ଭତ୍ତା ନେବାକୁ ଆସି ବୃଦ୍ଧଙ୍କ ପ୍ରାଣ ଗଲା

ବାଲିଆପାଳ, ୧୫।୧୨(ସ୍ବ.ପ୍ର.)-ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ନେବାକୁ ଆସିଥିବା ବାଲିଆପାଳ ଅଞ୍ଚଳର ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ରବିବାର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୧୫ ତାରିଖ ଭତ୍ତା ବଣ୍ଟନ ପାଳିଥିବାରୁ ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତ କେନ୍ଦୁଆଡ଼ିଆ ଗ୍ରାମର ମକରା ମହୋରୀ ଭତ୍ତା ନେବା ପାଇଁ ସକାଳୁ ଘରୁ ଚାଲି ଚାଲି ଆସି ପଞ୍ଚାୟତ ଅଫିସ ଆଗରେ ଧାଡ଼ିରେ ଛିଡ଼ା ହୋଇଥିଲେ। ତାଙ୍କ ଘରଠାରୁ ପଞ୍ଚାୟତ ଅଫିସ ୭ରୁ ୮ କି.ମି. ହେବ। ମକରା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ସେ ତଳେ ପଡ଼ି ଯାଇଥିଲେ। ପାଖରେ ଥିବା ଲୋକମାନେ ତାଙ୍କୁ ପାଣି ପିଆଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୭୦ ବର୍ଷରୁ ଅଧିକ ବୟସଧାରୀ ବୃଦ୍ଧାବୃଦ୍ଧଙ୍କୁ ଘରେ ଭତ୍ତା ଯୋଗାଇ ଦେବାକୁ ବାଲିଆପାଳ ବରିଷ୍ଠ ନାଗରିକ ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେମିଷ୍ଟର ପରୀକ୍ଷା ବିରୋଧରେ ବିକ୍ଷୋଭ

କଟକ ଅଫିସ, ୪।୧୨: ରାଜାବଗିଚାସ୍ଥିତ ନେତାଜୀ ସୁଭାଷ ମେମୋରିଆଲ ସିଟି କଲେଜରେ ସେମିଷ୍ଟର ପରୀକ୍ଷା ପ୍ରତିବାଦରେ ବୁଧବାର ଛାତ୍ରୀଛାତ୍ରମାନେ କଳେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ...

ଭାଇଚାରା ବଜାୟ ରଖିବା ଉପରେ ଗୁରତ୍ୱ

ଲୋଇସିଂହା,୪।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମର ନେତାଜୀ ଯୁବକସଂଘ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ ବୁଧବାର ଅନୁଷ୍ଠିତ ହୋଇଯାଇଛି ।...

ସଙ୍ଗରୋଧ ଗୃହରେ ଧାରଣା ଦେଲେ ପ୍ରବାସୀ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାର ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନେ ଗୁରୁବାର ଧାରଣା ଦେଇଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହେବ ସଂଗରୋଧ...

ସାଇକେଲ ମରାମତି ଦୋକାନରେ ନିଆଁ: ୫୦ହଜାରରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ନଷ୍ଟ

କୋରୁକୋଣ୍ଡା,୨୩।୧(ଡି.ଏନ.ଏ): ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମଉଳି ମା’ ଛକଠାରେ ଥିବା ଏକ ସାଇକେଲ ମରାମତି ଦୋକାନରେ ନିଆଁ ଲାଗି ପ୍ରାୟ ୫୦ହଜାର ଟଙ୍କାରୁ...

ରାସ୍ତାକଡ଼ରୁ ଉଦ୍ଧାର ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ସଦର ଥାନା ଗୁଡୁମ ବେରୁଁଆ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ତାଙ୍କ ବୟସ...

ରାଜ୍ୟ ସଭା ସଦସ୍ୟଙ୍କ କାର୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୫ା୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼-ତମିଆଁ ରାସ୍ତାର ତମିଅଁା ଛକ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ରାଜ୍ୟ ସଭା ସଦସ୍ୟ ନିରଞ୍ଜନ...

ନିଲାମ ପରେ ଖଣିରେ ନିଯୁକ୍ତି ନେଇ ଶଙ୍କାରେ ଶ୍ରମିକ: ୨୦ରେ ସଚିବାଳୟ ସମ୍ମୁଖରେ ଧାରଣା

ଯୋଡ଼ା, ୧୯।୧(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖଣି ନିଲାମ ପ୍ରକ୍ରିୟା। ଏଭଳି ସ୍ଥିତିରେ ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି...

ବେଆଇନ ମହୁଲି ମଦ ଜବତ: ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ, ୧୪।୪: ଲକ୍‌ଡାଉନ୍‌ ସମୟରେ ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ। ଏହି ସମୟରେ ଚଢ଼ା ଦରରେ ମଦ ବିକ୍ରି ପାଇଁ ପଡ଼ୋଶୀ ଜିଲା...

Advertisement
Archives

Model This Week