ଭାରତର ଅର୍ଥନୀତି ମଜବୁତ୍‌: ଶକ୍ତିକାନ୍ତ

ମୁମ୍ବାଇ,୨୦-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଦେଶର ବାଣିଜ୍ୟ ହ୍ରାସକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ୱ ସ୍ତରରେ ଏବେ ସୁଦ୍ଧା ମାନ୍ଦାବସ୍ଥା ସ୍ଥିତି ଉପୁଜି ନାହିଁ। ବିଶ୍ୱରେ ସୃଷ୍ଟି ହୋଇଥିବା ବିପଦ ସତ୍ତ୍ୱେ ଦେଶର ଅର୍ଥବ୍ୟବସ୍ଥା ମଜବୁତ୍‌ ସ୍ଥିତିରେ ରହିଛି, କାରଣ ମାତ୍ର ୧୯.୭%ବିଦେଶୀ ଋଣ ରହିଛି। ସେ କହିଛନ୍ତି ଯେ, ଆସନ୍ତା ୧୨ ମାସ ପର୍ଯ୍ୟନ୍ତ ଭାରତର ମୁଦ୍ରାସ୍ଫୀତି ହାର ୪% ତଳେ ରହିବ। ଆର୍ଥିକ ବୃଦ୍ଧି ହ୍ରାସ ପାଇବା ଏବଂ ମୁଦ୍ରାସ୍ଫୀତିରେ ସ୍ଥିରତାକୁ ଦୃଷ୍ଟିରେ ରଖିଲେ ପୁଣିଥରେ ରେପୋ ରେଟ ହ୍ରାସ କରାଯାଇପାରେ ବୋଲି ଶକ୍ତିକାନ୍ତ କହିଛନ୍ତି।
ବ୍ଲୁମ୍‌ବର୍ଗ ଇଣ୍ଡିଆ ଇକୋନୋମିକ ଫୋରମ୍‌ ବୈଠକରେ ଯୋଗ ଦେଇ ଆର୍‌ବିଆଇ ଗଭର୍ନର କହିଛନ୍ତି ଯେ, ବାଣିଜ୍ୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଶକ୍ତିକାନ୍ତ କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟ ପରିବେଶ ଏବେ ଆହ୍ବାନପୂର୍ଣ୍ଣ ରହିଛି। ବିଶ୍ୱ ସ୍ତରରେ ବିକାଶ ହାର ହ୍ରାସ ପାଉଛି ଏବଂ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜର ମୁଦ୍ରାନୀତିକୁ ସରଳ କରୁଛନ୍ତି। କିନ୍ତୁ ଏହା ସତ ଯେ, ଏବେ ସୁଦ୍ଧା ବିଶ୍ୱରେ ମାନ୍ଦାବସ୍ଥା ଆସିନାହିଁ। ସେ କହିଛନ୍ତି ଯେ, ବିଶ୍ୱ ଆହ୍ବାନର ଆଘାତରୁ ଦେଶର ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଢ଼ାଞ୍ଚାଗତ ସୁଧାର ଲାଗି ସରକାର ବଜେଟରେ ନିର୍ଦ୍ଧାରିତ କରିଥିବା ଅର୍ଥ ଖର୍ଚ୍ଚ କରନ୍ତୁ। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆର୍ଥିକ ବୃଦ୍ଧିକୁ ଗତିଶୀଳ କରିବାକୁ ହେଲେ ଏବଂ ମାନ୍ଦାବସ୍ଥା ଚକ୍ରର ମୁକାବିଲା ପାଇଁ ଅଧିକ ରାଜସ୍ବ ବ୍ୟୟର ସମ୍ଭାବନା କମ୍‌ ରହିଛି। ରାଷ୍ଟ୍ରାୟତ୍ତ କମ୍ପାନୀଙ୍କୁ ଦିଆଯାଇଥିବା ଋଣକୁ ଦେଖିଲେ ଅଧିକ ରାଜସ୍ବ ବ୍ୟୟ ଲାଗି ସରକାରଙ୍କ ନିକଟରେ ଅର୍ଥ ନାହିଁ। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଯେତିକି ଘୋଷଣା କରାଯାଇଛି, ତାହା କେବଳ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଟିକସ ଆଦାୟକୁ ଦେଖି ସରକାର ଅଧିକ ରାଜସ୍ବ ବ୍ୟୟ କରିପାରିବେ। ଶକ୍ତିକାନ୍ତ କହିଛନ୍ତି ଯେ, ଫେଡେରାଲ ରିଜର୍ଭର ନୀତିଗତ ସୁଧ ହାର ହ୍ରାସ ଯୋଗୁ ଦେଶରେ ନଗଦ ପ୍ରବାହକୁ ଗତି ମିଳିବ। କିନ୍ତୁ ଏଭଳି ପୁଞ୍ଜି ପ୍ରବାହକୁ ନେଇ ଆମକୁ ସତର୍କ ରହିବାକୁ ହେବ। ସୌଦି ଆରବରେ ଡ୍ରୋନ ଆକ୍ରମଣ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ଯଥେଷ୍ଟ ରହିଛି ବୋଲି ସେ କହିଛନ୍ତି। ତେବେ ମୁଦ୍ରାସ୍ଫୀତି ଓ ବିତ୍ତୀୟ ନିଅଣ୍ଟ ଉପରେ ଏହାର ସୀମିତ ପ୍ରଭାବ ପଡିବ ବୋଲି ସେ ମନେ କରୁଥିବା ଗଭର୍ନର କହିଛନ୍ତି। ସେ କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ବହୁ ଆହ୍ବାନ ସତ୍ତ୍ୱେ ଡଲାର ତୁଳନାରେ ଟଙ୍କାର ଅସ୍ଥିରତା ସୀମିତ ରହିଛି। ପ୍ରଥମ ତ୍ରୈମାସରେ ଟଙ୍କାର ମୂଲ୍ୟ ସାମାନ୍ୟ ବଢ଼ିଥିବା ବେଳେ ଅଗଷ୍ଟରେ ଏହା ସାମାନ୍ୟ କମିଛି। ଦେଶର ବାଣିଜ୍ୟ ସମ୍ପର୍କରେ ଉଲ୍ଲେଖ କରି ଶକ୍ତିକାନ୍ତ କହିଛନ୍ତି ଯେ, କେତେକ ଉଚିତ୍‌ ପଦକ୍ଷେପ ନିଆଯିବା କାରଣରୁ ଦେଶର ଅର୍ଥନୀତି ସୁଦୃଢ଼ ରହିଛି। ଏଥିଯୋଗୁ ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥାର ଝଟ୍‌କାରୁ ଭାରତ ଦୂରେଇ ରହିଛି। ଦେଶର ଆମଦାନୀ ଓ ରପ୍ତାନି ଅନୁପାତରେ ଉନ୍ନତି ଆସିଥିବା ବେଳେ ରପ୍ତାନିର ଆହୁରି କେତେକ କ୍ଷେତ୍ର ଉଦ୍‌ବେଗଜନକ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି। ଚାହିଦା ଓ ପୁଞ୍ଜିନିବେଶ ହ୍ରାସ ଯୋଗୁ ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଛି ବୋଲି ଗର୍ଭନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri