ଅନେକ ନିଆରା ପରିବେଶ। ସନ୍ତସନ୍ତିଆ ଅଞ୍ଚଳ, ଲବଣାକ୍ତ ହ୍ରଦ, ତ୍ରିକୋଣଭୂମି ଓ କାଦୁଅ ଲୁଣିପାଣିରେ ଉପରକୁ ଚେର କାଢି ବଢୁଥିବା ଗ୍ରୀଷ୍ମମଣ୍ଡଳୀୟ ଗଛବୁଦା (ହେନ୍ତାଳ ବଣ)ମାନଙ୍କରେ ପ୍ରକୃତି ଏକ ସୁନ୍ଦର ଜୈବବିବିଧତାର ରଚନା କରେ। ଉଦାହରଣ ସ୍ବରୂପ, କେରଳର ଭେମ୍‌ବାନାଡ ସନ୍ତସନ୍ତିଆ ଅଞ୍ଚଳ, ଓଡିଶାର ଚିଲିକା ହ୍ରଦ ଓ ଭିତରକନିକା ହେନ୍ତାଳ ବଣ, ପଶ୍ଚିମବଙ୍ଗ ତଥା ବାଂଲାଦେଶରେ ପରିବ୍ୟାପ୍ତ ଗଙ୍ଗା-ବ୍ରହ୍ମପୁତ୍ର ତ୍ରିକୋଣଭୂମି ଓ ସୁନ୍ଦରବନ ଇତ୍ୟାଦି। ଆମ ରାଜ୍ୟର ଋଷିକୁଲ୍ୟା ନଦୀ ମୁହାଣରେ ଅଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ଏଠାକୁ ସାମୂହିକ ଅଣ୍ଡା ଦେବା ପାଇଁ ପ୍ରତିବର୍ଷ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ପ୍ରଶାନ୍ତ ମହାସାଗରରୁ ହଜାର ହଜାର କିଲୋମିଟର ସମୁଦ୍ରପଥ ଅତିକ୍ରମ କରି ଆସନ୍ତି। ବଣ୍ୟ କର୍ମଚାରୀମାନଙ୍କର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୩ ରୁ ୫ ଲକ୍ଷ କଇଁଛ ଶାବକ ବଙ୍ଗୋପସାଗରକୁ ନିଜର ଜୀବନଯାତ୍ରା ଆରମ୍ଭ କରୁଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପସମୂହ ଏବଂ ଲାକ୍ଷାଦ୍ୱୀପରେ ଥିବା ପ୍ରବାଳ ପ୍ରାଚୀର ମଧ୍ୟରେ ଭଳିକି ଭଳି ନାନା ରଙ୍ଗର ସାମୁଦ୍ରିକ ଜୈବ ସମାହାର ଦେଖାଯାଏ। କେରଳର ଭରକଲା, କୋଭାଲମ୍‌, ଗୋଆର ଆଗେଣ୍ଡୋ, ୱାଘା, ଅଉନା, ଆଣ୍ଡାମାନ ନିକୋବର ଦ୍ୱୀପ ସମୂହର ହାଭ୍‌ଲକ୍‌, ଓଡିଶାର ଗୋପାଳପୁର, ଚନ୍ଦ୍ରଭାଗା, ଚାନ୍ଦିପୁର, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଆଦି ଅଞ୍ଚଳରେ ଥିବା ବାଲୁକାମୟ ସମୁଦ୍ର ବେଳାଭୂମିକୁ ନିତିଦିନ ହଜାର ହଜାର ପର୍ଯ୍ୟଟକ ନିଜର କ୍ଲାନ୍ତି ଓ ଅବସାଦ ଦୂର କରିବା ପାଇଁ ଆସନ୍ତି। ପର୍ଯ୍ୟଟନ ଶିଳ୍ପ କାଳକ୍ରମେ ଅନେକ ବିକଶିତ ହୋଇଛି।
ଓଡ଼ିିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଓ ମହାରାଷ୍ଟ୍ରର ସମୁଦ୍ର କୂଳରେ ଥିବା ବେଳାଭୂମି ସ୍ରୋତଜ ନିକ୍ଷେପୟଗୁଡିକରେ ଭାରି ଖଣିଜ ବାଲୁକା ସମାହରଣରୁ ଜିରକୋନିୟମ୍‌, ଥୋରିୟମ୍‌, ରୁଟାଇଲ୍‌, ମୋନାଜାଇଟ୍‌ ଆଦି ବିରଳ ମୃତ୍ତିକା ଉପାଦାନ ଦେଶର ବିକାଶ କାର୍ଯ୍ୟରେ ନିୟୋଜିତ ହେଉଛି। ଚେନ୍ନାଇର ରାଷ୍ଟ୍ରୀୟ ମହାସାଗର ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ, ଗୋଆର ରାଷ୍ଟ୍ରୀୟ ମହାସାଗର ସମ୍ବନ୍ଧୀୟ ବୈଜ୍ଞାନିକ ଅଧ୍ୟୟନ ଅନୁଷ୍ଠାନ ଓ ଭାରତୀୟ ଭ୍ବ-ତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଭାରତ ମହାସମୁଦ୍ର ଗହ୍ବର ତଳେ ଥିବା ବହୁ ଧାତୁ ଅର୍ବୁଦ ମୂଳ ଧାତୁ ସହିତ ଆବୃତ୍ତ ହୋଇ ରହୁଥିବା ସୁନା, ରୁପା, ନିକେଲ୍‌, କୋବାଲ୍ଟ ଆଦି ଖଣିଜ ପଦାର୍ଥର ସନ୍ଧାନ ପାଇଛି ଓ ଖନନ କରି ଗବେଷଣା କରୁଛି। ଆରବସାଗର ଅପତଟର ବମ୍ବେହାଇ ଓ ବଙ୍ଗୋପସାଗର ଅପତଟର କ୍ରିଷ୍ଣା-ଗୋଦାବରୀ ଅବବାହିକାରୁ ଭାରତ, ତୈଳାଶୟଗୁଡିକରୁ ପ୍ରଚୁର ଖଣିଜ ତୈଳ ଉତ୍ତୋଳନ କରୁଛି। ଏହି ସବୁ ଉପାଦେୟ ଖଣିଜ ପଦାର୍ଥ, ଜୈବଇନ୍ଧନ ଓ ବିରଳ ମୃତ୍ତିକା ଭାରତର ବିକାଶ ଅଭିବୃଦ୍ଧି ନିମନ୍ତେ ବେଶ୍‌୍‌ ସହାୟକ।
ମୌସୁମୀ ବାୟୁର ଉପତ୍ତ୍ତିସ୍ଥଳ ହେଉଛି ଆରବସାଗର, ଏହା ଭାରତ ମହାସାଗରର ଏକ ଅଭିନ୍ନ ଅଙ୍ଗ। ଆରବସାଗର ବିଳମ୍ବରେ ଗରମ ହେଲେ ସୁଦ୍ଧା ଅଧିକ ସମୟ ଉତ୍ତାପ ଧରି ରଖେ, ଯଦ୍ଦ୍ବାରା ବାୟୁ ଚାପର ବୃଦ୍ଧି ଘଟିଥାଏ। ଏତିକି ବେଳକୁ ସମୁଦ୍ର ଜଳର ବାଷ୍ପୀକରଣ ପ୍ରକ୍ରିୟା ତ୍ୱରାନ୍ବିତ ହୋଇ ଅନେକ ମେଘମାଳାର ସୃଷ୍ଟି ଘଟେ। ମେ ମାସର ଶେଷ ସପ୍ତାହରେ ନିମ୍ନ ବାୟୁଚାପଭୁକ୍ତ ଭାରତୀୟ ଭୂଖଣ୍ଡର ସନ୍ତୁଳନ ରକ୍ଷା ପାଇଁ ଦକ୍ଷିଣ ପଶ୍ଚିମ ଦିଗରୁ ମୌସୁମୀ ବାୟୁ ଆରବସାଗର ପଟୁ ମେଘଖଣ୍ଡମାନଙ୍କୁ ବୁହାଇ ଆଣେ। ଜୁନ୍‌ ମାସର ପ୍ରଥମ ସପ୍ତାହରୁ ସେପ୍ଟେମ୍ବର ମାସର ଶେଷ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ ମୌସୁମୀ ବର୍ଷାଜନିତ ଖରିଫ୍‌ ଫସଲ, ପନିପରିବା, ବୃକ୍ଷଲତା, ଫଳ ପୁଷ୍ପ ଆଦିର ସମ୍ଭାର ଦେଖିବାକୁ ମିଳେ। ସମୟାନୁକ୍ରମେ ମୌସୁମୀ ବାୟୁଜନିତ ବୃଷ୍ଟି ଅବପାତରେ ଧୀରେ ଧୀରେ ବଙ୍ଗୋପସାଗର ବଳ ପ୍ରଦାନ କରେ, ଯାହା ଭାରତ ମହାସାଗରର ଆଉ ଏକ ପ୍ରମୁଖ ଅଙ୍ଗ। ଏହା ଯୋଗୁ ଦେଶର କୃଷି ଉପତ୍ାଦନର ଅନେକ ବୃଦ୍ଧି ଘଟେ।
ବେଳେବେଳେ ଭାରତ ମହାସାଗର ନିମିଷକ ମଧ୍ୟରେ ବିଭୀଷିକାର କାୟା ବିସ୍ତାର କରେ ଆଉ ଲକ୍ଷ ଲକ୍ଷ ଧନଜୀବନ ହାନି ଘଟାଏ। ୨୦୦୪ ମସିହା ଡିସେମ୍ବର ୨୬ ତାରିଖରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ନିକଟରେ ସାଗର ତଳ ଚଟାଣ ସ୍ତରବିଚ୍ୟୁତି ଯୋଗୁ ସୃଷ୍ଟ ସାମୁଦ୍ରିକ ଭୂକମ୍ପନ ଫଳରେ ସୁନାମୀ ମାଡ଼ିଆସିଲା, ଯାହାର ତୀବ୍ରତା ଥିଲା ରିକ୍ଟର ସ୍କେଲରେ ୯.୧। ଏହି ପ୍ରଳୟଙ୍କରୀ ବିଶାଳ ସୁନାମୀ ୧୪ଟି ଦେଶର ପ୍ରାୟ ୨ ଲକ୍ଷ ୨୮ ହଜାର ଲୋକଙ୍କର ଅକାଳ ମୃତ୍ୟୁର କାରଣ ସାଜିଥିଲା। ଭାରତର ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ପ୍ରାୟ ୧୫,୦୦୦ ଲୋକ ମୃତ୍ୟୁବରଣ କରିଥିଲେ। ଏହି କେଇ ବର୍ଷ ହେବ ଉତ୍ତର ଭାରତ ମହାସାଗରୀୟ ଘୂର୍ଣ୍ଣିବାତ୍ୟା ଆମ ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କ ପାଇଁ ଦେହସୁହା ପାଲଟି ଗଲାଣି। ତେବେ ବାରମ୍ବାର ପୂର୍ବ ଉପକୂଳିଆ ରାଜ୍ୟର ଜିଲାମାନଙ୍କରେ ଏହି ସାମୁଦ୍ରିକ ଝଡ଼ ଧସେଇ ପଶୁଥିବାରୁ ବଙ୍ଗୋପସାଗରକୁ ବାତ୍ୟାର ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନୁସନ୍ଧାନରୁ ଜଣାପଡେ, ପ୍ରତିବର୍ଷ ଏଠାରେ ହାରାହାରି ୪ଟି ବାତ୍ୟାର ରୂପରେଖ ପ୍ରସ୍ତୁତ ହେଲାବେଳେ, ଆରବସାଗରରେ ଏହାର ସଂଖ୍ୟା ମାତ୍ର ୧ରେ ସୀମିତ।
ଭାରତ ଭୂଖଣ୍ଡ ଓ ହିମାଳୟ ପର୍ବତମାଳାରୁ ବାହାରୁଥିବା ନଦୀମାନଙ୍କର ପ୍ରାୟ ୭୭ପ୍ରତିଶତ ନଦୀଜଳ ବଙ୍ଗୋପସାଗରକୁ ପ୍ରବାହିତ ହୋଇଥାଏ। ସୁତରାଂ ସମୁଦ୍ର ଜଳର ଲବଣତା ଅନେକ ମାତ୍ରାରେ ହ୍ରାସ ପାଇଥାଏ, ଯଦ୍ଦ୍ବାରା ଜଳରାଶି ଘନତ୍ୱ ହରାଏ, ଏଣୁ ଖୁବ୍‌୍‌ଶୀଘ୍ର ଉତ୍ତାପ ଆହରଣ କରିବାକୁ ସକ୍ଷମ ହୋଇଯାଏ। ଉତ୍ତର ପୂର୍ବ ଭାରତ ମହାସାଗରରେ ଶିଥିଳ ବାୟୁପ୍ରବାହ ଦ୍ୱାରା ସାଗର ପୃଷ୍ଠର ଉତ୍ତପ୍ତ ଜଳରାଶି ସହ ଗଭୀର ପ୍ରଦେଶରେ ଥିବା ଥଣ୍ଡା ଜଳରାଶିର ଭୁଲମ୍ବୀୟ ମିଶ୍ରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଯାଇଥାଏ। ଏହି କାରଣରୁ ମହାଜଳରାଶିର ତାପମାତ୍ରା ଧୀରେ ଧୀରେ ବୃଦ୍ଧିପାଇ ବାତ୍ୟା ନିମନ୍ତେ ଅତି ଆବଶ୍ୟକ ତାପମାତ୍ରା, ଜଳୀୟ ବାଷ୍ପଜନିତ ମାତ୍ରାଧିକ ଆଦ୍ରତା ସାଉଁଟିବାରେ ସକ୍ଷମ ହୋଇଯାଏ, ଯାହା ଲଘୁଚାପ ଅବପାତର ରୂପ ନିଏ।
ଅତୀତରେ ଥାନେ, ତିତ୍‌ଲି, ଫାଇଲିନ୍‌, ହୁଡୁହୁଡୁ ଇତ୍ୟାଦି ନାମରେ ନାମିତ ବାତ୍ୟା ସବୁ ଅନେକ କ୍ଷୟକ୍ଷତି ଘଟେଇଛନ୍ତି। ଆମ ରାଜ୍ୟ ଓଡ଼ିଶା ଉପକୂଳରେ ୧୯୯୯ ମହାବାତ୍ୟାର ତାଣ୍ଡବ ଲୀଳାରେ ଲକ୍ଷ ଲକ୍ଷ ଲୋକ, ଗୃହପାଳିତ ପଶୁମାନଙ୍କର ଅକାଳ ମୃତ୍ୟୁ ପରର ଭୟାବହ ଦୃଶ୍ୟ ମନେପଡିଲେ, ଆଜି ବି ଦେହ ଶୀତେଇ ଯାଏ। ବାତ୍ୟା ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଗତ ୧୫ ବର୍ଷ ହେଲା ବାତ୍ୟାଗୁଡିକର ସଂଗଠନ, ବଳ ଓ ପ୍ରକ୍ଷେପ ପଥ ବିଷୟରେ ଠିକ୍‌ ମୂଲ୍ୟାଙ୍କନ କରିବାରେ ସକ୍ଷମ ହୋଇଛି। ଏହି କାରଣରୁ ଆରବସାଗର ଆଉ ବଙ୍ଗୋପସାଗର ତଟୀୟ ରାଜ୍ୟ ସରକାରଗୁଡିକ ସାମୁଦ୍ରିକ ଝଡର ଆଗମନର ଯଥେଷ୍ଟ ପୂର୍ବରୁ ଆଗୁଆ ପଦକ୍ଷେପ ନେଇ ଜନଜୀବନ କ୍ଷୟକ୍ଷତି ଅଟକାଇବାରେ ଦକ୍ଷତା ହାସଲ କଲେଣି। ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାରଙ୍କର ସରକାରୀ କଳର ତପତ୍ରତା ଯୋଗୁ ବାତ୍ୟାଜନିତ ବିପର୍ଯ୍ୟୟ ମୁକାବିଲା, ଉପକୂଳିଆ ଲୋକ ଓ ଗୃହପାଳିତ ପଶୁମାନଙ୍କର ବାତ୍ୟା ଆଶ୍ରୟ ସ୍ଥଳୀକୁ ବିସ୍ଥାପନ, ସାରା ବିଶ୍ୱ ଦରବାରରେ ସଦା ଉଚ୍ଚପ୍ରଶଂସିତ ହେଉଛି।
ଜୀବନ ଜୀବିକା ହେଉ ଅବା ଦେଶର ବିକାଶ ପାଇଁ ଖଣିଜ ତୈଳର ଉପଯୋଗିତା ଓ ଖଣିଜ ପଦାର୍ଥ ଖନନ, ପଯର୍‌ୟଟନ ଶିଳ୍ପ ବୃଦ୍ଧି ଆଦି ସବୁ କ୍ଷେତ୍ରରେ ଭାରତ ମହାସାଗରର ଅବଦାନ ଅତୁଳନୀୟ। ଦୈବାତ୍‌ ଘଟିତ ସୁନାମୀ ଭଳି ପ୍ରାକୃତିକ ଦୁର୍ଦ୍ଦଶାକୁ ଛାଡ଼ିଦେଲେ ସାମୁଦ୍ରିକ ବାତ୍ୟାର ବାରମ୍ବାର ଆଗମନ ଆଉ କେବେକେବେ ଦୁର୍ବଳ ମାୈସୁମୀ ବାୟୁଜନିତ ବର୍ଷା ଅଭାବ ଯୋଗୁ ଭାରତ ମହାସାଗର ଆମକୁ ନିରୁପାୟ କରୁଛି ସତ, କିନ୍ତୁ ମନୁଷ୍ୟକୃତ ବିଶ୍ୱତାପନ ଓ ତଦ୍ଦ୍ବାରା ହେଉଥିତ୍ବା ଜଳବାୟୁ ପରିବର୍ତ୍ତନ ଏହାର ଏକ ପ୍ରମୁଖ କାରଣ। ଏଠାରେ କହିବା ବାହୁଲ୍ୟ, ଭାରତର ଦଶା ଓ ଦିଶା ନିୟନ୍ତ୍ରଣରେ ଭାରତ ମହାସାଗରର ଏକ ପ୍ରମୁଖ ଭୂମିକା ସମ୍ପାଦନ କରୁଛି। ଅତଏବ ଭାରତର ଆଧାର, ଭାରତ ମହାସାଗର।
ଅଧ୍ୟାପକ, ଭୂତତ୍ତ୍ୱ ବିଭାଗ, ଉକତ୍ଳ ବିଶ୍ୱବିଦ୍ୟାଳୟ
ମୋ-୭୮୭୩୨୭୬୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଦେଶର ଏବେ ବି ଅନେକ ସ୍ଥାନରେ ମହିଳାମାନେ ପାଣି ପାଇଁ ମାଇଲ ମାଇଲ ଯାଉଛନ୍ତି। ହେଲେ ମଧ୍ୟପ୍ରଦେଶର ଜଣେ ମହିଳା...

ଦୀର୍ଘଜୀବୀ ହେଉ ଆମ ଗଣତନ୍ତ୍ର

ପ୍ରକାଶ ତ୍ରିପାଠୀ ଜାନୁୟାରୀ ୨୪, ୧୯୫୦ରେ ଇଂଲିଶ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା ଏକ ଦୃଷ୍ଟି ଆକର୍ଷଣକାରୀ କାର୍ଟୁନ। ଦୃଶ୍ୟଟି ଥିଲା...

ଆଜିର ଅର୍ଥନୀତି/ସର୍ବନାଶର ବାଟ

୧୪ ଏପ୍ରିଲ ପରେ କେନ୍ଦ୍ର ଏବକାର ଲକ୍‌ଡାଉନକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଅନେକ ରାଜ୍ୟ ସରକାର ଏହା କରିବା ପାଇଁ କେନ୍ଦ୍ର ଉପରେ ଚାପ...

ଭାରତର ପ୍ରମୁଖ ସମସ୍ୟା

ଆକାର ପଟେଲ ଚଳିତ ବର୍ଷର ଦ୍ୱିତୀୟ ତ୍ରିମାସୀରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଯାଇଛି, ଯାହା ଗତ ଛଅବର୍ଷ ଭିତରେ ସର୍ବନିମ୍ନ। ନିର୍ମାଣ ଶିଳ୍ପ,...

ଅନ୍ୟ ଆଖିରେ ବଞ୍ଚିବା

ଡ. ସୁବାସ ଚନ୍ଦ୍ର ପାତ୍ର ମଣିଷ ନିଜ ଆଖିରେ ଦେଖେ, କିନ୍ତୁ ଅନ୍ୟ ଆଖିରେ ବଞ୍ଚେ। ନିଜ ଆଖିରେ ସେ ତା’ର ଦୈହିକ ପ୍ରତିଫଳନ ଦେଖିପାରେ,...

ଆତ୍ମନିର୍ଭର ଭରତ

ଡ. କୁଳାଙ୍ଗାର ପ୍ରଥମରୁ କହିରଖୁଛୁ କି ଏହି ରଚନାର ଶୀର୍ଷକଟିକୁ ଯଦି ଆପଣ ଭୁଲ୍‌ରେ ଆତ୍ମନିର୍ଭର ଭାରତ ବୋଲି ପଢିଛନ୍ତି, ତେବେ ଆମର ଆଦୌ ଦୋଷ...

ପୋଖତ ପ୍ରତିନିଧି

-ଜିତେନ୍ଦ୍ର କୁମାର ନାୟକ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ବିଶ୍ୱ ମଞ୍ଚରେ ପ୍ରତିଟି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟକୁ ଠିକ୍‌...

ଖର୍ଚ୍ଚ କମାଇବ ରେଲ୍‌ଓ୍ବେ

କୋଭିଡ୍‌-୧୯ ମହାମାରୀ ଯୋଗୁ ରେଲ୍‌ଓ୍ବେର ଆୟ ଗୁରୁତର ଭାବରେ ହ୍ରାସ ପାଇଛି। ତେଣୁ ଏହା ନାନା ଉପାୟରେ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ...

Play 250+ Trending Games
Archives

Model This Week

Why Dharitri