ବ୍ୟାଟେରି ଚୋରି ରାକେଟ ସକ୍ରିୟ

ବନ୍ତ,୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଏବେ ବ୍ୟାଟେରି ଚୋରି ରାକେଟ ସକ୍ରିୟ ହୋଇଛନ୍ତି। ବିଭିନ୍ନ ସ୍ଥାନରୁ ବ୍ୟାଟେରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ସଖିପାଟଣା ଛକ ନିକଟରେ ଗୋଟିଏ ମିନି ଟ୍ରକ୍‌, ବନ୍ତ ବଜାର ଓ ପଧାନପଡ଼ା ଆଦି ସ୍ଥାନରେ ରହିଥିବା ଟ୍ରାକ୍ଟରରୁ ବ୍ୟାଟେରି ଚୋରି ହୋଇଯାଇଥିବା ଦର୍ଶାଯାଇଛି। ସେହିପରି ନିଳୋକ ବଜାରରୁ ଉପେନ୍ଦ୍ର ମିଶ୍ରଙ୍କ ଦୋକାନ ସମ୍ମୁଖରେ ଥିବା ଏକ ବାଇକ୍‌ରୁ ଦୁର୍ବୃତ୍ତମାନେ ବ୍ୟାଟେରି ଓ ଆଗ ଚକ ଚୋରି କରି ଗାଡ଼ିକୁ ୧ କି.ମି. ଦୂର କଲୋନି ସାହିସ୍ଥିତ ବୁଦା ନିକଟରେ ଫିଙ୍ଗି ଦେଇଥିଲେ। ବିଭିନ୍ନ ସ୍ଥାନରେ ଚୋରି ସମ୍ପର୍କରେ ବନ୍ତ ଥାନାରେ ଅଭିଯୋଗ ହେବାପରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ନାତକୋତ୍ତର ପରୀକ୍ଷାଫଳ: ୫ ବିଭାଗରେ ଛାତ୍ରୀ ଟପ୍ପର

ଭଦ୍ରକ ଅଫିସ, ୧୯।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶୁକ୍ରବାର ସ୍ନାତକୋତ୍ତର(ପିଜି) ପରୀକ୍ଷାଫଳ ପ୍ରକାଶ ପାଇଛି। ମୋଟ ୭ଟି ବିଭାଗ ମଧ୍ୟରୁ ୫ଟିରେ ଛାତ୍ରୀ ଟପ୍ପର...

ପୂର୍ବତନ ପ୍ରଶାସକଙ୍କ ଦେହାନ୍ତ

ଧାମନଗର,୩୦ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ବଙ୍କିମ ଚନ୍ଦ୍ର ରାଉତଙ୍କର ୮୪ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଗୁରୁବାର...

ତେଲ ଟ୍ୟାଙ୍କରରୁ ଚୋରା କେନ୍ଦୁପତ୍ର ଜବତ

ସଜନାଗଡ଼/ସୋର/ବାହାନଗା,୨୯।୮(ଡି.ଏନ.ଏ.)-ଅଭିନବ ଉପାୟରେ କେନ୍ଦୁପତ୍ର ଚୋରାଚାଲାଣ ହେବା ଘଟଣା ପଦାକୁ ଆସିଛି। ବୁଧବାର ଏକ କମ୍ପାନୀର ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଲୋଡ଼ ହୋଇ ଆସୁଥିବା ବନବିଭାଗ ବିଶେଷ...

ଆଇଟିଆର୍‌ ତଥ୍ୟ ଲିକ୍‌: ଅନ୍ତର୍ଜାତୀୟ ଲିଙ୍କ୍‌ ସନ୍ଦେହ: ଆନ୍ଧ୍ର ଗୋଇନ୍ଦା ବିଭାଗ, ବାୟୁସେନା ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ, ୨୮ା୨: ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌)ରୁ ତଥ୍ୟ ଲିକ୍‌ ଘଟଣାରେ ଅନ୍ତର୍ଜାତୀୟ ଲିଙ୍କ୍‌ ନେଇ ସନ୍ଦେହ ପ୍ରକାଶ ପାଇବା ପରେ ପୋଲିସ...

୨୦ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ବାହାନଗା, ୧୮।୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଆସନ୍ତା ୨୨ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ବ୍ଲକ ଅଧୀନ ୨୦ନଂ. ଜିଲା...

‘ଅଣ୍ଡା, ଚାଉଳ ଫେରାଇ ନିଅ, ସ୍କୁଲ ଚାଲୁ କର’

ଭୋଗରାଇ, ୯।୧୧(ଡି.ଏନ.ଏ.)-ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମୁଖରେ ସୋମବାର ବାରବାଟିଆ ଆଦିବାସୀ ପ୍ରାଥମିକ ବିଦ୍ୟାଳୟ ଓ ଘଣ୍ଟିଲୋଡ଼ି ପ୍ରାଥମିକ ବିଦ୍ୟାଳୟର...

ସଜଡ଼ା ଯାଉନି ଟ୍ରାନ୍ସଫର୍ମର

ଝୁମ୍ପୁରା, ୧୩।୫(ଡି.ଏନ.ଏ.)-ବିଦ୍ୟୁତ ବିତରକ କମ୍ପାନୀ ନେସ୍କୋର ମନମୁଖି ନୀତି ସୀମା ଟପିଗଲାଣି। ମେରିରାୟ ନୀତିରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ନେସ୍କୋ କେବଳ ବିଦ୍ୟୁତ ଦେୟ...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା ଅଫିସ, ୧ା୩- ବାରିପଦା ମଣ୍ଡଳ କାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲା ସିକମପୁର ଅଞ୍ଚଳର ସୁରଜ...

Advertisement
Archives

Model This Week