କମୁଛି ରାଜସ୍ବ, ବଢୁଛି ଖର୍ଚ୍ଚ: ଅଧିକ ଋଣ କରିପାରନ୍ତି ସରକାର

ନୂଆଦିଲ୍ଲୀ, ୧୧।୯ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷରେ ଟିକସ ସଂଗ୍ରହ କମୁଥିବାରୁ ରାଜକୋଷ ଉପରେ ଏବେ ଚାପ ପଡୁଛି। ଏଭଳି ବିଭିନ୍ନ କାରଣ ଲାଗି ସରକାର ଅଧିକ ଋଣ କରିବାକୁ ବାଧ୍ୟ ହୋଇ ପାରନ୍ତି। ପରିଶେଷରେ କହିବାକୁ ଗଲେ ନିଅଣ୍ଟିଆ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସରକାର ମନେଟାଇଜେଶନ ଉପରେ ବିଚାର କରିପାରନ୍ତି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗ ଲାଗି ଋଣ ଯୋଜନା ମାର୍ଚ୍ଚ ୩୧ରେ ଶେଷ ହେଉଛି। ଏ ସଂକ୍ରାନ୍ତ ବିଭିନ୍ନ ଦିଗ ଉପରେ ରିଜର୍ଭ ବ୍ୟାଙ୍କ ଏବଂ ସରକାର ଚଳିତ ମାସ ଶେଷ ଆଡକୁ ବିଚାର କରିବେ ବୋଲି ଶୁଣାଯାଉଛି।
ଋଣର ମନେଟାଇଜେଶନ ଉପରେ ରହିଥିବା ସାମ୍ଭାବ୍ୟ ସ୍ଥିତି ଉପରେ ବର୍ତ୍ତମାନ ସୁଦ୍ଧା ଆଲୋଚନା କରାଯାଇଛି। ଏହା ଏଭଳି ଏକ କାର୍ଯ୍ୟ ଯେଉଁଥିରେ ବିତ୍ତୀୟ ନିୟଣ୍ଟ (ସରକାରଙ୍କ ଆୟ ବ୍ୟୟ ମଧ୍ୟରେ ପାର୍ଥକ୍ୟ)କୁ ପୂରଣ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଟଙ୍କା ଛାପିଥାଏ। ଅର୍ଥାତ ନିଅଣ୍ଟକୁ ଭରଣା ଲାଗି ରିଜର୍ଭ ବ୍ୟାଙ୍କ କିଛି ପରିମାଣର ଟଙ୍କା ଛାପି ସ୍ଥିତିକୁ ନିୟନ୍ତ୍ରଣ କରିଥାଏ। ୧୯୯୭ରେ ଏଭଳି ପୂର୍ବରୁ ହୋଇଯାଇଛି। ଏହାକୁ ସାଧାରଣତଃ ଠିକ୍‌ କାର୍ଯ୍ୟ ବୋଲି ଅନେକଙ୍କ ଦ୍ୱାରା ବିବେଚନା କରାଯାଇ ନ ଥାଏ। ହେଲେ ତବବରିଆ ଭାବେ ଏଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ନାହିଁ ବୋଲି ଅଧିକାରୀ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ନିଶ୍ଚିତ ପକ୍ଷେ ସରକାରଙ୍କୁ ଅଧିକ ଋଣ କରିବାକୁ ପଡିବ। ଟଙ୍କା ଛପାଇବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ସ୍ଥିତି ଉପରେ ଏବେ ନଜର ରଖାଯାଇଛି। ଧର୍ଯ୍ୟ ଧରି ଆଗକୁ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ଦିଗରେ ବିଚାର କରାଯାଉଥିବା ଅଧିକାରୀ କହିଛନ୍ତି।
ଅନ୍ୟ ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି, ଡେଟ୍‌ ମନେଟାଇଜେଶନ ଏକ ଯଥାର୍ଥ ବିକଳ୍ପ ନୁହେଁ। ମାତ୍ର କେତେକ ଦେଶ ଏଭଳି କରୁଥିବା ଦେଖାଯାଉଛି। ମାତ୍ର ଏହା ସରକାରଙ୍କ ଲାଗି ଶେଷ ପନ୍ଥା ହୋଇପାରେ। ଏହା କ୍ରେଡିଟ ରେଟିଂକୁ ପ୍ରଭାବିତ କରିବ। ଏହାବାଦ ମୁଦ୍ରାସ୍ଫୀତି ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇବ। ଖାଦ୍ୟ ସାମଗ୍ରୀ ଦରଦାମ ବଢିଲେ ଏହା ଲୋକଙ୍କର ଚିନ୍ତା ବଢାଇବ। ସରକାରଙ୍କ ଲାଗି ଏହା ମଧ୍ୟ ଚିନ୍ତାର କାରଣ ପାଲଟିପାରେ। ରିଜର୍ଭ ବ୍ୟାଙ୍କ ଓପନ୍‌ ମାର୍କେଟ ଅପରେଶନ ଦ୍ୱାରା ନଗଦ ସୁବିଧାକୁ ତ୍ୱରାନ୍ବିତ କରିପାରେ ବୋଲି ଅନ୍ୟ ଜଣେ ଅଧିକାରୀ ମତ ରଖିଛନ୍ତି। ଏହା ଦ୍ୱାରା ଅଧିକ ପରିମାଣର ଋଣ କରାଯାଇପାରେ। ସୂଚନା ଯୋଗ୍ୟ, ୧୨ ଲକ୍ଷ କୋଟି ଟଙ୍କା ଋଣ କରିବା ଲାଗି ସରକାର ପୂର୍ବରୁ ଲକ୍ଷ୍ୟ ରଖିଥିଲେ। ହେଲେ ସ୍ଥିତି ଯାହା ଉପୁଜିଛି ସରକାରଙ୍କୁ ଅଧିକ ଅର୍ଥ ଆବଶ୍ୟକ ପଡୁଛି।
ରିଜର୍ଭ ବ୍ୟାଙ୍କ ବଜାରରେ ୧୧ ଲକ୍ଷ କୋଟି ଟଙ୍କାର ନଗଦ ଉପଲବ୍ଧ କରାଇଛି। ଏଭଳି ସ୍ଥିତିରେ ସରକାର ଗତ ବର୍ଷ ତୁଳନାରେ ୭୦% ଅଧିକ ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ପାଇଁ ସରକାରଙ୍କୁ ବାଧ୍ୟ ହୋଇ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ୪ ମାସରୁ ଅଧିକ ସମୟ ଲାଗି ଦେଶକୁ ଲକ୍‌ଡାଉନ କରି ରଖାଯାଇଥିଲେ ମଧ୍ୟ କରୋନା ସଂକ୍ରମଣରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍‌ ଦେଶ। ଲକ୍‌ଡାଉନ ପାଇଁ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଖସିଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ପ୍ରାୟ ୧୪% ଖସିବା ନେଇ ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। ସରକାରଙ୍କ ରାଜସ୍ବ ଲଗାତର ଖସୁଛି। ଯାହା ଅତ୍ୟନ୍ତ ଚିନ୍ତାଜନକ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକରୁ ଅଂଶଧନ କ୍ରୟ ଦ୍ୱାରା ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ହୋଇପାରେ ବୋଲି ସରକାରଙ୍କ କିଛିଟା ଆଶା ରହିଛି। ଏହି ପରିପ୍ରେକ୍ଷୀରେ ଡିବିଏସ୍‌ର ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି , ଡେଫିସିଟ ମନେଟାଇଜେଶନ ଦ୍ୱନ୍ଦ୍ୱ ଭାରତ ପାଇଁ କିଛି ସ୍ବତନ୍ତ୍ର ନୁହେଁ। ଗୋଟିଏ କଥା ସରକାରଙ୍କୁ ସ୍ପଷ୍ଟ ଭାବେ ବିଚାର କରିବାକୁ ହେବ ମହାମାରୀ ଲାଗି ଏଭଳି ବ୍ୟବସ୍ଥା ଗ୍ରହଣଯୋଗ୍ୟ। ଏହାକୁ ବାରମ୍ବାର କରିବା ଗ୍ରହଣଯୋଗ୍ୟ ହୋଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri