Posted inପୁରୀ

ଭଜନ, ସଂକୀର୍ତ୍ତନରେ ଝଙ୍କୃତ ହେବ ସିଂହଦ୍ୱାର ସମ୍ମୁଖ, ପ୍ରତି ରବିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧ୍ୟାତ୍ମିକ ପରିକ୍ରମା

ପୁରୀ ଅଫିସ, ୨୧।୭ : ଶ୍ରୀମନ୍ଦିର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପୀଠ। ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀ। ସିନ୍ଦୂରା ଫାଟିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଦ ପଡେ ବଡ଼ଦାଣ୍ଡରେ। ଏକମୁହଁା ହୋଇ ସମସ୍ତେ ଛୁଟିଥାନ୍ତି ସିଂହଦ୍ୱାର ଅଭିମୁଖେ। ସମସ୍ତଙ୍କ ମନରେ ଭକ୍ତି ଏବଂ ସମର୍ପଣର ଭାବ। ଦିନ ଆରମ୍ଭରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଆଉ ଦୁର୍ଲଭ ମଙ୍ଗଳ ଆଳତି ବି ଦେଖିବେ। ଏମିତି ଭାବନା ନେଇ ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଛୁଟିଆସନ୍ତି ବଡ଼ଦେଉଳକୁ। ସକାଳୁ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଲାଗେ ଗହଳି ଚହଳି। ତେବେ ଶ୍ରଦ୍ଧାଳୁଙ୍କ ମନରେ ଥିବା ଭକ୍ତି ଓ ସମର୍ପଣ ଭାବକୁ ଆହୁରି ସୁଦୃଢ କରିବା ଲାଗି ଏଣିକି ନିଆରା ପଦକ୍ଷେପ ନେଇଛି ଜିଲା ପ୍ରଶାସନ। ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେବ ଆଧ୍ୟାତ୍ମିକ ପରିକ୍ରମା। ଭଜନ, ସଂକୀର୍ତ୍ତନରେ ଉଛୁଳି ପଡ଼ିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ। ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୬ଟାରୁ ୮ଟା ଯାଏ ଚାଲିବ। ସିଂହଦ୍ୱାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ମଧ୍ୟରେ ଦେଖିବାକୁ ମିଳିବ ଓଡ଼ିଶୀ, ସାହିଯାତ ଓ ଗୋଟିପୁଅ ନୃତ୍ୟ ସାଙ୍ଗକୁ ରଙ୍ଗୋଲି, ଝୋଟି ଆଉ ବିଭିନ୍ନ ପ୍ରକାର ପେଣ୍ଟିଂ। ବଡ଼ଦାଣ୍ଡରେ ସୃଷ୍ଟି ହେବ ଆଧ୍ୟାତ୍ମିକ ବାତାବରଣ। ରବିବାର ସିଂହଦ୍ୱାର ସମ୍ମୁଖରେ ଦୀପଦାନପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ଜିଲାପାଳ ବଲୱନ୍ତ ସିଂ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର, ଭକ୍ତ, ଯୁବ ଓ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇପାରିବେ। ଏହି ସମୟରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ଯେପରି କୌଣସି ପ୍ରକାର ବାଧା ନ ଉପୁଜେ ଏଥିପ୍ରତି ଧ୍ୟାନ ଦିଆଯିବ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ସହ ଭକ୍ତମାନଙ୍କ ଲାଗି ପାନୀୟଜଳ ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯିବ।

ସୂଚନାଥାଉ କି, ସିଂହଦ୍ୱାର ସମ୍ମୁଖ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ୟାରିକେଡିଂ କରାଯାଇଛି। କୌଣସି ଉଠାଦୋକାନୀ କିମ୍ବା ଭିକାରିଙ୍କୁ ବସାଯାଉ ନ ଥିବାବେଳେ ଗାଡି ପାର୍କିଂ ଉପରେ ମଧ୍ୟ କଟକଣା ଲଗାଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ପାଦରେ ଚାଲି ଚାଲି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି। ବ୍ୟାରିକେଡିଂ ହୋଇଥିବା ଏହି ଫାଙ୍କା ଜାଗାରେ ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଲାଗି ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ: ବିଚାର ହେବ ଯୌନ ନିର୍ଯ୍ୟାତନା ମାମଲା

ପୁରୀ ଅଫିସ,୨୮।୨: ନାବାଳିକା ଓ ନାବାଳିକଙ୍କୁ ଯୌନ ଶୋଷଣ ମାମଲାର ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଶୁକ୍ରବାର ପୁରୀ ଜିଲା କୋର୍ଟ ପରିସରରେ ପୋକ୍ସୋ କୋର୍ଟ...

ନୂଆ ରୂପରେ ଚମକିଲା ଲୋକୋମୋଟିଭ୍‌ ଇଞ୍ଜିନ

ପୁରୀ ଅଫିସ,୧୯।୮: ପୁରୀ ସହରରେ ବ୍ରିଟିଶ ଅମଳରୁ ରହିଥିବା ଐତିହ୍ୟ ସମ୍ପନ୍ନ ତଥା ବହୁ ପୁରାତନ ଲୋକୋମୋଟିଭ୍‌ ଇଞ୍ଜିନକୁ ପୁଣି ଥରେ ନୂଆ ରୂପରେ ସଜେଇ...

ବିକାଶ କାର୍ଯ୍ୟରେ କରୋନା ବାଧକ

ପୁରୀ ଅଫିସ, ୭ା୫: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ,...

ହେରିଟେଜ କରିଡୋର ନିର୍ମାଣରେ ଶ୍ରୀମନ୍ଦିର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ: ମୁଖ୍ୟ ଶାସନ ସଚିବ

ପୁରୀ ଅଫିସ, ୪।୪(ବ୍ୟୁରୋ): ଶ୍ରୀମନ୍ଦିର ହେରିଟେଜ କରିଡୋର ନିର୍ମାଣରେ କୌଣସି ପ୍ରଭାବ ମନ୍ଦିର ଉପରେ ପଡ଼ିବ ନାହିଁ ବୋଲି ସୋମବାର ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର...

କୋଣାର୍କ ଶୋଭନୀୟ ରାସ୍ତା କାର୍ଯ୍ୟରେ ଅନିୟମିତତା

କୋଣାର୍କ,୨୭ା୫(ଡି.ଏନ.ଏ): କୋଣାର୍କ ଏନ୍‌ଏସି ଅଧୀନସ୍ଥ ୧୦ନଂ ୱାର୍ଡ ଜାତୀୟ ରାଜପଥ ରାସ୍ତାରୁ ଶୋଭନୀୟ ଶିକ୍ଷାଶ୍ରମ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।...

ପୁରୀ ସୁରକ୍ଷା ମଞ୍ଚ-ପ୍ରଶାସନ ଆଲୋଚନା ବିଫଳ

ପୁରୀ ଅଫିସ, ୫ା୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଅଶାନ୍ତ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ପ୍ରଶାସନର...

ସାକ୍ଷୀଗୋପାଳ ଡାକ୍ତରଖାନା ଛାତରୁ ଖସୁଛି କଂକ୍ରିଟ

ସାକ୍ଷୀଗୋପାଳ, ୧୭।୯(ସ୍ବ.ପ୍ର./ଡି.ଏନ୍‌.ଏ.): ସତ୍ୟବାଦୀ ବ୍ଲକରେ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢ଼ଲକ୍ଷ ଲୋକ ନିର୍ଭର କରିଥାନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ...

ମୋବାଇଲରେ ବେଶ ଫଟୋ ଉଠାଇବା ଚର୍ଚ୍ଚା

ପୁରୀ ଅଫିସ,୨୮ା୧୧: ଶ୍ରୀମନ୍ଦିର କର୍ମଚାରୀ, ସେବାୟତ ଏବଂ ସୁରକ୍ଷା କର୍ମଚାରୀ କେହି ବି ମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେବେ ନାହିଁ। ସମସ୍ତଙ୍କୁ ଯାଞ୍ଚ କରାଯାଇ...

Advertisement
Archives

Model This Week