ଭଲ ଚାଲିଛି ଗୁପ୍‌ଚୁପ୍‌ ବ୍ୟବସାୟ

ବଅଁରପାଳ, ୧୩ା୫(ଉପେନ୍ଦ୍ର ରାଉତ) : ବେଶୀ ପାଠ ପଢ଼ି ନ ଥିବାରୁ ଚାକିରି ପାଇଁ ଚେଷ୍ଟା କରି ନ ଥିଲେ। ତଥାପି ପରିବାର ପ୍ରତିପୋଷଣ ପାଇଁ କିଛି ଗୋଟେ କାମ ଖୋଜୁଥିଲେ। ୧୨ବର୍ଷ ତଳେ ବିଶାଖାପାଟଣା ଚାଲିଯାଇ ସେଠାରେ ଗୁପଚୁପ ବିକିବା ଆରମ୍ଭ କରିଦେଇଥିଲେ। ୫ ବର୍ଷ ଜଣେ ମାଲିକଙ୍କ ପାଖରେ କାମ କରିବା ପରେ ନିଜ ଘର ନିକଟରେ ଏହି ବ୍ୟବସାୟ କରିବାକୁ ଯୋଜନା କରି ସେ ଗଁାକୁ ଫେରିଆସିଲେ। ଏବେ ତାଙ୍କ ଗୁପ୍‌ଚୁପ୍‌ ବେପାର ଫୁଲ୍‌ ଦମ୍‌ରେ ଚାଲିଛି ବୋଲି କହିଛନ୍ତି ବଅଁରପାଳ ବ୍ଲକ ଗିରାଙ୍ଗ ଗ୍ରାମର ପ୍ରମୋଦ ସାହୁ।
ଅପରାହ୍ନ ୪ଟାରେ ଗିରାଙ୍ଗ ନିକଟ ସିପିପି ରାସ୍ତା ପାର୍ଶ୍ୱରେ ପ୍ରମୋଦଙ୍କ ଠେଲା ଗାଡ଼ି ପହଞ୍ଚତ୍ବା ପରେ ଗ୍ରାହକଙ୍କ ଭିଡ଼ ଜମିଯାଏ। ରାତି ୧୦ଟା ଯାଏ ଚାଲେ ତାଙ୍କ ବେପାର। ପ୍ରମୋଦଙ୍କ ହାତ ତିଆରି ଗୁପ୍‌ଚୁପ୍‌ ବେଶ୍‌ ସ୍ବାଦିଷ୍ଟ ହୋଇଥିବାରୁ ଦିନକୁ ଦିନ ଅଧିକ ଗ୍ରାହକ ଆସୁଛନ୍ତି। ପ୍ଲେଟରେ ଗୁପ୍‌ଚୁପ୍‌କୁ ସଜ୍ଜିତ କରି ସେ ପିଆଜ, ଟମାଟୋ ସସ୍‌, ଧନିଆ ପତ୍ର ଏବଂ ସ୍ବାଦ ଅନୁଯାୟୀ ଲୁଣ, ଲଙ୍କା ଓ ଚାଟ ମସଲା ଦେଇଥାନ୍ତି। ଏଥିସହ ଆମ୍ବକସି ଅଦା, ଧନିଆ ଓ ପୁଦିନାରେ ପ୍ରସ୍ତୁତ ଖଟାପାଣି ବଢ଼ାଇ ଦେଇଥାନ୍ତି। କେବଳ ଗୁପ୍‌ଚୁପ୍‌ ନୁହେଁ ପାମ୍ପିଡ଼ି ଚାଟ୍‌, ଦହି ଗୁପ୍‌ଚୁପ୍‌ ଓ ଝାଲ ମୁଢ଼ି ମଧ୍ୟ ବିକ୍ରି କରିଥାନ୍ତି। ଗ୍ରାହକଙ୍କ ପସନ୍ଦ ଅନୁସାରେ ସେ ଗୁପ୍‌ଚୁପ୍‌ ତିଆରି କରୁଥିବାରୁ ସନ୍ଧ୍ୟାରେ ନାଲ୍‌କୋର ବହୁ କର୍ମଚାରୀ, ଆଖପାଖର ମହିଳା, ଯୁବତୀ ଓ ଯୁବକମାନେ ତାଙ୍କ ଦୋକାନକୁ ଆସି ଗୁପ୍‌ଚୁପ୍‌ ଖାଇଥାନ୍ତି। ଦିନକୁ ପ୍ରାୟ ୨ ହଜାରରୁ ଅଧିକ ଟଙ୍କାର ବେପାର ହେଉଥିବାରୁ ପରିବାର ଚଳାଇବା ବେଶୀ କଷ୍ଟକର ହେଉ ନ ଥିବା ସେ କହିଛନ୍ତି। ସ୍ତ୍ରୀ ମାଳତୀଙ୍କ ସହ ୨ ପୁଅଙ୍କୁ ନେଇ ତାଙ୍କ ପରିବାର। ବଡ଼ ପୁଅ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ସାନ ପୁଅ ତୃତୀୟ ଶ୍ରେଣୀର ଛାତ୍ର। ଦୁଇ ବଖରା ଘରକୁ ଛାଡ଼ି ଦେଲେ ଜମି ବାଡ଼ି କିଛି ନାହିଁ। ଏହି ବେପାର ହିଁ ତାଙ୍କ ସମ୍ବଳ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଛତ୍ରପୁର,୧୦।୭(ଦିଲୀପ ସାମଲ): ୨୦୨୪ ମସିହାରେ କାର୍ଯ୍ୟରତ ଅବସ୍ଥାରେ ଅକସ୍ମାତ ହୃଦ୍ଘାତରେ ପରଲୋକବରଣ କରିଥିବା ଚମାଖଣ୍ଡି ପୋଲିସ ଥାନା କର୍ମଚାରୀ ସଞ୍ଜିତ ସ୍ବାଇଁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri