ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଜୟନ୍ତଙ୍କୁ ପେଣ୍ଠକଟା ନୋଳିଆ ବସ୍ତିରେ ୧୫ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଭାଜପା ଯୁବମୋର୍ଚ୍ଚାର ଶତାଧିକ କର୍ମୀ ସମୁଦ୍ରକୂଳ ଥାନା ଘେରାଉ କରିଥିଲେ। ଯୁବମୋର୍ଚ୍ଚା ଅଭିଯୋଗ କରିଛି ଯେ, ପୋଲିସ ଶାସକ ଦଳର ଏଜେଣ୍ଟ ସାଜିଛି। ସିଟି ଡିଏସ୍‌ପି ଉକ୍ତ ଅଞ୍ଚଳରେ ଡ୍ୟୁଟି କରୁଥିଲେ। ତାଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସତ୍ତ୍ୱେ ସେ ଗୁରୁତ୍ୱ ଦେଇ ନ ଥିଲେ। ବରଂ ଯୁବମୋର୍ଚ୍ଚା କର୍ମୀମାନଙ୍କୁ ଗାଳିଗୁଲଜ କରିଥିଲେ। ଖବର ପାଇ ପୁରୀ ବିଧାନସଭା ଆସନର ଭାଜପା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ସମୁଦ୍ରକୂଳ ଥାନାରେ ପହଞ୍ଚତ୍ ପୋଲିସ ସହ ଆଲୋଚନା କରିଥିଲେ। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ପାଇଁ ସେ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, ସୋମବାର ସନ୍ଧ୍ୟାରେ ପେଣ୍ଠକଟା ନୋଳିଆ ବସ୍ତିରେ ବିଜେଡି ସମର୍ଥକମାନେ ଘର ଘର ବୁଲି ଟଙ୍କା ବାଣ୍ଟୁଥିବା ଭାଜପା ଯୁବମୋର୍ଚ୍ଚା ପାଖରେ ଖବର ପହଞ୍ଚତ୍ଥିଲା। ଏ ନେଇ ଜିଲାପାଳ, ଉପଜିଲାପାଳ, ନିର୍ବାଚନ କମିଶନଙ୍କୁ ଅଭିଯୋଗ କରାଯାଇଥିଲା। ମାତ୍ର କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପରେ ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ ଘଟଣାସ୍ଥଳକୁ ଟଙ୍କା ବଣ୍ଟାକୁ ବିରୋଧ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀମାନେ ହଠାତ୍‌ ତାଙ୍କୁ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିିଯିବାରୁ ତାଙ୍କୁ ଦଳି ଦେଇଥିଲେ। ଆକ୍ରମଣରେ ତାଙ୍କ ବାମ ପଟ ଆଖିପତା ତଳ ଫାଟିିଯାଇଛି। ମୁହଁ, ନାକ, ଓଠ ଏବଂ ଶରୀରର ବିିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଭାଜପା ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ଖବର ପାଇ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବିଶ୍ୱନାଥ ସେନାପତି, ଆଶିଷ ବରାଳ ଏବଂ ଅନ୍ୟ ୨ଜଣ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ବିଶ୍ୱନାଥଙ୍କ ମୁଣ୍ଡ ଫାଟିଛି। ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚତ୍ ଆହତ ଦ୍ୱୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା। ଜୟନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିିଛି। ତେବେ ପୁରୀ ବିଜେଡି ନଗର ସଭାପତି ସବ୍ୟସାଚୀ ମହାପାତ୍ରଙ୍କୁ ପଚାରିବାରେ ଯୁବମୋର୍ଚ୍ଚାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଭାଜପା ହାରିଯିବା ଭୟରେ ଔଷଧ ବିକଳରେ ତାଟିଆ କାମୁଡ଼ିବା ସଦୃଶ ବିଜେଡି ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆଣୁଛି। ଭାଜପା ଶସ୍ତା ରାଜନୀତି କରୁଛି। ତେବେ ବିଜେଡି ବହୁମତରେ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଥାନାଧିକାରୀ ଗୌରାଙ୍ଗ ପୃଷ୍ଟି କହିଛନ୍ତି ଯେ, ଘଟଣା ସମ୍ପର୍କରେ ଅଭିଯୋଗ ହୋଇଛି। ଏ ନେଇ ତଦନ୍ତ ଜାରି ରହିଛି। କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ସେହିପରି ସିଟି ଡିଏସ୍‌ପି ସୁଧାକର ସାହୁ ଯୁବମୋର୍ଚ୍ଚାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କୌଣସି କର୍ମକର୍ତ୍ତାଙ୍କୁ ଗାଳିଗୁଲଜ କରି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ତମ ରାଉଣ୍ଡରେ ବ୍ରଜକିଶୋର ୧୮୮୦୦ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୮୮୦୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଏହି ରାଉଣ୍ଡରେ...

ପାଟଣା ବିଧାନସଭାରେ ବିଜେଡିର ବାଜିମାତ: ପ୍ରାର୍ଥୀ ଜଗନ୍ନାଥ ନାଏକ ୭୭୯୬ ଖଣ୍ଡ ଭୋଟରେ ବିଜୟୀ

ପାଟଣା, ୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ଏସ୍‌ଟି ସଂରକ୍ଷିତ ନିର୍ବାଚନମଣ୍ଡଳୀ ପାଇଁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

କଂଗ୍ରେସକୁ ବଡ଼ ଝଟ୍‌କା: ୪୬ ବର୍ଷ ପରେ ଦଳର ହାତ ଛାଡ଼ିଲେ ଅଶ୍ୱିନୀ କୁମାର

ଚଣ୍ଡିଗଡ଼,୧୫।୨: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ...

ବିଏସ୍‌ପିକୁ ଗୋଟିଏ ସିଟ୍‌

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ରାଜନୀତିରେ ୩ଦଶନ୍ଧି ଧରି ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିବା ମୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ୨୦୨୨ ବିଧାନସଭା ନିର୍ବାଚନରେ ମାଟି...

ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ କେଜରିଓ୍ବାଲ!

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ଅଙ୍କ କଷା। ଆମ ଆଦମୀ ପାର୍ଟି(ଏଏପି) ଏଥର ବହୁମତରେ ଆସି ପୁଣିଥରେ ଦିଲ୍ଲୀରେ...

ସରପଞ୍ଚ ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଭୋଟର

କୁତ୍ରା,୧୨ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର...

୧୫ ମିନିଟ୍‌ ମଧ୍ୟରେ ଚା’ ପିଉଥିବାବେଳେ କ୍ଷମତାକୁ ଆସିଗଲା କେଜରିଓ୍ବାଲଙ୍କ ସରକାର

ନୂଆଦିଲ୍ଲୀ,୧୧।୨: ମାତ୍ର ୧୫ ମିନିଟ୍‌ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର କ୍ଷମତା ଦଖଲ କରିଥିବା ଖବର ପ୍ରକାଶିତ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ...

Advertisement
Archives

Model This Week