ଭାଉଜଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଦିଅର ଗିରଫ

ପାଟଣା,୧୮।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ା ଭାଉଜଙ୍କ ତଣ୍ଟି କାଟି ଜଣେ ଯୁବକ ହତ୍ୟା ଉଦ୍ୟମ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ା ସାମାନ୍ୟ ମଦ ପାଇଁ କଳିର ପରିଣତି କେତେ କରୁଣ ହୋଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ା
ମିଳିଥିବା ସୂଚନା ଅନୁଯାୟୀ, ପାଟଣା ଥାନା ଅନ୍ତର୍ଗତ ଗାଲଫୁଲା ଗ୍ରାମର କୃଷ୍ଣ ନାଏକଙ୍କ ପରିବାର ସହ ତାଙ୍କ ସମ୍ପର୍କୀୟ ଭାଉଜ ରତ୍ନମଣୀଙ୍କ ପରିବାର ମଧ୍ୟରେ ସୁସମ୍ପର୍କ ଥିଲା। ଶନିବାର ରାତିରେ ଉଭୟ ପରିବାରର ୨ ପିଲା ଏକାଠି ମଦ ପିଇଥିଲେ। ଏହା ପରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ା ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ କୃଷ୍ଣ ଏକ ଧାରୁଆ ବ୍ଲେଡରେ ରତ୍ନମଣୀଙ୍କ ତଣ୍ଟିକୁ କାଟି ପକାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପାଟଣା ଥାନାରେ ଏକ ମାମଲା (ନଂ.୧୭୯/୧୯) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସନ୍ଧ୍ୟା ରାଣୀ ଜେନା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାଟମଣ୍ଡପ ଉପରକୁ ଚଢ଼ିଗଲେ ଯୁବକ

ପୁରୀ ଅଫିସ,୧୫।୮: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ଶ୍ରୀମନ୍ଦିର ନାଟମଣ୍ଡପ ଉପରିଭାଗ ତଥା ମଝିଦେଉଳ ଉପରକୁ ଜଣେ ଯୁବକ...

ବ୍ରହ୍ମପୁରରେ ସ୍ବାସ୍ଥ୍ୟ ସ୍କ୍ରିନିଂ: ୧୮୧ କରୋନା ସନ୍ଦିଗ୍ଧ ଚିହ୍ନଟ, ୪୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା

ବ୍ରହ୍ମପୁର ଅଫିସ,୧୧ା୭: କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ଡୋର୍‌ ଟୁ ଡୋର୍‌ ସ୍ବାସ୍ଥ୍ୟ ଯାଞ୍ଚର ଦୁଇଦିନରେ ୧୮୧...

ତେଲ୍‌ ନଦୀରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା

ନବରଙ୍ଗପୁର,୬ା୮(ବି.ପ୍ର.) : ଗୁରୁବାର ତେଲ ନଦୀରେ ବୁଡ଼ି ତିନି ଶିଶୁଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଏବଂ ଦୁଇ ଶିଶୁକନ୍ୟା ରହିଥିବାବେଳେ ସମସ୍ତେ...

ଭାରତୀୟ ବିଜ୍ଞାନ କଂଗ୍ରେସରେ ସୋରଡ଼ା ଅଧ୍ୟାପକ ଉପସ୍ଥାପନ କଲେ ବାଲିପଦର କୃଷ୍ଣସାର ମୃଗ ଉପରେ ସନ୍ଦର୍ଭ

ସୋରଡ଼ା,୬ା୧(ଡି.ଏନ.ଏ.)-ସ୍ଥାନୀୟ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ବିଷୋୟୀ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଚଳିତ ମାସ ୩ରୁ...

୫୬୯୦ ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା

ପାଟଣା,୧୮ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏଭଳି ପରିସ୍ଥିତିରେ କଳକାରଖାନା, ନିର୍ମାଣ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ...

ପରିବା, ଗ୍ରସୋରି ପାଇଁ ଚାଲି ଚାଲି ଯିବେ ଗ୍ରାହକ

ଭଦ୍ରକ ଅଫିସ, ୭ା୪-ଏଣିକି ହାଟ, ପରିବା ମାର୍କେଟ୍‌ ଓ ଗ୍ରସୋରି ଦୋକାନକୁ ଲୋକେ ଚାଲି ଚାଲି ଯିବେ। ବାଇକ୍‌ ଓ ଚାରିଚକିଆ ଧରି ମାର୍କେଟ୍‌କୁ ଗଲେ...

ନିଯୁକ୍ତିରେ ଜାଲିଆତି ଅଭିଯୋଗ

ବାଲେଶ୍ୱର ଅଫିସ,୩।୨: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଗତ ୨୦୧୩ ଜୁଲାଇ ୧୫ତାରିଖରେ ବିଭିନ୍ନ ପଦବୀ ସହ ୫୧ଟି ମଲ୍ଟି ପରପଜ ହେଲ୍‌ଥ ୱାର୍କର୍‌...

ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୩୧ା୭- ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ...

Advertisement
Archives

Model This Week