ଭଉଣୀ ହତ୍ୟାକାରୀକୁ ଆଜୀବନ: ଭିଣୋଇ ନିର୍ଦ୍ଦୋଶରେ ଖଲାସ

ଆନନ୍ଦପୁର,୨୫। ୯(ସ୍ବ.ପ୍ର.): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ବୁଧବାର ଏକ ହତ୍ୟା ଘଟଣାର ରାୟ ପ୍ରକାଶ କରି ଭିଣୋଇକୁ ନିର୍ଦ୍ଦୋଶରେ ଖଲାସ ଏବଂ ଶାଳୀକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି। ଖଲାସ ହୋଇଥିବା ଭିଣୋଇ ହେଉଛନ୍ତି ଆନନ୍ଦପୁର ଥାନା ଅକରୁଆ ଗ୍ରାମର ରତ୍ନାକର ଜେନା ଏବଂ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଶାଳୀ ହେଉଛନ୍ତି ଜଗତସିଂହପୁର ଜିଲା ନାଉଗାଁ ଥାନା ମଛାଳୋ ଗ୍ରାମର ଉଲ୍ଲାସ ଦାସଙ୍କ ଝିଅ ଝୁନୁରାଣୀ ଦାସ।
ସୂଚନାଯୋଗ୍ୟ ଉଲ୍ଲାସ ଦାସଙ୍କ ବଡ ଝିଅ ନନ୍ଦିନୀ ଜେନା ଆନନ୍ଦପୁର ଥାନା ଅକରୁଆ ଗ୍ରାମର ରତ୍ନାକର ଜେନାଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ। ଉଭୟଙ୍କ ସଂସାର ଠିକ ଚାଲିଥିବାବେଳେ ରତ୍ନାକରଙ୍କ ସାନ ଶାଳି ଝୁନୁରାଣୀ ଆସି ଭିଣୋଇଙ୍କ ଘର ଅକରୁଆରେ ତାଙ୍କ ପାଖରେ ରହିଥିଲେ। ତା୨୭।୮।୨୦୧୭ରିଖରେ ରତ୍ନାକରଙ୍କ ସ୍ତ୍ରୀ ନନ୍ଦିନୀଙ୍କର ପେଟ କାମୁଡିଥିବା ନେଇ ଶାଳି ଝୁନୁରାଣୀ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ଚିକିତ୍ସା ହେବା ସତ୍ତ୍ୱେ ନନ୍ଦିନୀଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦପୁର ଥାନା ପକ୍ଷରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହିତ ତା୨୮।୮।୨୦୧୭ରିଖରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରେ ଡାକ୍ତରଖାନା ପକ୍ଷରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆନନ୍ଦପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା। ଏହି ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟି ଚିପା ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ଫଳରେ ଆନନ୍ଦପୁର ଥାନା ପକ୍ଷରୁ ଏସଆଇ ଶିବ ପ୍ରସାଦ ଆଇଚ ଘଟଣାର ତଦନ୍ତ କରି ପୋଲିସ ନିଜ ଆଡୁ ଦଫା ୩୦୨,୨୦୧ ଓ ୩୪ ଆପିସିରେ ଏକ ମାମଲା (ନଂ.୧୫୩/୨୦୧୮) ରୁଜୁ କରି ରତ୍ନାକର ଏବଂ ଝୁନୁରାଣୀଙ୍କୁ ଗିରଫ କରିଥିଲା। ଏହି ଘଟଣାର ବୁଧବାର ବିଚାର ହୋଇଛି। ସାକ୍ଷ ପ୍ରମାଣକୁ ଆଧାର କରି ଭିଣୋଇ ରତ୍ନାକର ଘଟଣା ଦିନ ଉପସ୍ଥିତ ଥିବାର ପ୍ରମାଣ ନ ମିଳିବାରୁ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଥିଲା ଏବଂ ଶାଳି ଝୁନୁରାଣୀଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଥିବା ଜଣାପଡିଛି। ଏହି ମାମଲାକୁ ସରକାରୀ ଆଇନଜୀବୀ ମହେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଲା

କେନ୍ଦୁଝର,୨୫।୬: (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫କୁ...

ସେପ୍ଟେମ୍ବର ୯ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର, ୧୧।୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଫଳରେ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିଛି।...

ପରୀ ହତ୍ୟାକାଣ୍ଡ ଘଟଣା: ମା’ ବାପାଙ୍କୁ ଆକ୍ରମଣ କରି ୧୪ ଗିରଫ

ନୟାଗଡ଼ ଅଫିସ,୨୬।୧୦: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁର ଗାଁରେ ଘଟିଥିବା ପରୀ ହତ୍ୟାକାଣ୍ଡ ଧୀରେଧୀରେ ବିବାଦୀୟ ହୋଇଚାଲିଛି। ଏଭଳିସ୍ଥଳେ ମୃତ ପରୀଙ୍କ ମା’ ବାପାଙ୍କୁ...

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପ ବଦଳିବ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପ ବଦଳିବ। ଶିକ୍ଷା ଭିତ୍ତିଭୂମିଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ କାମ...

ତଥ୍ୟ ସର୍ବଜନୀକରଣର ଭୂମିକା ଶୀର୍ଷକ କର୍ମଶାଳା: ପ୍ରଦୂଷଣ କମ୍‌ କର, ରେଟିଂ ନିଅ

ଅନୁଗୋଳ ଅଫିସ, ୧୦।୭-ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ‘ପରିବେଶ ପାରଦର୍ଶିତା ବୃଦ୍ଧି କରିବାରେ ତଥ୍ୟ ସର୍ବଜନୀକରଣର ଭୂମିକା’ ଶୀର୍ଷକ ଏକ କର୍ମଶାଳା ମଙ୍ଗଳବାର...

ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଚାଲିଛି ଗଛକଟା

ଦାରିଙ୍ଗବାଡ଼ି,୨୪।୮(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗରମ ବୃଦ୍ଧି ପାଇବା ସହ ଅସ୍ବାଭାବକି ଭାବେ ପାଣିପାଗର ପରିବର୍ତ୍ତନ ହେଉଛି। ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି...

ଟିକା ନେଇ ୨ ମାସର ଶିଶୁ ମୃତ

ଭଦ୍ରକ ଅଫିସ,୧୪।୭- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ବାଣିତିଆ ମୁକ୍ତିପଦା ଶାସନ ଗ୍ରାମର ଅରୁଣ ଦାସଙ୍କ ଦୁଇମାସର ପୁଅର ବୁଧବାର ସନ୍ଧ୍ୟାରେ ଜିଲା ମୁଖ୍ୟ...

ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥି ଘୋଷଣା: ବାଲେଶ୍ୱରରେ ମମତା, ତିର୍ତ୍ତୋଲରେ ହିମାଂଶୁ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ)-ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥି ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱର ସଦର ପାଇଁ...

Advertisement
Archives

Model This Week