Posted inଖେଳ

ବ୍ୟାଡ୍‌ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ତତ୍ପରତା

ଭୁବନେଶ୍ୱର,୨୮।୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରରେ ବ୍ୟାଡ୍‌ମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଡାଲମିଆ ସିମେଣ୍ଟ୍ସ ଭାରତ ଲିମିଟେଡ ସହାୟତାର ହାତ ବଢ଼ାଇଛି। ଏଥିପାଇଁ ଡାଲମିଆ ସିମେଣ୍ଟ୍ସ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେଶନ (ପିଜିବିଏଫ୍‌)କୁ ସହାୟତା କରିବ। କର୍ପୋରେଟ ସୋସିଆଲ ରେସପନସିବିଲିଟି (ସିଏସ୍‌ଆର)କୁ ଦୃଷ୍ଟିରେ ରଖି ଏହି କମ୍ପାନୀ ପ୍ରଥମେ ୩୦ କୋଟି ଟଙ୍କା ପ୍ରଦାନ କରିବ। ବ୍ୟାଡମିଣ୍ଟର ପ୍ରଚାର ଓ ପ୍ରସାର ନିମନ୍ତେ ପୂର୍ବରୁ ରାଜ୍ୟ ସରକରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠ ପାଇଁ ପିଜିବିଏଫ୍‌ ସହ ବୁଝାମଣା କରିଥିଲେ।
ଏହି ବିଶ୍ୱସ୍ତରୀୟ ବ୍ୟାଡିମିଣ୍ଟନ ଏକାଡେମୀ ଓ ହାଇପରଫର୍ମାନ୍ସ ସେଣ୍ଟରର ରୂପରେଖ, ରୋଡମ୍ୟାପ୍‌, ଡିଜାଇନ ଓ ଭିଜନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ୍‌ୁ ଲୋକସେବା ଭବନରେ ଅବଗତ କରାଯାଇଥିଲା। ଆଗାମୀ ଡିସେମ୍ବରରେ ସେଣ୍ଟରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓ ଏହା ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହେବ। ଆସନ୍ତାବର୍ଷ ଡିସେମ୍ବରରୁ ହାଇ ପରଫର୍ମାନ୍ସ ସେଣ୍ଟରରେ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକରିବାର ଆରମ୍ଭ କରିବ। ଏହି ଏକାଡେମୀରେ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ଟ୍ରେନିଂ ଓ କୋଚିଂ ସୁବିଧା ପ୍ରଦାନ କରାଯିବ। କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ତଥା କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଏକାଡେମୀ ତଥା ସେଣ୍ଟର କାର୍ଯ୍ୟ କରିବ।
ଏନେଇ ଚାଲିଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି। ଗୋପୀଚାନ୍ଦଙ୍କ ଦୂରଦୃଷ୍ଟି ଓ ଡାଲମିଆ ଭାରତର ସହାୟତାରେ ଏହି ସେଣ୍ଟର ଦେଶର ଅନ୍ୟତମ ବିଶ୍ୱସ୍ତରୀୟ ଟ୍ରେନିଂ ସେଣ୍ଟରରେ ପରିଣତ ହେବ ବୋଲି ସେ କହିଛନ୍ତି। ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୩ ଏକର ଜମି ଯୋଗାଇଦେବେ। କେବଳ ସେତିକ ନୁହେଁ ରାଜ୍ୟ ସରକାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ମଲ୍ଟି ପରପୋଜ ବା ବହୁମୁଖୀ ଇନ୍‌ଡୋର ହଲ୍‌ ନିର୍ମାଣ କାର୍ଯ୍ୟ ଚାଲୁରଖିଛନ୍ତି। ଏହା ଆସନ୍ତା ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବ। ଶିଳ୍ପାନୁଷ୍ଠାନଗୁଡିକର ସହାୟତାରେ କ୍ରୀଡ଼ାର ପ୍ରଚାର ପ୍ରସାର ହେବା ଏକ ସକାରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି। ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସରକାର ସବୁବେଳେ ପ୍ରୟାସ କରିବ ଓ ଏଭଳି କାର୍ଯ୍ୟକ୍ରମ ହାତକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିଭିନ୍ନ କ୍ରୀଡ଼ାବର୍ଗରେ ରାଜ୍ୟ ସରକାର ହାଇପରଫର୍ମାନ୍ସ ସେଣ୍ଟର ସ୍ଥାପନ ପାଇଁ ଗତ କିଛିବର୍ଷ ହେବ ଅଗ୍ରାଧିକାର ଦେଇ ଆସୁଛନ୍ତି। ବ୍ୟାଡମିଣ୍ଟନରେ ଯୁବ ପ୍ରତିଭା ଚିହ୍ନଟ ଓ ସେଗୁଡିକର ବିକାଶ ପାଇଁ ଏହି ଏକାଡେମୀ କାର୍ଯ୍ୟ କରିବ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ପିଜିବିଏଫ୍‌ ପ୍ରତିଷ୍ଠାତା ତଥା କୋଚ୍‌ ପୁଲୋଲା ଗୋପୀଚାନ୍ଦ, ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଡାଲମିଆ ସିମେଣ୍ଟ୍ସ ମ୍ୟାନେଜିଂ ଡାଇରେକ୍ଟର ପୁନୀତ ଡାଲମିଆ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫର୍ମୁଲା-୨କୁ ଫେରିବେ ଅର୍ଜୁନ ମାଇନି

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ଆସନ୍ତା ଅଷ୍ଟ୍ରିଆ ଓ ସିଲଭରଷ୍ଟୋନ୍‌ ରାଉଣ୍ଡ ପାଇଁ ଏଫ୍‌ଆଇଏ ଫର୍ମୁଲା-୨ ଗ୍ରୀଡ୍‌କୁ ସାମୟିକ ଫେରିବେ ଯୁବ ଭାରତୀୟ ରେସର ଅର୍ଜୁନ ମାଇନି। ମଙ୍ଗଳବାର...

ଅଲିମ୍ପିକ୍ସରେ ଆଥ୍‌ଲେଟ ନିଜେ ପିନ୍ଧିବେ ମେଡାଲ

ଟୋକିଓ, ୧୫।୭- କୋଭିଡ୍‌-୧୯ ପାଇଁ ଏଥର ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ପରମ୍ପରା ଭାଙ୍ଗିବାକୁ ଯାଉଛି। ବିଭିନ୍ନ ଇଭେଣ୍ଟରେ କୃତିତ୍ୱ ହାସଲ କରିଥିବା ଆଥ୍‌ଲେଟମାନଙ୍କୁ ଅଲିମ୍ପିକ...

ଫାଇନାଲରେ ପ୍ରଜନେଶ

କ୍ୟାରି (ୟୁଏସ୍‌ଏ), ୧୬ା୧୧-ଚତୁର୍ଥ ସିଡ୍‌ ଭାରତର ପ୍ରଜନେଶ ଗୁଣେଶ୍ୱରନ ନର୍ଥ କାରୋଲିନାରେ ଚାଲିଥିବା କ୍ୟାରି ଚ୍ୟାଲେଞ୍ଜର ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ...

ବଜରଙ୍ଗଙ୍କଠାରୁ ଏବେ କେବଳ ବ୍ରୋଞ୍ଚ ଆଶା

ନୂଆଦିଲ୍ଲୀ,୬।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୫ତମ ଦିନ। ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ଫାଇନାଲ ପାଇଁ ଦୌଡ଼ରୁ ବାହାରି ଯାଇଛନ୍ତି। ସେମିଫାଇନାଲ ମ୍ୟାଚରେ ତାଙ୍କୁ...

କିରନ ମୋରେଙ୍କୁ କରୋନା

ମୁମ୍ବାଇ, ୭ା୪ (ପି.ଟି.)-ଭାରତର ପୂର୍ବତନ ଉଇକେଟକିପର ତଥା ମୁମ୍ବାଇ ଇଣ୍ଡିଆନ୍ସ ଟ୍ୟାଲେଣ୍ଟ ସ୍କାଉଟ୍‌ କିରଣ ମୋରେ କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟ ଦ୍ୱାରା ସ୍ପଷ୍ଟ...

ମୁମ୍ବାଇ ସିଟି ଏଫ୍‌ସି ସହ ରହିବେ ବିପିନ ସିଂ

ମୁମ୍ବାଇ, ୨୦ା୪ (ପି.ଟି.)- ଭାରତର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ବିପିନ ସିଂଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିବା ମୁମ୍ବାଇ ସିଟି ଏଫ୍‌ସି ତରଫରୁ ସୋମବାର...

ରିଟାୟର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଲିଟନ, ନଇମ ବଦଳ ଖେଳାଳିଭାବେ ମେହିଦି, ତାଇଜୁଲ ସାମିଲ

କୋଲକାତା,୨୩।୧୧(ପି.ଟି.)- ପ୍ରଥମ ଦିବାରାତ୍ର ଟେଷ୍ଟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ବାଂଲାଦଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ଓ ନଇମ ହାସନ ରିଟାୟାର୍ଡ ହର୍ଟ...

ସନ୍‌ରାଇଜର୍ସକୁ ହରାଇଲା ସୁପରକିଙ୍ଗ୍ସ

ଦୁବାଇ,୧୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

Advertisement
Ten Cric Info


Archives

Model This Week