ଭାଜପା କ୍ଷମତାକୁ ଆସିଲେ ଖଣି, ଚିଟ୍‌ଫଣ୍ଡ ଚୋର ଜେଲ୍‌ ଯିବେ :ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ ଅଫିସ/ପଦ୍ମପୁର/ତିହିଡି,୨୭।୪ (ଡି.ଏନ.ଏ.):ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲା ଗସ୍ତରେ ଆସି ଦଳୀୟ ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ମାଧବାନନ୍ଦ ମଲ୍ଲିକ, ବିଷ୍ଣୁ ସେଠୀ ଓ ଡା. ପ୍ରଦୀପ ନାୟକଙ୍କ ସମେତ ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ପାଇଁ ଜନସମର୍ଥନ ଲୋଡ଼ିଛନ୍ତି। ଏହି ଅବସରରେ ପୀରହାଟରେ ବିଜୟ ସଙ୍କଳ୍ପ ସମାବେଶ ଓ ଭଦ୍ରକରେ ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ ରାଜ୍ୟ ସରକାର ମିଛରେ ବିଭିନ୍ନ ଯୋଜନା ନଁା କହି ବାହାବା ନେଉଛନ୍ତି। ଏଠାରେ ଡବଲ୍‌ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି। ଏଥିପାଇଁ ଦଳୀୟ ବିଧାୟକ ଓ ଲୋକ ସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
ଲଙ୍କେଶ୍ୱରୀ ମଣ୍ଡଳ ସଭାପତି ଶଶୀକାନ୍ତ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ନିଶ୍ଚିତ ଗଠିତ ହେବ। ସରକାର ଗଠନର ୩ ମାସ ମଧ୍ୟରେ ଖଣି ଓ ଚିଟ୍‌ଫଣ୍ଡ ଚୋର, ପିସି ଖିଆମାନଙ୍କୁ ଜେଲ ପଠାଯିବ। ଏମ୍‌ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ପ୍ରତାପ ଧଳ, ରଘୁନାଥପାଲି ବିଧାୟକ ପ୍ରାର୍ଥୀ ଯୋଗେନ୍ଦ୍ର ବେହେରା, ସୁନ୍ଦରଗଡ଼ ଜିଲା ପାନପୋଷର ସାଙ୍ଗଠନିକ ଜିଲା ସମ୍ପାଦକ ଅମରେନ୍ଦ୍ର ଶର୍ମା, ରାଜ୍ୟ ସମ୍ପାଦକ ଧୀରେନ ସେନାପତି, ସଂଗ୍ରାମ ସେନା ଅଧ୍ୟକ୍ଷ ସଂଗ୍ରାମ ରାଉତ, ପୂର୍ବତନ ସରପଞ୍ଚ ରାଜାରାମ ମହାକୁଡ଼ ଓ ପ୍ରଫୁଲ୍ଲ ପାଢ଼ୀ, ପୂର୍ବତନ ସମିତିସଭ୍ୟ ମାନସ ରଞ୍ଜନ ନାୟକ, ଆରଡି ଜୋନ୍‌ ସଭାନେତ୍ରୀ ସସ୍ମିତା ନାୟକ, ମୁକ୍ତିକାନ୍ତ ନାୟକ, ମଙ୍ଗରାଜ ନାୟକ, ସଂଗ୍ରାମ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀଠାରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଛ ଭାରତ ଓ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା କହିଥିଲେ। ୧୯ବର୍ଷ ଧରି ରାଜ୍ୟ ସରକାର ବହୁ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ରତ୍ନଭଣ୍ଡାରର ଚାବି ହଜାଇ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସ୍ଥିର ସରକାର ଗଠନ ପାଇଁ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ଓ ବିଧାନସଭା ପ୍ରାର୍ଥୀ ମାଧବାନନ୍ଦଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ। ଭାଜପା କ୍ଷମତାକୁ ଆସିଲେ ବିନା ସୁଧରେ କୃଷକଙ୍କୁ ଋଣ ଓ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ପ୍ରଦାନ କରାଯିବ ବୋଲି ସେ କହିଥିଲେ।
ଉକ୍ତ ସଭାରେ ଇଂ. ନିରଦ କୁମାର ଦାସ ସଭାପତିତ୍ୱ କରିଥିଲେ। ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ, ବିଧାନସଭା ପ୍ରାର୍ଥୀ ମାଧବାନନ୍ଦ, ଜିଲା ଉପସଭାପତି ଅଶୋକ କୁମାର ସାହୁ, ପ୍ରଭାରୀ ଅମ୍ବିକା ପ୍ରସନ୍ନ ଦାସ, ମଣ୍ଡଳ ସଭାପତି ଗିରିଜା ଶଙ୍କର ନାୟକ, ପୂର୍ବତନ ବିଧାୟକ ମଧୁସୂଦନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ମହତାବ ଛକଠାରୁ ରୋଡ୍‌ ଶୋ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଓଟି ମାର୍କେଟ୍‌ ସମେତ ସହରର ବିଭିନ୍ନ ଛକରେ ପଥପ୍ରାନ୍ତ ସଭାରେ ଧର୍ମେନ୍ଦ୍ର ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରରେ ଧ୍ରୁବ ଆଗରେ

ରାଜନଗର, ୨୩।୫ (ଡି.ଏନ୍‌.ଏ.)-ରାଜନଗର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଧ୍ରୁବ ଚରଣ ସହୁ ଆଗରେ ଅଛନ୍ତି। ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଅଂଶୁମାନ...

ଷ୍ଟ୍ରଙ୍ଗ ରୁମ୍‌ ବାହାରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ଅପେକ୍ଷା ଫଳାଫଳକୁ। ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ଏବେ ସମସ୍ତ ଇଭିଏମ୍‌କୁ...

ମୋଦି, ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଚେନ୍ନାଇ,୧ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ...

କେନ୍ଦ୍ର ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ: ପ୍ରତାପ, ଅପରାଜିତା, ଜୁଏଲ, ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରୁ ୮ଜଣ ଭାଜପା ଏମ୍‌ପି ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ଥର ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ...

ବିଜେଡି ଦଖଲରେ ବ୍ରହ୍ମପୁର ଲୋକ ସଭା: ବାଜିମାରିଲେ ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁର ଅଫିସ,୨୪ା୫: ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛନ୍ତି ବିଜେଡିର ଚନ୍ଦ୍ରଶେଖର ସାହୁ । ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ଭୃଗୁ...

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ଘଣ୍ଟାପଡ଼ା,୧୮ା୪(ଡି.ଏନ୍‌.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍‌ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା।  ଫଳରେ ୧ ଘଣ୍ଟା...

ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ...

ମଣିପୁର କଳାକାରଙ୍କ ସହ ଗୀତର ତାଳେ ତାଳେ ଝୁମିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଇମ୍ଫାଲ,୧୯।୨: ମଣିପୁର ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ମଣିପୁରରେ ପ୍ରଥମ ପର୍ଯ୍ୟାୟ ଭୋଟ ଫେବୃଆରୀ ୨୮ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ...

Advertisement
Archives

Model This Week