ଭାଜପା ରାଷ୍ଟ୍ରୀୟ ସଭାପତି ଚୟନ ଲାଗି ରାଜ୍ୟ ନେତାଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ଭାବେ ବରିଷ୍ଠ ନେତା ସମୀର ମହାନ୍ତି ଦାୟିତ୍ୱ ନେବାପରେ ପ୍ରଥମ ଥର ଲାଗି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସୋମବାର ଭାଜପା ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଜେପି ନଡ୍ଡା ନାମାଙ୍କନପତ୍ର ଦାଖଲ କରିବେ। ତେଣୁ ଏହି ପ୍ରକ୍ରିୟାରେ ସାମିଲ ହେବା ଲାଗି ସମୀର ମହାନ୍ତି ଦିଲ୍ଲୀ ଯାଇଥିବା ବେଳେ ରାଜ୍ୟର ଅନ୍ୟ କେତେଜଣ ପଦାଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅନ୍ୟ ପକ୍ଷରେ ଦିଲ୍ଲୀ ନିର୍ବାଚନରେ ଓଡ଼ିଆ ନେତାଙ୍କ ଭୂମିକା କ’ଣ ରହିବ ସେ ନେଇ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିପାଇଁ ରାଜ୍ୟରୁ ୩୨ଜଣ ନେତା ଦିଲ୍ଲୀ ଯାଇଛନ୍ତି। ରାଜ୍ୟ ଭାଜପାର କୋର୍‌ ଟିମ୍‌ ସଦସ୍ୟମାନେ ଏଥିରେ ଅଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଦଳୀୟ ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଥିବା ସୂଚନା ମିଳିଛି। ରାଜ୍ୟ ସଭାପତି ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଆଜି ସାରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ଟିମ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମୀରଙ୍କୁ କେନ୍ଦ୍ରୀୟ ନେତୃତ୍ୱ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି। ଏହାସହ ଆଗାମୀ ଦିନରେ ଦଳର ରଣନୀତି କ’ଣ ରହିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ଚିକିତ୍ସା: ମନ୍ତ୍ରୀ

ଭୁବନେଶ୍ୱର,୧୮।୭: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ଗଣମାଧ୍ୟମ…

Sonam Wangchuk: ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ କିପରି ଟଙ୍କା ରୋଜଗାର କରନ୍ତି, ବର୍ତ୍ତମାନ ତାଙ୍କର ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ, ଇଞ୍ଜିନିୟର ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରେ ତାଙ୍କୁ…

Bullet Train: ତେଲଙ୍ଗାନାରେ ୬୫୦ଏକର ଜମି ଉପରେ ଲଢ଼େଇ! ବୁଲେଟ ଟ୍ରେନ ପ୍ରକଳ୍ପ ବିରୋଧରେ ପ୍ରତିବାଦ ଆରମ୍ଭ କଲେଣି ଚାଷୀ

ତେଲଙ୍ଗାନା,୧୮।୭: ରଙ୍ଗା ରେଡ୍ଡି ଜିଲାର ଶମଶାବାଦ ମଣ୍ଡଳର ବାହାଦୁରଗୁଡ଼ା ଗାଁରେ ଉତ୍ତେଜନା ଦେଖାଦେଇଛି, ଯେଉଁଠାରେ ଚାଷୀମାନେ ବୁଲେଟ ଟ୍ରେନ ହବ ପାଇଁ ସେମାନଙ୍କ ଜମିର ପ୍ରସ୍ତାବିତ ଅଧିଗ୍ରହଣକୁ…

ସମୁଦ୍ରରେ ୨,୦୦୦ ମିଟର ଗଭୀରତାରେ ପହଞ୍ଚିଛି ପ୍ଲାଷ୍ଟିକ ପ୍ରଦୂଷଣ; ଏହା ସାମୁଦ୍ରିକ ଜୀବନକୁ କିପରି ପ୍ରଭାବିତ କରୁଛି ଜାଣନ୍ତୁ

ନୂଆଦିଲ୍ଲୀ,୧୮।୭: ପ୍ଲାଷ୍ଟିକ ପ୍ରଦୂଷଣ ଏକ ବିଶ୍ୱ ପରିବେଶଗତ ସଙ୍କଟ ପାଲଟିଛି; ମାଇକ୍ରୋପ୍ଲାଷ୍ଟିକ (ଛୋଟ ପ୍ଲାଷ୍ଟିକ ଖଣ୍ଡ) ଏତେ ବ୍ୟାପକ ଭାବରେ ବ୍ୟାପିଛି ଯେ ସେମାନେ ସମୁଦ୍ର ଗଭୀରତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri