ଭାଟିପଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମଭଙ୍ଗା କଲଭର୍ଟ ଦେଖି ଯନ୍ତ୍ରୀ କହିଲେ ‘ଚଲେଗା’

ବୈପାରୀଗୁଡ଼ା,୨୦ା୫(ଡି.ଏନ୍‌.ଏ.) ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଉଛି। ଏନ୍‌ବିସିସି ସଂସ୍ଥା ଏହାକୁ ନିର୍ମାଣ କରୁଥିବା ବେଳେ ଅଣଓଡ଼ିଆ କର୍ମଚାରୀ ଦାୟିତ୍ବ ବୁଝୁଛନ୍ତି। ରାସ୍ତା ଅତି ନିମ୍ନମାନର ହେଉଥିବା ବେଳେ ସ୍ଥାନୀୟ ଆଦିବାସୀ ଏହାର ପ୍ରତିବାଦ କଲେ ମଧ୍ୟ ସେମାନେ ଖାତିର କରୁନାହାନ୍ତି। ସଦ୍ୟ ନିର୍ମିତ ଏକ କଲଭର୍ଟ ଦବିଯିବା ସହ ଫାଟିଯାଇଛି। ଏ ସଂପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ସଂପୃକ୍ତ ଅଣଓଡ଼ିଆ ଯନ୍ତ୍ରୀ ବଜରଙ୍ଗୀ ଯାଦବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶୁକ୍ରବାର ସଂପୃକ୍ତ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ଲୋକଙ୍କ ଉପସ୍ଥିତିରେ ଉକ୍ତ ସୁପରଭାଇଜରଙ୍କୁ କଲଭର୍ଟ ଭାଙ୍ଗି ଆଉ ଥରେ ନିର୍ମାଣ କରିବାକୁ ତାଗିଦ କରିଥିଲେ। କିଛି ସମୟ ପରେ ଲୋକଙ୍କ ଆଢୁଆଳରେ ଦୁଇ କର୍ମଚାରୀ କିଛି ସମୟ କଥା ହେବା ପରେ ସଂପୃକ୍ତ ଯନ୍ତ୍ରୀ ହିନ୍ଦୀରେ ‘ଚଲେଗା’ କହି ଫେରି ଆସିଥିଲେ। ପରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବାରୁ ସଂପୃକ୍ତ ଅଣଓଡ଼ିଆ ସୁପରଭାଇଜର ଆଦିବାସୀ ଲୋକଙ୍କୁ ଭୟଭୀତ କରାଇଥିଲେ। ଇଚ୍ଛା ଥିଲେ ବି ଲୋକେ ଭୟରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବାକୁ ସାହସ କରିପାରୁନାହାନ୍ତି। ରାସ୍ତାରେ ବିନା ପାଣିରେ ସିମେଣ୍ଟ ଓ ମୋରମ୍‌ ବିଛାଯାଇ ତା ଉପରେ ପିଚୁ ଢଳା ହେଉଥିବା ବେଳେ ସିମେଣ୍ଟ ଓ ପିଚୁର ଭାଗ ମାପ ସମାନ ନ ଥବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଫଳରେ ରାସ୍ତାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠୁଛି। ସେହିପରି ବ୍ଲକର ମନ୍ତ୍ରୀଆମ୍ବରୁ ଜବା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଉକ୍ତ ସଂସ୍ଥା ନିର୍ମାଣ କରୁଥିବା ବେଳେ କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ନିୟମ ଅନୁସାରେ ପୁରୁଣା କଲଭର୍ଟ ଭାଙ୍ଗି ନୂଆ କଲଭର୍ଟ କରିବା କଥା। କିନ୍ତୁ ଏକ ପୁରୁଣା କଲଭର୍ଟ ଉପରେ ରାସ୍ତା ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଫାଟି ଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସଂସ୍ଥା ପକ୍ଷରୁ ବ୍ଲକରେ ଚାଲୁଥିବା ସମସ୍ତ କାମ ଅତି ନିମ୍ନମାନର ଏବଂ ଏ ସବୁର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri