ବ୍ୟାନ୍‌ ହେବନି ପେଟ୍ରୋଲ, ଡିଜେଲ କାର୍‌:ଗଡ଼କରୀ

ନୂଆଦିଲ୍ଲୀ,୬-୯: ସଙ୍କଟରେ ଥିବା ଅଟୋ ସେକ୍ଟରକୁ ସାନ୍ତ୍ୱନା ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି ଯେ, ମାନ୍ଦାବସ୍ଥାରୁ ବାହାରି ଆସିବା ଲାଗି ସରକାର ଏହି ସେକ୍ଟରକୁ ଯଥାସମ୍ଭବ ସହାୟତା କରିବେ। ଅଟୋ ସେକ୍ଟରରେ ଲାଗୁ ହୋଇଥିବା ଜିଏସ୍‌ଟି ହାର ହ୍ରାସ ଲାଗି ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ବ୍ୟାନ୍‌ କରିବେ ନାହିଁ। ଏ ନେଇ ଚିନ୍ତା ମଧ୍ୟ କରାଯାଇନାହିଁ ବୋଲି ସେ କହିଛନ୍ତି। କିନ୍ତୁ ପ୍ରଦୂଷଣ କମାଇବା ସରକାରଙ୍କ ପ୍ରାଥମିକତା ରହିଛି। ବିଏସ୍‌-୬ ଗାଡ଼ି ଚାଲିଲେ ପ୍ରଦୂଷଣ ମାତ୍ରା ଅନେକାଂଶରେ କମିବ ବୋଲି ଗଡ଼କରୀ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୩ ମାସ ମଧ୍ୟରେ ୫ ଲକ୍ଷ କୋଟି ଟଙ୍କାର ୬୮ ସଡ଼କ ପ୍ରକଳ୍ପ କାର୍ଯ୍ୟ ପାଇଁ ଠିକା ଦିଆଯିବ। ଏହାଦ୍ୱାରା ବାଣିଜି୍ୟକ ଗାଡ଼ି ଚାହିଦା ବଢ଼ିବ। ଉଲ୍ଲେଖଥାଉ କି, ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି ପ୍ରଚଳନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ସୂଚନା ପ୍ରକାଶ ପାଇଥିଲା। ନୀତି ଆୟୋଗ ତିନି ଚକିଆ ଗାଡ଼ିକୁ ୨୦୨୩ ଓ ୧୫୦ସିସିରୁ କମ୍‌ କ୍ଷମତାର ଦୁଇ ଚକିଆ ଗାଡ଼ିକୁ ୨୦୨୫ ସୁଦ୍ଧା ସଡ଼କରୁ ହଟାଇ ଦେବାକୁ ସୁପାରିସ୍‌ କରିଛି। ଏହା ସ୍ଥାନରେ ଇଲେକ୍ଟ୍ରିକ ଗାଡ଼ି ଆଣିବାକୁ ପ୍ରସ୍ତାବରେ କୁହାଯାଇଛି। ଗଡ଼କରୀ କହିଛନ୍ତି ଯେ, ଅଟୋ ସେକ୍ଟର ପାଇଁ ଫାଇନାନ୍ସ ବା ଋଣ ପ୍ରଦାନ ଏକ ବଡ଼ ସମସ୍ୟା ହୋଇଛି। ସରକାର ଏହାର ସମାଧାନ ଲାଗି ବ୍ୟସ୍ତ। ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥା ଏବଂ ଚାହିଦା-ଯୋଗାଣ ମଧ୍ୟରେ ତାଳମେଳ ନ ରହିବା କାରଣରୁ ଅଟୋମୋବାଇଲ ସେକ୍ଟର ମାନ୍ଦାବସ୍ଥାର ଶିକାର ହୋଇଛି ବୋଲି ସେ କହିଛନ୍ତି। ଅର୍ଥ ମନ୍ତ୍ରଣାଳୟର ସହାୟତା ମିଳିବା ପରେ ମାତ୍ର ୪ ମାସ ଭିତରେ ଏହି ସେକ୍ଟର ପୁନର୍ବାର ଭଲ ସ୍ଥିତିକୁ ଫେରି ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri