ଭାଜପା ପ୍ରାର୍ଥୀଙ୍କୁ ମାଡ଼ ମାରି ଅଟକ

କାକଟପୁର, ୨୭।୪(ଡି.ଏନ୍‌.ଏ.): କାକଟପୁରର ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ କେତେଜଣ ଲୋକ ଗୁରୁବାର ବିଳମ୍ବିତ ରାତିରେ ମାଡ଼ ମାରିବା ସହ ଅଟକ ରଖିଥିଲେ। ଖବର ପାଇ କାକଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲା। ଏ ନେଇ ରବି କାକଟପୁର ଥାନାରେ ଅଭିଯୋଗ କରିଥିବାବେଳେ ତାଙ୍କ ଓ ସମର୍ଥକଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମର ସଞ୍ଜୟ ନାୟକ। ତଦନୁଯାୟୀ ୪୮/୧୯ ଏବଂ ୪୯/୧୯ରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିବା କାକଟପୁର ଥାନା ଆଇଆଇସି ସୁମତୀ ମହାନ୍ତି କହିଛନ୍ତି।
ରବିଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ସମର୍ଥକମାନଙ୍କ ସହିତ କୋଣାର୍କରୁ ଅସ୍ତରଙ୍ଗ ଫେରୁଥିବା ସମୟରେ ଶ୍ରୀରାମପୁରଠାରେ କେତେଜଣ କଂଗ୍ରେସ ସମର୍ଥକ ଭୋଜି କରୁଥିଲେ। ସେମାନେ ହଠାତ୍‌ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିବା ସହିତ ଠେଲାପେଲା କରିଥିଲେ। ଅପରପକ୍ଷରେ ସଞ୍ଜୟଙ୍କ ଅଭିଯୋଗ ଅନୁଯାୟୀ, ରବି ଓ ତାଙ୍କ ସମର୍ଥକମାନେ ଗଁାରେ ପହଞ୍ଚତ୍ ଭୋଟରମାନଙ୍କୁ ଟଙ୍କା ବାଣ୍ଟି ପ୍ରଲୋଭିତ କରିବାକୁ ଉଦ୍ୟମ କରୁଥିବା ଜାଣି ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ପୋଲିସ ରବିଙ୍କ ବୋଲେରୋ ଗାଡ଼ି (ନଂ ଓଡି୩୩ଭି-୭୦୪୦)କୁ ଥାନାରେ ରଖି କେଉଁ କାରଣରୁ ସେ ବିଳମ୍ବିତ ରାତିରେ ଶ୍ରୀରାମପୁର ଯାଇଥିଲେ ତାହା ତଦନ୍ତ କରୁଛି।
ଟଙ୍କା ବାଣ୍ଟିବା ସମ୍ପର୍କରେ ରବି କୁହନ୍ତି, ତାଙ୍କର ବିଜୟ ସମ୍ଭାବନା ବୃଦ୍ଧି ପାଉଥିବାରୁ ହତୋତ୍ସାହିତ
ହୋଇ କଂଗ୍ରେସ କର୍ମୀମାନେ
ଏପରି ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଛନ୍ତି। କାକଟପୁର ନିର୍ବାଚନମଣ୍ଡଳୀର ଭୋଟରମାନେ ତାଙ୍କୁ ଭଲ ଭାବରେ ଜାଣିଛନ୍ତି। ବିରୋଧୀଙ୍କ ଚକ୍ରାନ୍ତ କେବେ ସଫଳ ହେବନାହିଁ ସେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ;ମଇଦାନରେ ୧୮୪ କୋଟିପତି: ପୁନମ୍‌ ସିହ୍ନା ସବୁଠୁ

ନୂଆଦିଲ୍ଲୀ,୧ା୫(ପି.ଟି.): ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସବୁଠୁ ଧନୀ ହେଉଛନ୍ତି ଲକ୍ଷ୍ନୌ ଲୋକ ସଭା ଆସନର ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରାର୍ଥୀ...

୨ ବର୍ଷ ୨ମାସରେ ୭ ରାଜ୍ୟରେ କ୍ଷମତା ହରାଇଛି ଭାଜପା

ନୂଆଦିଲ୍ଲୀ,୧୧।୨: ଗତ ୨ ବର୍ଷ ୨ମାସ ମଧ୍ୟରେ ୭ ରାଜ୍ୟରୁ ଭାଜପା ସରକାର କ୍ଷମତା ହରାଇଛି। ଏବେ ଦିଲ୍ଲୀକୁ ମିଶାଇ ୧୨ଟି ରାଜ୍ୟରେ ଅଣ ଭାଜପା...

ଭାଜପା କ୍ଷମତାକୁ ଆସିଲେ ଖଣି, ଚିଟ୍‌ଫଣ୍ଡ ଚୋର ଜେଲ୍‌ ଯିବେ :ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ ଅଫିସ/ପଦ୍ମପୁର/ତିହିଡି,୨୭।୪ (ଡି.ଏନ.ଏ.):ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲା ଗସ୍ତରେ ଆସି ଦଳୀୟ ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ମାଧବାନନ୍ଦ ମଲ୍ଲିକ, ବିଷ୍ଣୁ ସେଠୀ...

ଦେଶ ଚାଲିବ‘ଜନ୍‌ କି ବାତ୍‌’ରେ ନୁହେଁ ‘ମନ୍‌ କି ବାତ୍‌’ରେ : ଉଦ୍ଧବ

ମୁମ୍ବାଇ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ପୁଣିଥରେ ବିଜୟ ଦ୍ୱାରରେ ଠିଆ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା...

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

ନୀଳଗିରି ନିର୍ବାଚନମଣ୍ଡଳୀରେ ଉଡ଼ିଲା ଭାଜପା ବାନା

ସଜନାଗଡ଼,୨୪ା୫(ଡି,ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀରେ ଭାଜପାର ବାନା ଉଡ଼ିଛି। ନୀଳଗିରି ବିଧାନସଭାରେ ଭାଜପାର ଇଂ ସୁକାନ୍ତ କୁମାର ନାୟକ ବିଜେଡିର ସନ୍ତୋଷ ଖଟୁଆଙ୍କୁ...

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା: ୩୭୦କୁ ନେଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ

ଜଲଗାଓଁ,୧୪ା୧୦(ପି.ଟି.): ବିରୋଧୀ ଦଳଗୁଡ଼ିକର ସାହସ ଥିଲେ ସେମାନେ ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦ ଅନୁଚ୍ଛେଦ ଫେରାଇ ଆଣିବା ପାଇଁ ଘୋଷଣା କରନ୍ତୁ। ମହାରାଷ୍ଟ୍ରର ଜଲଗାଓଁରେ ରବିବାର...

ଆଳିରେ ପ୍ରତାପ ଦେବ ୧୦,୬୯୦ ଭୋଟରେ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ୧୦,୬୯୦ ଭୋଟରେ ଆଗୁଆ ଅଛନ୍ତି। ୧୨ ରାଉଣ୍ଡ ଭୋଟ ଗଣତି ପରେ ପ୍ରତାପ...

Advertisement
Archives

Model This Week