ଭଙ୍ଗା ମନ୍ଦିରରେ ୭୦ ମାଣ ଜମିର ମାଲିକ

ବାରିପଦା ଅଫିସ/କପ୍ତିପଦା,୩ା୯(ଡି଼.ଏନ୍‌.ଏ)- ସମ୍ପତ୍ତି ଅଛି, ମାତ୍ର ଟ୍ରଷ୍ଟ ବୋର୍ଡ ପାଇଁ କ୍ଷମତା ଲଢେଇ ଓ ପରିଚାଳନାଗତ ତ୍ରୁଟିକୁ ନେଇ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କୁଳିଅଳମ ଗ୍ରାମରେ ଥିବା ଗୋପୀନାଥ ଜୀଉ ମନ୍ଦିର ଅବହେଳିତ ହୋଇ ପଡିଛି। ଏହି ମନ୍ଦିରରେ ପୂଜା ପାଉଥିବା ଗୋପୀନାଥ ଜୀଉ ୭୦ ମାଣ ଜମିର ମାଲିକ। ଏହି ଜମିରୁ ସଂଗୃହୀତ ହେଉଥିବା ଧାନକୁ ନେଇ ଅଦ୍ୟାବଧି ଏହି ମନ୍ଦିର ପରିଚାଳିତ ହୋଇ ଆସୁଥିବା ବେଳେ ଏଠାରେ ନାନା ଅବ୍ୟବସ୍ଥା ଦେଖାଦେଇଛି। ମନ୍ଦିରର ସମ୍ପୂର୍ଣ୍ଣ ଦାୟିତ୍ୱ କପ୍ତିପଦା ଉପଜିଲାପାଳଙ୍କ ଉପରେ ନ୍ୟସ୍ତ ଥିବାବେଳେ ପୋଡାଡିହା ରାଜସ୍ବ ନିରୀକ୍ଷକ ଏହାର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଏହା ସତ୍ତ୍ୱେ ପରିଚାଳନାଗତ ତ୍ରୁଟି ପାଇଁ ମନ୍ଦିରର କାୈଣସି ଉନ୍ନତି ମୂଳକ କାମ ହୋଇପାରୁ ନାହିଁ ା ମନ୍ଦିର ଛାତରୁ ପାଣି ଝରୁଥିବା ବେଳେ ଠାକୁରଙ୍କ ଧାନ ଅମାର ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ା ଯାହା ଦ୍ୱାରା ପ୍ରତି ବର୍ଷ ଏଥିପାଇଁ କୁଇଣ୍ଟାଲ କୁଇଣ୍ଟାଲ ଧାନ ନଷ୍ଟ ହେଉ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଠାକୁରଙ୍କ ଜମିକୁ କେତେକ ଲୋକ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରି ନେଇଥିବା ବେଳେ କେତେକ ଲୋକ ଜବରଦଖଲ କରି ରଖିଛନ୍ତି ା ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କାୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ପ୍ରଶାସନ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ମନ୍ଦିର ଭୁଶୁଡି ପଡିବାର ସ୍ଥିତି ସୃଷ୍ଟି ହୋଇଛି ା ୨୦୧୫ ଆର୍ଥିକ ବର୍ଷରେ ପୂର୍ବତନ ଉଦଳା ବିଧାୟକ ଗୋଲକ ନାଏକ ତାଙ୍କ ହାତ ପାଣ୍ଠିରୁ ୨ଲକ୍ଷ ଟଙ୍କା ମନ୍ଦିର ଛାତ ଗ୍ରେଡିଂ ଓ ରଙ୍ଗ ପାଇଁ ଦେଇଥିଲେ ମଧ୍ୟ ତାହା ଠିକ୍‌ ଭାବେ କାଯର୍‌ୟକାରୀ ହୋଇନାହିଁ ା ପାନ୍ଥଶାଳା ଛାତ ଭୂଶୁୁଡି ପଡିଲାଣି। ତେଣୁ ଗ୍ରାମବାସୀ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି। ଠାକୁରଙ୍କ ନାମରେ ଥିବା ୭୦ ମାଣ ଜମିକୁ ଅଞ୍ଚଳର କିଛି ଚାଷୀଙ୍କୁ ଚାଷ କରିବା ପାଇଁ ଦିଆଯାଇ ପ୍ରତି ମାଣରେ ୨ କୁଇଣ୍ଟାଲ ଧାନ ଆଦାୟ କରାଯାଇଥାଏ। ପ୍ରତିବର୍ଷ ଆଦାୟ ହେଉଥିବା ଧାନରେ ମନ୍ଦିରର ପରିଚାଳନା, ରକ୍ଷଣାବେକ୍ଷଣ, ପର୍ବପର୍ବାଣୀ ପାଳନ ସହିତ ପୂଜକ, ଟହଲିଆ, ପଲିଆଣୀ ଓ ଜଗୁଆଳିଙ୍କର ଦରମା ଦିଆଯିବାର ନିୟମ ରହିଛି ା ଠାକୁରଙ୍କ ଜମିରୁ ପ୍ରତିବର୍ଷ ଶହେ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଆଦାୟ ହେଉଥିବା ବେଳେ ପୂଜା ନିତିଆନୀ, ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଚନ୍ଦନଯାତ୍ରା, ଦେବସ୍ନାନ ପୂର୍ଣ୍ଣମା, ଝୁଲଣଯାତ୍ରା, ନନ୍ଦୋସତ୍ବ, ଗୋବର୍ଦ୍ଧନ, ରାସପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଗୀତା ଜୟନ୍ତୀ, ମକର, ପଣା ସଂକ୍ରାନ୍ତି ଓ ଦୋଳ ପୂର୍ଣ୍ଣିମା ଉସତ୍ବ ପାଳନ ସହିତ ପୂଜକ, ଟହଲିଆ, ପଲିଆଣୀ ଓ ଅମାର ଜଗୁଆଳୀଙ୍କ ଦରମା ବାବଦକୁ ପ୍ରତିବର୍ଷ ୪୦କୁଇଣ୍ଟାଲ ଧାନ ଖର୍ଚ୍ଚ ହେଉଛି ା ୬୦କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ବଳକା ରହୁଛି ା ତେବେ ସେ ଧାନ ବିକ୍ରୀରୁ ସଂଗୃହୀତ ଟଙ୍କା ଅଦ୍ୟାବଧି ହେଉଛି କ’ଣ, ରହୁଛି କେଉଁଠି ସେ ସମ୍ପର୍କରେ ଗ୍ରାମବାସୀ କିମ୍ବା ମନ୍ଦିର ପରିଚାଳନା କମିଟି ପାଖରେ କୌଣସି ଖବର ନାହଁ ା ଏ ସମ୍ପର୍କରେ ମନ୍ଦିର ପରିଚାଳନା ବୋର୍ଡର ସଭାପତି ଗିରିଶ ଚନ୍ଦ୍ର ବାରିକ୍‌ଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ ନାମକୁ ମାତ୍ର ସମସ୍ତ କଥା ଉପଜିଲାପାଳ ବୁଝନ୍ତି ା ମାତ୍ର ପରିଚାଳନା କମିଟିର ସଭ୍ୟମାନେ ମନ୍ଦିର ଚର୍ତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ସହିତ ବିଭିନ୍ନ ପର୍ବପର୍ବାଣୀ ପାଳନ ନିମନ୍ତେ ପରିସର ମଧ୍ୟରେ ଏକ ଷ୍ଟେଜ୍‌ର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ପାଚେରୀ ନ ଥିବାରୁ ଏହା ଗୋରୁଗାଇ, ଛେଳି, କୁକୁରଙ୍କ ଚାରଣ ଭୂଇଁ ପାଲଟିଛି ା କୌଣସି ଗଛ ପରିସର ମଧ୍ୟରେ ରହୁନାହିଁ ା ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ମନ୍ଦିର ଜାଗାର ଜବରଦଖଲ ଉଚ୍ଛେଦ କରିବା ପାଇଁ ସେ ଦାବି କରିଛନ୍ତି ା ବର୍ତମାନ ମନ୍ଦିରର ପୂଜକଙ୍କୁ ମାସକୁ ମାତ୍ର ୩ଶହ ଟଙ୍କା ଓ ଦୁଇ କୁଇଣ୍ଟାଲ ଧାନ ଦିଆଯାଉଛି ା ସେହିପରି ଟହଲିଆଙ୍କୁ ୧୫୦, ପଲିଆଣୀଙ୍କୁ ୨୦୦ ଓ ଅମାର ଜଗୁଆଳିଙ୍କୁ ମାସକୁ ୩୦୦ଟଙ୍କା ଦରମା ଦିଆଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ା ପୂଜକ ବନମାଳୀ ପଣ୍ଡା ଓ ଜଗୁଆଳି ଅକ୍ଷୟ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଦରମା ଓ ନୀତି ପୂଜା ଖର୍ଚ୍ଚ ନିହାତି ବଢିବା ଆବଶ୍ୟକ। ମ୍ୟାନେଜର ଦାୟିତ୍ୱରେ ଥିବା ରାଜସ୍ବ ନିରୀକ୍ଷକ ଲକ୍ଷ୍ମୀପ୍ରସାଦ ନାୟକ କୁହନ୍ତି, ମୁଁ କେବଳ ଉପଜିଲାପାଳଙ୍କ ନିର୍ଦ୍ଦେଶରେ କାମ କରେ ା ମନ୍ଦିର ଓ ଅମାରର ମରାମତି, ପୂଜକଙ୍କ ଆଶ୍ରୟସ୍ଥଳୀ ଆଜବେଷ୍ଟସ୍‌ର ମରାମତି, ପାଚେରୀ ନିର୍ମାଣ, ପରିସର ମଧ୍ୟରେ ଷ୍ଟେଜ ନିର୍ମାଣ କାଯର୍‌ୟ ଆବଶ୍ୟକ ରହିଛି। ମୁଁ ଟ୍ରେନିଂ ଦେଢ ମାସ ଯାଇଥିବା ବେଳେ ତାପରେ ଖଜଣା ଆଦାୟ, ଇଲେକ୍ସନ ଡିଉଟି ଦାୟିତ୍ୱରେ ଥିବାରୁ ଚଳିତ ବର୍ଷ କିଛି ଧାନ ଆଦାୟ ହୋଇ ପାରି ନାହିଁ ା ପ୍ରତିବର୍ଷ ବଳକା ଧାନର ଟଙ୍କା ଜମା ରହୁଛି ା ମାତ୍ର ଏ ସମସ୍ତ କାର୍ଯ୍ୟ ଦେବୋତ୍ତର ବିଭାଗର ନିର୍ଦ୍ଦେଶରେ ହେବ ା ଆମେ ପ୍ରସ୍ତାବ ଦେଇଛୁ, ପ୍ରସ୍ତାବ ମଞ୍ଜୁର ହେଲେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଭାଇ ଚଲାଉଥିଲେ ନକଲି ବିଦେଶୀ ମଦ କାରଖାନା

ଝାରସୁଗୁଡ଼ା ଅଫିସ,୧୦ା୧୦: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି ଚାଲିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିଥିଲା।...

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା: ଚିହ୍ନଟ ହୋଇ ନାହାନ୍ତି ୩ ସିନିୟର

ଭୁବନେଶ୍ୱର,୫।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ନେଇ ତଦନ୍ତ ଚାଲିଛି। ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ୩ଜଣ ସିନିୟର ଏଯାଏଁ...

ଶୋଭାଯାତ୍ରାରେ ବାଜିବନି ଡିଜେ

ଢେଙ୍କାନାଳ ଅଫିସ,୨୩ ।୧୧ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା...

ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ଭାଇରାଲ ଘଟଣା: ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ ଅଫିସ,୨୦ା୭: ସାଧାରଣ ନିର୍ବାଚନ ସମୟରେ ଜଣେ ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ୩...

ରାଜ୍ୟରେ ୫ରୁ ବଢିବ ବର୍ଷା

ଭୁବନେଶ୍ୱର,୩।୮(ବ୍ୟୁରୋ): ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା, ହିମାଳୟ ପାଦ ଦେଶରୁ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ। ୫ ତାରିଖ ବେଳକୁ ରାଜ୍ୟରେ ବର୍ଷାର...

ପୁରୀର ‘ନୂଆ ଯୁବରାଜ’ ନେଇ ଫଟୋ ଭାଇରାଲ ପ୍ରସଙ୍ଗ: ରାଜନଅର ପକ୍ଷରୁ ଖଣ୍ଡନ, ଫଟୋଟି ନୀଳଗିରି ଯୁବରାଜଙ୍କର

ପୁରୀ ଅଫିସ,୨୬।୯: ଗତ କିଛି ଦିନ ଧରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉତ୍ତରାଧିକାରୀ ବୋଲି ଜଣେ ବ୍ୟକ୍ତିଙ୍କୁ ପରିଚୟ ଦେଇ ଏକ ଫଟୋ...

ବୁରୁଧ୍‌ ଦମ୍ପତିର ହାତେ ନାତିର ଭବିଷତ୍‌

  ପର୍ଲା, ୨୮।୧ (ଡି.ଏନ୍‌.ଏ.)- ଦୁଇ ବଛର ଭିତରେ ମା’ବାପ୍‌କୁ ହେରେଇଛନ୍‌। ସାହାଭରସା କହେଲେ ବୁରୁଧ୍‌ ଅଜାଆଈ। ହେଲେ ଅଜାଆଈର ବଏସ୍‌ ବି ଅଧ୍‌କା ହେଲାନ।...

ଟ୍ରେନ୍‌ ଭିତରେ ଚାଲିଛି ଶିକ୍ଷାଦାନ

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀ ଗାଁ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖ ଦୂରରୁ...

Advertisement
Archives

Model This Week