ଭଙ୍ଗାଗଲା ମଙ୍ଗୁ ମଠ

ପୁରୀ ଅଫିସ, ୧୦।୧୨:ବହୁ ବାଦ ବିବାଦ ପରେ ଶେଷରେ ଉଚ୍ଛେଦ ହୋଇଛି ମଙ୍ଗୁ ମଠ। ସୋମବାର ମଠର ବ୍ୟବସାୟିକ କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମଠକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଥିଲା। ଏମିତି କି ହାଇକୋର୍ଟରେ ମଧ୍ୟ ମାମଲା ଦାଏର କରାଯାଇଥିଲା। ହେଲେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ଏହି ମଠର ବ୍ୟବସାୟିକ କୋଠାକୁ ସୁରକ୍ଷା ମିଳିପାରି ନ ଥିଲା। ପ୍ରଥମ ଦିନରେ ପ୍ରାୟ ୫୦ ପ୍ରତିଶତ ଭଙ୍ଗାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଆହୁରି ଦୁଇଦିନ ଲାଗିପାରେ ବୋଲି ପ୍ରଶାସନ କହିଛି।
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ଲଙ୍ଗୁଳି ମଠ, ଏମାର ମଠ ଏବଂ ବଡ଼ ଆଖଡା ମଠ ଭଙ୍ଗାଯିବା ପରେ ମଙ୍ଗୁ ମଠ ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇଥିଲା। ମଠର ବ୍ୟବସାୟିକ କୋଠା ମାପଚୁପ ମଧ୍ୟ କରିଥିଲା। ହେଲେ ଏହାକୁ ନେଇ ଏକାଧିକ ପ୍ରତିବନ୍ଧକ ସାମ୍ନାକୁ ଆସିଥିଲା। ମଙ୍ଗୁ ମଠ ଉଚ୍ଛେଦ ହେଲେ ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ଆଗମନ ସ୍ମୃତି ଲୋପ ପାଇଯିବ ବୋଲି ଦିଲ୍ଲୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଜିଲାପାଳଙ୍କୁ ଭେଟି ଜଣାଇଥିଲେ। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ମଠକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍‌ କରିଥିଲେ। ମଠରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ନିଜ ନିଜ ସ୍ତରରେ ଏହାକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ। ଏ ନେଇ ହାଇକୋର୍ଟରେ ମାମଲା ବି ଦାଏର ହୋଇଥିଲା। ଏହାସତ୍ତ୍ୱେ ପ୍ରଶାସନ ଦୁଇଦିନ ପୂର୍ବରୁ ମଠ ମହନ୍ତଙ୍କୁ ଡାକି ଉଚ୍ଛେଦ ସଂକ୍ରାନ୍ତରେ ଜଣାଇବା ସହ ଏଠାକାର ବ୍ୟବସାୟୀଙ୍କୁ ଜିନିଷପତ୍ର ଖାଲି କରିବାକୁ କହିଥିଲା। ରବିବାର ରାତି ସୁଦ୍ଧା ସବୁ ଜିନିଷପତ୍ର ଖାଲି ହେବା ପରେ ସୋମବାର ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ୪ ପ୍ଲାଟୁନ ଫୋର୍ସ, ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୋଠାକୁ ଭଙ୍ଗାଯାଇଥିଲା। ଏହି ମଠରେ ଗୋଟିଏ ଲଜ୍‌, ହୋଟେଲ, ରେଷ୍ଟୁରାଣ୍ଟ ସହ ପ୍ରାୟ ୨୦ଟି ଦୋକାନ ରହିଥିଲା। ଏ ନେଇ ଅତିରିକ୍ତ ଜିଲାପାଳ ଦାଶ କହିଛନ୍ତି, ମଠର ମନ୍ଦିର, ଗାଦିଘର ଓ ଠାକୁରଙ୍କ ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଆଉ ସବୁ ନିର୍ମାଣ ଭଙ୍ଗାଯିବ। ଏଥିପାଇଁ ସମସ୍ତଙ୍କ ସହ ଆଲୋଚନା ହୋଇଛି। ମଠ ଅନ୍ତେବାସୀଙ୍କୁ ଅନ୍ୟତ୍ର ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ବ୍ୟବସାୟୀମାନଙ୍କୁ ମଧ୍ୟ ଥଇଥାନ କରାଯିବ। ସେହିପରି ଉପଜିଲାପାଳ କହିଛନ୍ତି, ମଙ୍ଗୁ ମଠର ବ୍ୟବସାୟିକ କୋଠା ପ୍ରାୟ ୫୦ ପ୍ରତିଶତ ଭଙ୍ଗା ସରିଛି। ବ୍ୟକ୍ତିଗତ ପ୍ଲଟରୁ ଉଚ୍ଛେଦ ବେଳେ ମଣିକର୍ଣ୍ଣିକା ସାହିରେ ଯେଉଁ ବିଦ୍ୟୁତ୍‌ ଖୁଣ୍ଟ ଯୋଗୁ ସମସ୍ୟା ଉପୁଜୁଥିଲା ତାହାକୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?