ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ସୋରଡ଼ା,୧୮।୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡ଼ା ଥାନ ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ବୁଧବାର ରାତିରେ ଜଣେ ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କଦଳୀଝୋଳା ଗଁାର କୁମର ନାଇକ।
ସୋରଡ଼ା ଥାନା ପରିସରରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସୀତାରାମ ଶତପଥୀଙ୍କ ସୂଚନା ଅନୁଯାୟୀ, ଗ୍ରାମର ଗୋଟିଏ ଚଉଁରାରେ ଭାଜପା ପୋଷ୍ଟର ମରାଯାଇଥିଲା। ଉକ୍ତ ପୋଷ୍ଟରକୁ ବାହାର କରିବାକୁ ବିଜେଡି ସମର୍ଥକମାନେ କହିଥିଲେ। ଏ ନେଇ ରାତିରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଭାଜପା ସମର୍ଥକ ଗଣେଶ ପତି ଏବଂ ତାଙ୍କ ପୁଅ ସନ୍ତୋଷଙ୍କ ସହ ବିଜେଡି ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ସନ୍ତୋଷଙ୍କ ଉପରେ ବିଜେଡି ସମର୍ଥକ ଆକ୍ରମଣ କରିଥିଲେ। ଗୁରୁତର ସନ୍ତୋଷଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପା ଗଣେଶଙ୍କ ଏତଲା କ୍ରମେ ପୋଲିସ ନଂ. ୫୬/୧୯ରେ ଏକ ମାମଲା ରୁଜୁ କରି କୁମର ନାଇକଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଫେରାର୍‌ ଅଛନ୍ତି। ତାଙ୍କୁ ଧରାଯିବ ଶୀଘ୍ର କାବୁ କରାଯିବ ବୋଲି ପୋଲିସ କହିଛି। ଆକ୍ରମଣ ପରେ ଭାଜପା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ, ଯୁବନେତା କବିରାଜ ସ୍ବାଇଁ, ସୂର୍ଯ୍ୟ ପ୍ରଧାନ, ସୁରେନ୍ଦ୍ର ଡାକୁଆଙ୍କ ସମେତ ବହୁ କର୍ମୀ, ଜନସାଧାରଣ ବୁଧବାର ରାତିରେ ଭଞ୍ଜନଗର-ସୋରଡ଼ା ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ସୋରଡ଼ା ଥାନାଧିକାରୀ ପ୍ରଭାତ ସାହୁ ମୃତଦେହ ଜବତ କରି ଭଞ୍ଜନଗର ମେଡିକାଲରେ ବ୍ୟବଚ୍ଛେଦ କରାଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ଘଟଣାପରେ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- କରୋନାକୁ ପ୍ରତିରୋଧ ପାଇଁ ଗଞ୍ଜାମ ଜିଲାରେ ଲାଗୁ ହୋଇଥିବା ଲକ୍‌ଡାଉନ ଶନିବାର ସପ୍ତମ ଦିନରେ ପହଞ୍ଚତ୍ଛି। ଏନେଇ ଜିଲାରେ ବାଇକ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ...

ଭାଇଙ୍କ ଆଗରେ ଗଲା ଭଉଣୀଙ୍କ ଜୀବନ

ଚିକିଟି,୨୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ମୁଖ୍ୟ ବଜାର ନିକଟରେ ଶନିବାର ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକିଟି ବ୍ଲକ...

ଦୁର୍ଘଟଣାରେ କଲେଜ କର୍ମଚାରୀ ଆହତ

ଗଞ୍ଜାମ,୩୧ା୧୨(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟାରେ ଗଞ୍ଜାମ କଲେଜ କର୍ମଚାରୀ ତଥା ପୂର୍ବତନ ସାଧାରଣ ସମ୍ପାଦକ ଅଜୟ କୁମାର ବାରିକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି। ସେ କୌଣସି...

ଲକ୍‌ ଡାଉନ୍‌ ନିୟମକୁ ଉଲ୍ଲଘଂନ କରି ଚାଲିଥିଲା ପାଠପଢା: କୋଚିଂ ସେଣ୍ଟରକୁ ସିଲ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୫ା୬-କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍‌ ଡାଉନ୍‌ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର...

ବିଲରେ ପଡ଼ି ରହିଛି ନାବାଳିକାଙ୍କ ମୃତଦେହ, ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ନବରଙ୍ଗପୁର,୧୪।୧୨(ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ବି.ଗୁମଣ୍ଡଳୀ ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ପଡ଼ି ରହିଛି। ଯୁବତୀଙ୍କୁ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିବା...

ମୋବାଇଲ କୋର୍ଟରେ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୧୨ା୯: ଗତ ୨ ଦିନ ଧରି ପରିବହନ ମାଜିଷ୍ଟ୍ରେଟ ଅନୁରାଧା ଶର୍ମାଙ୍କ ମୋବାଇଲ କୋର୍ଟ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ପରିବହନ ନିୟମ...

ଶାଗୁଆନ କାଠ ସହ ୩ ବାଇକ୍‌ ଜବତ, ୧ ଗିରଫ

କପ୍ତିପଦା,୨୭ା୪(ଡି.ଏନ.ଏ)- ମୟୂରଭଞ୍ଜ କପ୍ତିପଦା ବ୍ଲକ୍‌ ଅଧୀନ ଜଡିଦା ବିଦ୍ୟାଳୟ ନିକଟରୁ ବନବିଭାଗ ଶାଗୁଆନ କାଠ ସହ ୩ଟି ବାଇକ ଜବତ୍‌ କରିଛି। ଏହି ଘଟଣାରେ ଜଣଙ୍କୁ...

ଗୁଳି କରି ଲୁଟିନେଲେ ୬ ଲକ୍ଷ ଟଙ୍କା

ଅନୁଗୋଳ ଅଫିସ,୨୯ା୮: ଅନୁଗୋଳ ଥାନା ଅଞ୍ଚଳର କୁରୁଡୁଲୁ ନିକଟରେ ଥିବା ଆଶ ପଣ୍ଡ୍‌ ତଳେ ଗୁଳିକାଣ୍ଡ ହୋଇଛି। ସୋମବାର ଦୁଇଜଣଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା...

Advertisement
Archives

Model This Week