ଭରତପୁର ଖଣି ଦୁର୍ଘଟଣା:କୋଇଲା ମନ୍ତ୍ରଣାଳୟ ହସ୍ତକ୍ଷେପ କରୁ: ବିଜେଡ

ତାଳଚେର,୩ା୮(ନି.ପ୍ର.)

ଭରତପୁର କୋଇଲା ଖଣି ଦୁର୍ଘଟଣା ଏମ୍‌ସିଏଲ୍‌ର ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଘଟିଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯିବା ସହ କୋଇଲା ମନ୍ତ୍ରଣାଳୟ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରି ସାରିଲେଣି। ହେଲେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ମୃତ ଶ୍ରମିକଙ୍କ ପରିବାରର ନିଯୁକ୍ତି, କ୍ଷତିପୂରଣ ସମାଧାନ କରିବା ଉପରେ ଏଯାଏ ପଦକ୍ଷେପ ନେଇନାହାନ୍ତି। ସ୍ଥାନୀୟ ଭାଜପା ପକ୍ଷରୁ ୭ଦିନ ଧରି ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲେ ବି ବିନା ସମାଧାନରେ ଦଳ ଆନ୍ଦୋଳନରୁ ଓହରି ଯାଇଥିଲା। ତେଣୁ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପରିବାରକୁ ସ୍ଥାୟୀ ନିଯୁକ୍ତି, ୩ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ସହ କୋଇଲା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ବିଜୁ ଜନତା ଦଳ ତାଳଚେର ଉପସଭାପତି ସନ୍ତୋଷ ପ୍ରଧାନ, ମହିଳା ନେତ୍ରୀ ସେଫାଳି ବଳ, ଜିଲା ଯୁବ ଜନତା ଦଳ ସାଧାରଣ ସମ୍ପାଦକ ରାଜେଶ ଦାସ, ଲିପୁନା ଭୁକ୍ତା, ଭୁବନାନ୍ଦ ବିଶ୍ୱାଳ, ଦିଲୀପ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପୁଆ ନଦୀ ପ୍ରଦୂଷଣ ମୁକ୍ତ ଦାବି

ଆଠଗଡ,୪ା୭(ସ୍ବ.ପ୍ର.): ସାପୁଆ ନଦୀକୁ ପ୍ରଦୂଷଣ ମୁକ୍ତ ଓ ଗୋଡ଼ିଝରିଆ ଜଳ ଯୋଗାଣ ପ୍ରକଳ୍ପରୁ ପାନୀୟଜଳ ଯୋଗାଇବାକୁ ଆଠଗଡ କଂଗ୍ରେସ ପକ୍ଷରୁ ଶନିବାର ଦାବି କରାଯାଇଛି। ଏନେଇ...

ଫିମ୍ପିମରା ପିଡିଏସ ଚାଉଳ ବଣ୍ଟନ: ହିତାଧିକାରୀ ଅସନ୍ତୋଷ

ଝୁମ୍ପୁୁରା, ୧୭।୭ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେତେକ ପଞ୍ଚାୟତରେ ପିଡିଏସ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ରହିଛି। ଜଙ୍ଗଲାଞ୍ଚଳରେ ଅବସ୍ଥିତ ଆଦିବାସୀ...

ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର: ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୨୪।୧୧: ଡିସେମ୍ବର ମାସରେ ଖୋଲିପାରେ ଶ୍ରୀମନ୍ଦିର। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ମୁଖ୍ୟ ପ୍ରଶାସକଙ୍କ ସୂଚନା...

ପୁଣି ବିଦ୍ୟାଳୟରେ ଭୂତଭୟ

ବୁଗୁଡା,୨୨ା୧୦(ଡି.ଏନ୍‌.ଏ.)-ବୁଗୁଡା ବ୍ଲକ ବାଲିପଦର ଶ୍ରୀରଘୁନାଥ ସ୍ବାମୀ ବାଳିକା ବିଦ୍ୟାଳୟରେ ସୋମବାର ପୁଣି ଛାତ୍ରୀମାନଙ୍କ ଠାରେ ଅସ୍ବାଭାବିକ ଆଚରଣ ଦେଖା ଦେଇଛି। ସକାଳେ ପ୍ରାର୍ଥନା ସଭା ଚାଲିଥିବାବେଳେ...

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କୁ ଗୁଳିମାଡ଼

ଚଣ୍ଡିଖୋଲ/ଛତିଆ/ବଡଚଣା,୧ା୩: ଯାଜପୁର ଜିଲା ବୈରୀ ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ନେଳିଆ ଛକ ନିକଟରେ ସୋମବାର ଏକ ବଡ଼ ଧରଣର ଲୁଟ୍‌ ଉଦ୍ୟମ...

୪ ଜିଲା ଲାଗି ୧୫ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ି ଚାଲଛି। ଏହାକୁ ଲକ୍ଷ୍ୟକରି ରାଜ୍ୟ ସରକାର ମଙ୍ଗଳବାର ୪ ଜିଲାରେ...

ବିଜେପୁର ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୁଣିଥରେ ବିଜେପୁର ଆସନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଥର ଲାଗି ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେଡି ଓ...

ଲୀନହେବ ଟାଗୋରଙ୍କ ପାଥେରପୁରୀ

ପୁରୀ ଅଫିସ,୨୦ା୧୦: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନା ପୀଠ ‘ପାଥେରପୁରୀ’ ବିଲୀନ ହେବାକୁ ଯାଉଛି। ଶହେ ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରାତନ ସ୍ମୃତିପୀଠ ଐତିହ୍ୟ ମାନ୍ୟତା...

Advertisement
Archives

Model This Week