ଭାଗୀଦାରିରେ ଲୋକଙ୍କୁ ମିଳି ପାରିବ ନ୍ୟାୟୋଚିତ ସେବା

ଜଳେଶ୍ୱର,୧୨।୧୧(ଡି.ଏନ.ଏ.)-ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଭାଗୀଦାରିରେ ସମସ୍ତ ଉନ୍ନୟନ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ସୋମବାର ବାଲେଶ୍ୱର ଜିଲା ଜଳେଶ୍ୱର ପଞ୍ଚାୟତ ସମିତିର ଅଷ୍ଟମ ଅଧିବେଶନରେ ଯୋଗ ଦେଇ ସରକାରଙ୍କ କଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ, ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଏହି ଅଧିବେଶନରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ରାଣୀ ଦଳେଇ ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପ୍ରଥମଥର ପାଇଁ ଏହି ସମିତି ବୈଠକରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଆହୁରି କହିଥିଲେ, ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରାଗଲେ ଲୋକଙ୍କୁ ନ୍ୟାୟୋଚିତ ସେବା ମଳିପାରିବ। ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ବୈଠକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଏସବୁ ସଫଳ ରୂପାୟନ ଲାଗି ବିଭାଗୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ଘଟୁଥିବାରୁ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବୈଠକ ପକ୍ଷରୁ ବିଭାଗୀୟ ଏସ୍‌ଡିଓଙ୍କୁ କୁହାଯାଇଥିଲା। ସେହିପରି ବିଭିନ୍ନ ଜାଗାରେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ କେତେକ ଲୋକଙ୍କ ଘରକୁ ସଂଯୋଗ ଦିଆ ନ ଯାଇ ବିଦ୍ୟୁତ୍‌ ବିଲ୍‌ ପଠାଯିବା ନେଇ ଉପସ୍ଥିତ ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ସେହିପରି ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ସବୁଠାରୁ ଅଧିକ ଅବହେଳା ପରିଲକ୍ଷିତ ହେଉଛି ବୋଲି ବୈଠକରେ ଅଭିଯୋଗ ହୋଇଥିଲା। ‘ବୁଲ୍‌ବୁଲ୍‌’ ବାତ୍ୟାରେ ବ୍ଲକରେ ବିଭିନ୍ନ ଚାଷର କ୍ଷୟକ୍ଷତି ଆକଳନ କରି ୨ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ତାଗିଦ୍‌ କରାଯାଇଥିଲା। ଅନ୍ୟପକ୍ଷେ ଭାଙ୍ଗି ଯାଇଥିବା ଘର ସମ୍ପର୍କରେ ତଦନ୍ତ କରି ତୁରନ୍ତ ବିପନ୍ନଙ୍କୁ ପଲିଥିନ୍‌ ଯୋଗାଇ ଦେବାକୁ ତହସିଲଦାରଙ୍କୁ କୁହାଯାଇଥିଲା। ଅଧିବେଶନରେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଡିଓ ନିତ୍ୟାନନ୍ଦ ସାହୁ, ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା, ସହକାରୀ ଇଞ୍ଜିନିୟର ମନୋଜ କୁମାର ମୁଣ୍ଡ ଓ ଏମ୍‌ପି ପ୍ରତିନିଧି ଉମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନିଆଁ,ବାହାରେ ଜଗିଥିଲା ହାତୀ

ବାରିପଦା ଅଫିସ/ବୈଶିଙ୍ଗା,୯ା୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଫୁଲଝରୀ ଗ୍ରାମରେ ଶିମିଳିପାଳରୁ ଆସିଥିବା ଦନ୍ତା ଉତ୍ପାତରେ ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ହାତୀ ଯୋଗୁ...

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅସହାୟତା: ଗୋଡ ନଥାଇ ମଧ୍ୟ କରୁଛନ୍ତି ଚାଷ

ଗୋବିନ୍ଦପାଲ୍ଲୀ, ୧୪ା୮(ଡି.ଏନ.ଏ.): ଇଚ୍ଛାଶକ୍ତି, ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । ଏହାକୁ ଜଣେ ଚାଷୀ କ୍ଷେତରେ ପ୍ରମାଣିତ କରି ଦେଖାଇଛନ୍ତି। ତାଙ୍କ ନାଁ ସନ୍ୟା...

ପକ୍ଷୀଙ୍କ ଜୀବନ ନେଉଛି ବେଆଇନ ଚିଙ୍ଗୁଡ଼ି ଘେରି

ଭୁବନେଶ୍ୱର, ୫।୧(ବ୍ୟୁରୋ): ଚିଲିକା ହ୍ରଦକୁ ରାମସର ସାଇଟ୍‌ ମାନ୍ୟତା ମିଳିବା ପରେ ତାହାକୁ ଚିଙ୍ଗୁଡ଼ି ଘେରିମୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହାଇକୋର୍ଟ ମଧ୍ୟ ବେଆଇନ...

ଓଡ଼ିଶାରେ ଯୁବ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ସାରା ବିଶ୍ୱରେ ୬୦ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ କରୋନା ଅଧିକ ସଂକ୍ରମିତ ହେଉଛି। କିନ୍ତୁ ଓଡ଼ିଶାରେ ମାତ୍ର ୮% ଅର୍ଥାତ ୪ଜଣ ଆକ୍ରାନ୍ତ...

ଉତ୍ତରଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୯।୩ (ଡି.ଏନ.ଏ.) ଭଦ୍ରକ ଜିଲାରେ ସୋମବାର ଭାରତ ବନ୍ଦ ପାଳନ କରାଯାଇଥିବା ବେଳେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳ ୬ଟାରେ...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୮ା୭: ସ୍ଥାନୀୟ କଲେଜ ଛକ ନିକଟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକାଙ୍କ ଘର...

କୋଇଲା ରୟାଲିଟି ବୃଦ୍ଧିକୁ ପୁଣି ଏଡ଼ାଇଗଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟ ସରକାର କୋଇଲା ରୟାଲିଟି ବୃଦ୍ଧି ପାଇବା ନେଇ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏହାକୁ...

ମା’ ବିରଜାଙ୍କ ରଥଯାତ୍ରାକୁ ଅନୁମତି: ଜିଲାପାଳଙ୍କୁ ଦାୟିତ୍ୱ ଦେଲେ ହାଇକୋର୍ଟ

କଟକ ଅଫିସ/ଯାଜପୁର ଟାଉନ,୯।୧୦: ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିରର ରଥଯାତ୍ରାକୁ ଅନୁମତି ପ୍ରଦାନ କରିବା ସହ ଏହାର ଆୟୋଜନ ଦାୟିତ୍ୱ ଯାଜପୁର ଜିଲାପାଳଙ୍କ ଉପରେ ହାଇକୋର୍ଟ...

Advertisement
Archives

Model This Week