ଭତ୍ତା ଦେଇ ରାଶନ କାଟିଦେଲେ

କଣିହଁ। ,୧୫ା୭(ଡି.ଏନ.ଏ.)

ଜନ୍ମରୁ ଦୃଷ୍ଟିହୀନ। ତେଣୁ ଆଧାରକାର୍ଡ ନାହିଁ। ଏହା ଜାଣି ବି ଜଣେ ଦିବ୍ୟାଙ୍ଗଙ୍କ ସହ ଅନ୍ୟାୟ କରାଯାଇଛି। ମାତ୍ର କେଇମାସ ତଳେ ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରାଯାଇଥିବା ବେଳେ ଏବେ ଆଧାରକାର୍ଡ ନ ଥିବାକୁ ଆଳ କରି ରାଶନ କାଟି ଦିଆଯାଇଛି। ପ୍ରଶାସନର ଏପରି କାର୍ଯ୍ୟ ଯୋଗୁ ଅନ୍ନପୂର୍ଣ୍ଣା ଯୋଜନାରେ ମାସକୁ ମିଳୁଥିବା ୧୦ କିଲୋ ଚାଉଳ ଆଉ ପାଇପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲା କଣିହଁା ବ୍ଲକ ବଡ଼ଗୁଣ୍ଡୁରୀ ପଞ୍ଚାୟତ ବଡ଼ହୀରା ଗ୍ରାମର ଉପାସୀ ନାଏକ (୬୯)।
ଉପାସୀ କହିଛନ୍ତି, ମା’ ବାପାଙ୍କ ମୃତ୍ୟୁ ପରଠାରୁ ତାଙ୍କ ଜୀବନ ଅତି ଅସହାୟ ହୋଇପଡ଼ିଛି। ଅନ୍ୟତ୍ର ଯିବା ଆସିବାରେ ଅସୁବିଧା ହେଉଛି। ବଖରାଏ ଚାଳ ଛପର ହିଁ ତାଙ୍କର ଏକମାତ୍ର ଆଶ୍ରା। ପୂର୍ବରୁ ପ୍ରତି ମାସରେ ଅନ୍ନପୂର୍ଣ୍ଣା ଯୋଜନାରେ ସରକାର ଦେଉଥିବା ୧୦ କିଲୋ ଚାଉଳରେ ଚଳିଯାଉଥିଲେ। ବହୁ ବିଳମ୍ବରେ ମାତ୍ର କିଛିମାସ ତଳୁ ତାଙ୍କୁ ଭତ୍ତା ମିଳୁଛି। ହେଲେ ସେବେଠାରୁ ରାଶନ ସାମଗ୍ରୀ ପ୍ରଦାନ କରାଯାଉ ନାହିଁ। ବହୁ କଷ୍ଟରେ ପ୍ରଶାସନ ନିକଟରେ ପହଞ୍ଚି ଆଧାରକାର୍ଡ ନେଇ କାକୁତିମିନତି କରିଥିଲେ। ହେଲେ ଆଖି ନ ଥିବାରୁ ଆଧାରକାର୍ଡ ହୋଇପାରିବନି କହି ଫେରାଇ ଦିଆଗଲା। ୨ ମାସ ପୂର୍ବରୁ କେଉଁ ଯୋଜନାରେ ସରକାର ଡାଲି ଚାଉଳ ଦେଇଥିଲେ ତାହା ଜାଣିନାହିଁ। ସେଥିରେ କିଛିଦିନ ଚଳିଗଲା। ଏବେ ଭତ୍ତା ଅର୍ଥ ଡାଲି, ଚାଉଳକୁ ନିଅଣ୍ଟ ପଡ଼ୁଥିବାରୁ କଷ୍ଟ ବଢ଼ିଯାଇଥିବା ଉପାସୀ ପ୍ରକାଶ କରିଛନ୍ତି। କଣିହଁା ବିଡିଓ ରମେଶ କୁମାର ଜେନା କହିଛନ୍ତି, ଏପରି ଘଟଣା ଦୃଷ୍ଟିକୁ ଆସି ନ ଥିଲା। ଦୃଷ୍ଟିହୀନ ଅସହାୟ ଦିବ୍ୟାଙ୍ଗଙ୍କ ପାଇଁ ଆଧାରକାର୍ଡ ଜରୁରୀ ନୁହେଁ। ଉପାସୀଙ୍କୁ ତୁରନ୍ତ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?