ଭରତପୁର ଖଣି ଦୁର୍ଘଟଣା ଅଞ୍ଚଳରେ ଏମ୍‌ସିଏଲ ସିଏମ୍‌ଡି:‘କୋଲ ଇଣ୍ଡିଆ ଇତିହାସରେ ପ୍ରଥମ’

ତାଳଚେର,୩୦ା୭(ନି.ପ୍ର.)

ତାଳଚେର ଭରତପୁର କୋଇଲା ଖଣିରେ ଅତଡା ଖସିବା ଘଟଣା ପରେ ମହାନଦୀ କୋଲ ଫିଲ୍‌ଡସ (ଏମ୍‌ସିଏଲ)ର ସିଏମ୍‌ଡି ଭୋଳନାଥ ଶୁକ୍ଳା ସୋମବାର ଦିନିକିଆ ତାଳଚେର ଗସ୍ତରେ ଆସିଥିଲେ। ପୂର୍ବାହ୍ନ ସାଢେ ୧୦ଟାରେ ସେ ଭରତପୁର କୋଇଲା ଖଣିର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଦୁର୍ଘଟଣାର କାରଣ ଅନୁଧ୍ୟାନ କରିଥିଲେ। ପରେ ସେ ଖବରଦାତାଙ୍କ ନିକଟରେ ତାଙ୍କ ମତ ରଖି କହିଲେ, ଭରତପୁର ଖଣିରେ ବିଚିତ୍ର ପ୍ରକାର ଦୁର୍ଘଟଣା ଘଟିଛି, ଯାହା କୋଲ ଇଣ୍ଡିଆ ଇତିହାସରେ ପ୍ରଥମ। ଶ୍ରମିକମାନେ କାମ କରୁଥିବା ସ୍ଥାନଠାରୁ ୧୩୦ ମିଟର ଦୂରରେ ବ୍ୟାରିୟର ସ୍ଲାଇଡିଂ ହୋଇଗଲା। ପୂର୍ବରୁ ସେ ସ୍ଥାନ ଅନୁଧ୍ୟାନ କରାଯାଇଥିଲା ଓ ସୁରକ୍ଷା ଦିଗରେ କୌଣସି ତ୍ରୁଟି ନ ଥିଲା ବୋଲି ସେ କହିଥିଲେ। ଏମସିଏଲର କୌଣସି ଖଣିରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ସେଫ୍ଟି କମିଟିକୁ ତଦନ୍ତ କରି ସୁରକ୍ଷା ସଂକ୍ରାନ୍ତୀୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭରତପୁର ଦୁର୍ଘଟଣାରେ ଡିଜିଏମଏସ(ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍ଟି), ଆଇଏସଓ (ଇଣ୍ଟର ନ୍ୟାଶନାଲ ସେଫ୍ଟି ଅର୍ଗାନାଇଜେଶନ) ଓ କୋଲ ଇଣ୍ଡିଆ ପକ୍ଷରୁ ୩ଟି ଟିମ ତଦନ୍ତ ଚଳାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ ଏଥିପାଇଁ ଦାୟୀ କିଏ ଜଣାପଡିବ ବୋଲି ପ୍ରକାଶ କରିଥିଲେ। ଖଣିର ସ୍ବାଭାବିକ ଅବସ୍ଥା ଫେରାଇବା ଆଣିବା ପାଇଁ ସେ ପ୍ରଶାସନ, ବିଭିନ୍ନ ରାଜନୈତିକ ସଂଗଠନ, ୟୁନିୟନ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ଖଣି ବନ୍ଦ ଯୋଗୁ ରବିବାର ସୁଦ୍ଧା ଏମସିଏଲର ୮୫.୬୮ କୋଟି, ରାଜ୍ୟ ସରକାରଙ୍କର ୧୭କୋଟି ଓ କେନ୍ଦ୍ର ସରକାରଙ୍କ ୩୮କୋଟି ରାଜସ୍ବ କ୍ଷତି ଘଟିଲାଣି ବୋଲି ସେ ସୂଚନା ଦେଇଥିଲେ। ଏଥିଯୋଗୁ ୧୩୩୯.୪୨ମିଲିୟନ ୟୁନିଟ ବିଦ୍ୟୁତ୍‌ ଉପତ୍ାଦନ ବାଧାପ୍ରାପ୍ତ ହୋଇଛି। କଣିହାଁସ୍ଥିତ ଏନଟିପିସିର କୋଇଲା ଅଭାବକୁ ଆଖି ଆଗରେ ରଖି ଇବଭ୍ୟାଲିରୁ ୨ର଼୍ୟାକ କୋଇଲା ପଠାଯାଇଥିବା ସିଏମ୍‌ଡି ପ୍ରକାଶ କରିଥିଲେ। ନିୟମ ଅନୁସାରେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଏମସିଏଲ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ମୃତଦେହ ମିଳି ନ ଥିବା ସିକ୍ୟୁରିଟି ଗାର୍ଡ ରମେଶ ଦାସଙ୍କ ପରିବାର ଲୋକେ ଭରତପୁର ଗେଷ୍ଟହାଉସଠାରେ ସିଏମଡିଙ୍କୁ ଭେଟି ତୁରନ୍ତ ମୃତଦେହ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri