ଭାରତର ଅର୍ଥନୀତି ମଜବୁତ୍‌: ଶକ୍ତିକାନ୍ତ

ମୁମ୍ବାଇ,୨୦-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଦେଶର ବାଣିଜ୍ୟ ହ୍ରାସକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ୱ ସ୍ତରରେ ଏବେ ସୁଦ୍ଧା ମାନ୍ଦାବସ୍ଥା ସ୍ଥିତି ଉପୁଜି ନାହିଁ। ବିଶ୍ୱରେ ସୃଷ୍ଟି ହୋଇଥିବା ବିପଦ ସତ୍ତ୍ୱେ ଦେଶର ଅର୍ଥବ୍ୟବସ୍ଥା ମଜବୁତ୍‌ ସ୍ଥିତିରେ ରହିଛି, କାରଣ ମାତ୍ର ୧୯.୭%ବିଦେଶୀ ଋଣ ରହିଛି। ସେ କହିଛନ୍ତି ଯେ, ଆସନ୍ତା ୧୨ ମାସ ପର୍ଯ୍ୟନ୍ତ ଭାରତର ମୁଦ୍ରାସ୍ଫୀତି ହାର ୪% ତଳେ ରହିବ। ଆର୍ଥିକ ବୃଦ୍ଧି ହ୍ରାସ ପାଇବା ଏବଂ ମୁଦ୍ରାସ୍ଫୀତିରେ ସ୍ଥିରତାକୁ ଦୃଷ୍ଟିରେ ରଖିଲେ ପୁଣିଥରେ ରେପୋ ରେଟ ହ୍ରାସ କରାଯାଇପାରେ ବୋଲି ଶକ୍ତିକାନ୍ତ କହିଛନ୍ତି।
ବ୍ଲୁମ୍‌ବର୍ଗ ଇଣ୍ଡିଆ ଇକୋନୋମିକ ଫୋରମ୍‌ ବୈଠକରେ ଯୋଗ ଦେଇ ଆର୍‌ବିଆଇ ଗଭର୍ନର କହିଛନ୍ତି ଯେ, ବାଣିଜ୍ୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଶକ୍ତିକାନ୍ତ କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟ ପରିବେଶ ଏବେ ଆହ୍ବାନପୂର୍ଣ୍ଣ ରହିଛି। ବିଶ୍ୱ ସ୍ତରରେ ବିକାଶ ହାର ହ୍ରାସ ପାଉଛି ଏବଂ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜର ମୁଦ୍ରାନୀତିକୁ ସରଳ କରୁଛନ୍ତି। କିନ୍ତୁ ଏହା ସତ ଯେ, ଏବେ ସୁଦ୍ଧା ବିଶ୍ୱରେ ମାନ୍ଦାବସ୍ଥା ଆସିନାହିଁ। ସେ କହିଛନ୍ତି ଯେ, ବିଶ୍ୱ ଆହ୍ବାନର ଆଘାତରୁ ଦେଶର ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଢ଼ାଞ୍ଚାଗତ ସୁଧାର ଲାଗି ସରକାର ବଜେଟରେ ନିର୍ଦ୍ଧାରିତ କରିଥିବା ଅର୍ଥ ଖର୍ଚ୍ଚ କରନ୍ତୁ। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆର୍ଥିକ ବୃଦ୍ଧିକୁ ଗତିଶୀଳ କରିବାକୁ ହେଲେ ଏବଂ ମାନ୍ଦାବସ୍ଥା ଚକ୍ରର ମୁକାବିଲା ପାଇଁ ଅଧିକ ରାଜସ୍ବ ବ୍ୟୟର ସମ୍ଭାବନା କମ୍‌ ରହିଛି। ରାଷ୍ଟ୍ରାୟତ୍ତ କମ୍ପାନୀଙ୍କୁ ଦିଆଯାଇଥିବା ଋଣକୁ ଦେଖିଲେ ଅଧିକ ରାଜସ୍ବ ବ୍ୟୟ ଲାଗି ସରକାରଙ୍କ ନିକଟରେ ଅର୍ଥ ନାହିଁ। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଯେତିକି ଘୋଷଣା କରାଯାଇଛି, ତାହା କେବଳ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଟିକସ ଆଦାୟକୁ ଦେଖି ସରକାର ଅଧିକ ରାଜସ୍ବ ବ୍ୟୟ କରିପାରିବେ। ଶକ୍ତିକାନ୍ତ କହିଛନ୍ତି ଯେ, ଫେଡେରାଲ ରିଜର୍ଭର ନୀତିଗତ ସୁଧ ହାର ହ୍ରାସ ଯୋଗୁ ଦେଶରେ ନଗଦ ପ୍ରବାହକୁ ଗତି ମିଳିବ। କିନ୍ତୁ ଏଭଳି ପୁଞ୍ଜି ପ୍ରବାହକୁ ନେଇ ଆମକୁ ସତର୍କ ରହିବାକୁ ହେବ। ସୌଦି ଆରବରେ ଡ୍ରୋନ ଆକ୍ରମଣ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ଯଥେଷ୍ଟ ରହିଛି ବୋଲି ସେ କହିଛନ୍ତି। ତେବେ ମୁଦ୍ରାସ୍ଫୀତି ଓ ବିତ୍ତୀୟ ନିଅଣ୍ଟ ଉପରେ ଏହାର ସୀମିତ ପ୍ରଭାବ ପଡିବ ବୋଲି ସେ ମନେ କରୁଥିବା ଗଭର୍ନର କହିଛନ୍ତି। ସେ କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ବହୁ ଆହ୍ବାନ ସତ୍ତ୍ୱେ ଡଲାର ତୁଳନାରେ ଟଙ୍କାର ଅସ୍ଥିରତା ସୀମିତ ରହିଛି। ପ୍ରଥମ ତ୍ରୈମାସରେ ଟଙ୍କାର ମୂଲ୍ୟ ସାମାନ୍ୟ ବଢ଼ିଥିବା ବେଳେ ଅଗଷ୍ଟରେ ଏହା ସାମାନ୍ୟ କମିଛି। ଦେଶର ବାଣିଜ୍ୟ ସମ୍ପର୍କରେ ଉଲ୍ଲେଖ କରି ଶକ୍ତିକାନ୍ତ କହିଛନ୍ତି ଯେ, କେତେକ ଉଚିତ୍‌ ପଦକ୍ଷେପ ନିଆଯିବା କାରଣରୁ ଦେଶର ଅର୍ଥନୀତି ସୁଦୃଢ଼ ରହିଛି। ଏଥିଯୋଗୁ ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥାର ଝଟ୍‌କାରୁ ଭାରତ ଦୂରେଇ ରହିଛି। ଦେଶର ଆମଦାନୀ ଓ ରପ୍ତାନି ଅନୁପାତରେ ଉନ୍ନତି ଆସିଥିବା ବେଳେ ରପ୍ତାନିର ଆହୁରି କେତେକ କ୍ଷେତ୍ର ଉଦ୍‌ବେଗଜନକ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି। ଚାହିଦା ଓ ପୁଞ୍ଜିନିବେଶ ହ୍ରାସ ଯୋଗୁ ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଛି ବୋଲି ଗର୍ଭନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri