Advertisement

ଭଙ୍ଗା ହେଲା ଜଳସମ୍ପଦ ଡାକବଙ୍ଗଳା ପାଚେରି

ରତ୍ନଗିରି,୨୪ା୬(ଡି.ଏନ.ଏ.)- ବରୀର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବରୀ ମାଉଣ୍ଡଠାରୁ ବ୍ଲକ କାର୍ଯ୍ୟାଳୟ, ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ବରୀ ରାମଚନ୍ଦ୍ରପୁର ଥାନାକୁ ସଂଯୋଗୀକରଣ ରାସ୍ତାରେ ଡାକବଙ୍ଗଳା ନିକଟ ପାଚେରି ରହିଛି। ଏହି ପାଚେରି ଯୋଗୁ ଟ୍ରାଫିକ ସମସ୍ୟା ଲାଗି ରହିଥିବାରୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ହେଲେ ପ୍ରଶାସନ ଅଭିଯୋଗକୁ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଜଣାପଡ଼ିଛି। ମାତ୍ର ନବ ନିର୍ବାଚିତା ବିଧାୟିକା ସୁନନ୍ଦା ଦାସ ବରୀ ଅଞ୍ଚଳର ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନ ପାଇଁ ଡାକବଙ୍ଗଳାଠାରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଘଟଣାକୁ ଗୁରୁତ୍ୱ ଦେଇ ଟ୍ରାଫିକ ସମାସ୍ୟା ଦୂର କରିବା ପାଇଁ ସୋମବାର ଜଳସମ୍ପଦ ବିଭାଗର ଡାକବଙ୍ଗଳା ପାଚେରି ଭଙ୍ଗାଯାଇ ରାସ୍ତାକୁ ପ୍ରସସ୍ତୀକରଣ ପାଇଁ ବ୍ୟବସ୍ଥା କରାଯିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ତ୍ରିପାଠୀଙ୍କୁ ପଚାରିବାରୁ, ଆବଶ୍ୟକତା ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଏହି ପାଚେରି ଭଙ୍ଗାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରୁହା ପାହାଡ଼ରୁ କଳାପଥର ଚୋରି: ଚେତିଲା ପୋଲିସ ପ୍ରଶାସନ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ପୋଲିସ ପକ୍ଷରୁ ଶନିବାର ଚଢାଉ ହୋଇଛି। କଳାପଥର ଚୋରିରେ ନିୟୋଜିତ ୧୧...

ଖଣି ଅଞ୍ଚଳରେ ବର୍ଷାପାଣି ପରିଚାଳନା ବାଧାପ୍ରାପ୍ତ

ଯାଜପୁର ଅଫିସ,୨୫।୯: ପ୍ରାୟ ସପ୍ତାହେ ହେଲା ଲଘୁଚାପଜନିତ ବର୍ଷା ଯୋଗୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳ ନିକେଲ ମିଶ୍ରିତ ବିଷାକ୍ତ ପାଣିରେ କବଳିତ ହୋଇଛି।...

ନରକଙ୍କାଳ, ଖପୁରି ଜବତ

ଜେନାପୁର,୧୭।୪(ଡି.ଏନ.ଏ.): ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅଧୀନ ମୁରାରିପୁର ଗ୍ରାମ ନିକଟରେ ଥିବା ମହିମା ଆଶ୍ରମ ବାଡ଼ିର ଏକ କେନ୍ଦୁଗଛରୁ ଶନିବାର ଅପରାହ୍ନରେ ମଣିଷର ଖପୁରି,...

ସରକାରୀ ଅର୍ଥ ହରିଲୁଟ୍‌ ଅଭିଯୋଗ: ତଦନ୍ତ ଦାବିରେ ଆମରଣ ଅନଶନ

ବରୀ,୨୫ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ଇଶାଣପୁର ପଞ୍ଚାୟତରେ ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମନରେଗା ଯୋଜନା, ଚତୁର୍ଦ୍ଦଶ ଓ ଚତୁର୍ଥ ଅର୍ଥ କମିଶନ...

ସୁନା ଦୋକାନରୁ ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଯାଜପୁର ରୋଡ,୮ା୮(ନି.ପ୍ର): ଦୀର୍ଘଦିନ ଧରି ପୋଲିସକୁ ଚକ୍‌ମା ଦେଖାଇ ଯାଜପୁର ରୋଡ, କେନ୍ଦୁଝର, କଳିଙ୍ଗନଗର ସମେତ ଅନ୍ୟ ଜିଲାଗୁଡିକରେ ଡକାୟତି କରିଆସୁଥିବା ୬ଜଣଙ୍କୁ ମଙ୍ଗଳବାର ରାତିରେ...

ବିଞ୍ଝାରପୁର ବିଧାୟିକାଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୨ା୨: ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲାରେ ବିଜେଡି ପୂର୍ବର ସଫଳତା ଦୋହରାଇବାକୁ ଉଦ୍ୟମ କରୁଥିବାବେଳେ ଭାଜପା କଡ଼ା ଟକ୍କର ଦେଉଛି। ଏଭଳିସ୍ଥଳେ ବିଞ୍ଝାରପୁର...

ବ୍ୟକ୍ତିଗତ ସ୍ବାର୍ଥରେ ଲାଗୁଛି ବିଧାୟକ ପାଣ୍ଠି

ଯାଜପୁର ଅଫିସ,୬।୨: ବ୍ୟକ୍ତିଗତ ବ୍ୟବସାୟିକ ଅନୁଷ୍ଠାନକୁ ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ) ଖର୍ଚ୍ଚ ହେବା ଘଟଣାକୁ ନେଇ ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ...

ଶିଳ୍ପ ଥାଇ ନିଯୁକ୍ତି ଆଶାୟୀ ନିରାଶ

ଯାଜପୁର ଅଫିସ/ଅନୁଗୋଳ ଅଫିସ୍‌/ରାୟଗଡ଼ା ଅଫିସ୍‌,୧୩ା୧୦: ଖଣିଜ ସମ୍ପଦରେ ଭରପୂର ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇ ଆସୁଛନ୍ତି। ସରକାର ସେମାନଙ୍କୁ ଜମି, ପାଣି,...

Advertisement
Archives

Model This Week