ଭକ୍ତି ଆଣିଛି ସଂହତି

ଓଡାପଡା,୨୯ା୧୦
(ଦିନେଶ ଦାସ)

ସମଗ୍ର ଗାଁ ଏବେ ପାଲଟିଛି ଗୋଟିଏ ଗୋଷ୍ଠୀ। ସାହି ସାହି ଭିତରେ ଏବେ ନା ଅଛି ମତାନ୍ତର ନା ମନାନ୍ତର। ପୁରୁଣା ମାନ ଅଭିମାନକୁ ସତେ ଯେମିତି କେବେଠୁ ଭୁଲି ସାରିଲେଣି ଗ୍ରାମବାସୀ। ସମସ୍ତେ ଗୋଟିଏ ସୂତାରେ ଗୁନ୍ଥା। ରୀତି ଯୁଗୀୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ଭକ୍ତକବି ଦୀନକୃଷ୍ଣ ଦାସଙ୍କ କର୍ମଭୂମୀ ତଥା ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଏକଘରିଆ ଗ୍ରାମର ଆବାଳ ବୃଦ୍ଧବନିତା ଏବେ ପ୍ରଭୁ ଜଗନ୍ନାଥଙ୍କ ପ୍ରେମ ଓ ଭକ୍ତିରେ ବନ୍ଧା। ସେହି ଭକ୍ତି ହିଁ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି କରିଛି ଅପୂର୍ବ ସଂହତି। ଭକ୍ତି ଭାବ ମାଧ୍ୟମରେ କିପରି ସଂହତି ସୃଷ୍ଟି ହୋଇପାରେ, ତାହାର ଅନନ୍ୟ ନିଦର୍ଶନ ହେଉଛି ଏକଘରିଆ ଗାଁ।
କୁଷ୍ଠ ବ୍ୟାଧିଗ୍ରସ୍ତ ହେବା ପରେ ସାମାଜିକ ବିଦ୍ୱେଷର ଶିକାର ସହିତ ରାଜାଙ୍କ ଆକ୍ରୋଶ ଯୋଗୁ ଏକଦା ଶ୍ରୀକ୍ଷେତ୍ର ଧାମ ଛାଡି ବ୍ରାହ୍ମଣୀ ନଦୀ କୂଳ ତେନ୍ତୁଳିଡିହାରେ ଏକଘରିଆ ହୋଇ ଆଶ୍ରୟ ନେଇଥିଲେ ଦୀନକୃଷ୍ଣ ଦାସ। ସେଠାରେ ସେ ତାଙ୍କର ସାହିତ୍ୟ ସାଧନା ଜାରି ରଖିବା ସହିତ ଶେଷ ନିଃଶ୍ୱାସ ମଧ୍ୟ ତ୍ୟାଗ କରିଥିଲେ। ସେହିଦିନ ଠାରୁ ଉକ୍ତ ଅଞ୍ଚଳର ନାମ ଏକଘରିଆ ନାମରେ ପରିଚିତ। କ୍ରମେ ଏହା ରାଜସ୍ବ ଗ୍ରାମର ମାନ୍ୟତା ଲାଭ କରି ବାଙ୍ଗୁରସିଙ୍ଗ ପଞ୍ଚାୟତ ଅଧୀନରେ ରହିଛି। ମୋଟ୍‌ ୫ଟି ସାହିରେ ପ୍ରାୟ ୨୫୦ ପରିବାର ବାସ କରୁଥିବା ଏହି ଛୋଟିଆ ଗାଁରେ କିଛି ବର୍ଷ ହେବ ନିର୍ମାଣ ଚାଲିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ଭକ୍ତକବିଙ୍କ ସାଧନାକ୍ଷେତ୍ରକୁ ଏକ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଏହି ଛୋଟିଆ ଗାଁର ଉଚ୍ଚାଭିଳାସୀ ମଣିଷମାନେ। ଭକ୍ତକବିଙ୍କୁ ଶରଣ ଦେଇଥିବାରୁ ଉକ୍ତ ପୀଠର ନାମ ଶରଣ ଶ୍ରୀକ୍ଷେତ୍ର ରଖାଯାଇଛି। ପ୍ରାୟ ୭କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ଚାଲିଛି ଏହି କ୍ଷେତ୍ରର। କୌଣସି ସରକାରୀ ସାହାଯ୍ୟ ବିନା ଭକ୍ତ ଶ୍ରଦ୍ଧାଳୁଙ୍କ ସହଯୋଗରେ ଜାରି ରହିଛି ଏହି ବିଶାଳ କ୍ଷେତ୍ରର ନିର୍ମାଣ କାର୍ଯ୍ୟ। ଏଠାରେ ସୃଷ୍ଟି କରାଯାଇଥିବା ତୁଳସୀ ବନରୁ ପ୍ରତି ସପ୍ତାହରେ ଶ୍ରୀକ୍ଷେତ୍ରକୁ ପଠାଯାଉଛି ତୁଳସୀ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ତୁଳସୀ ସଂଗ୍ରହ କରାଯାଇ ପଠାଯାଉଛି। ଏଥିପାଇଁ ଶରଣ ଶ୍ରୀକ୍ଷେତ୍ରର ପୂଜକ ଚିଣ୍ଟଲ ବାବାଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ମୋଟର ସାଇକେଲର ବ୍ୟବସ୍ଥା କରାଯାଇ ତୁଳସୀ ସଂଗ୍ରହ କାର୍ଯ୍ୟରେ ଲଗାଯାଇଛି। ଏହି ଶରଣ କ୍ଷେତ୍ରର ନିର୍ମାଣ କାର୍ଯ୍ୟ ଏକଘରିଆ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ବେଳେ ଶ୍ରୀ ଜଗନ୍ନାଥ ଆଶ୍ରିତ ମଣ୍ଡଳୀ ଏଥିରେ ସହଯୋଗ ଜାରି ରଖିଛନ୍ତି। କେବଳ ଆର୍ଥିକ ସହଯୋଗ ନୁହେଁ, ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ନିର୍ମାଣ କାର୍ଯ୍ୟରେ ନିୟମିତ ଶ୍ରମ ଦାନ କରୁଛନ୍ତି। ଏବେ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ଏହି କ୍ଷେତ୍ରକୁ। ସେହି ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଏବେ ନିର୍ମାଣ କାର୍ଯ୍ୟ ଆଗକୁ ବଢି ଚାଲିଛି। ଖୁବ୍‌ଶୀଘ୍ର ଏହା ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବା ସହିତ ଦେଶ ବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ହେଲା, ଥଇଥାନ ହେଉନି: ଦୁର୍ଦ୍ଦଶାରେ ଉଠା ଦୋକାନୀ

ବଇଣ୍ଡା,୧୫ା୯(ଡି.ଏନ.ଏ) – କିଶୋରନଗର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଏବେ ଛାରଖାର ହୋଇଯାଇଛି। ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ...

ଅନୁଦାନ ମିଳିଲା, ଆଶଙ୍କାରେ ଉନ୍ନତି

ଢେଙ୍କାନାଳ ଅଫିସ,୧୮।୨: କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆସ୍ଥାନ ତଥା ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠର ଗର୍ଭଗୃହ ଦୁର୍ବଳ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଭିଜୁଛନ୍ତି...

ରୁପାବଳିଆରେ ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୪।୭ – କିଛି ଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଷଡ଼ଙ୍ଗୀ ରେଞ୍ଜ୍‌ ଯୋରନ୍ଦା ସେକ୍ସନ...

ତାଳଚେର କୋଭିଡ୍‌ ଡାକ୍ତରଖାନା ପ୍ରସ୍ତୁତ

ତାଳଚେର, ୨୧ା୪(ନି.ପ୍ର.) ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍‌ପିଟାଲରେ ସୋମବାର ସ୍ବତନ୍ତ୍ର କୋଭିଡ-୧୯ ଡାକ୍ତରଖାନା ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ...

ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ

ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ...

ଗିରଫଦାରି ଚିତ୍ର ଅସ୍ପଷ୍ଟ

ଢେଙ୍କାନାଳ ଅଫିସ୍‌/ ରାସୋଳ(ଡି.ଏନ୍‌.ଏ.), ୧୫ା୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାକୁ ଶୁକ୍ରବାର ୩ଦିନ ବିତିଥିବାବେଳେ ଗିରଫଦାରି ସମ୍ପର୍କରେ ପୋଲିସ ସ୍ପଷ୍ଟ...

ପାଟରପଦା ସରପଞ୍ଚ ବହିଷ୍କୃତ

ପରଜଙ୍ଗ, ୨୧।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ବହିଷ୍କୃତ ହୋଇଛନ୍ତି ସରପଞ୍ଚ ଦୁଃଶାସନ...

ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ...

Advertisement
Archives

Model This Week