ବ୍ୟାଙ୍କ ସୁରକ୍ଷା ଯାଞ୍ଚ କଲା ପୋଲିସ

ବ୍ରହ୍ମପୁର ପୋଲିସ, ୩୧ା୭- ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା ରହିଥିବା ଯୋଗୁ ବିଗତ ଦିନରେ ଅନେକ ଗ୍ରାହକ ଠକେଇର ଶିକାର ହୋଇଥିବା ନଜିର ରହିଛି। ଏପରିକି ଗ୍ରାହକମାନେ ବିଭିନ୍ନ ସମୟରେ ବ୍ୟାଙ୍କରେ ନାନା ପ୍ରକାର ଠକେଇର ଶିକାର ହେଉଛନ୍ତି। ଗତ କିଛିଦିନ ତଳେ ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ଥିବା କାନରା ବ୍ୟାଙ୍କରେ ଜଣେ ଗ୍ରାହକଙ୍କୁ କେତେକ ଯୁବକ ଟଙ୍କା ଗଣିବା ବାହାନାରେ ତାଙ୍କର ୨୨ ହଜାର ଟଙ୍କା ଠକି ନେଇଥିଲେ। ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ଥାନା ଇଲାକାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡିକରେ ମଙ୍ଗଳବାର ପୋଲିସ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି। ମଙ୍ଗଳବାର ପୋଲିସର ବିଭିନ୍ନ ଟିମ ବିଭିନ୍ନ ବ୍ୟାଙ୍କକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାହକମାନଙ୍କୁ ଠକମାନେ ବ୍ୟାଙ୍କରେ କିପରି ଠକେଇ କରୁଛନ୍ତି ସେ ସମ୍ପର୍କରେ ଗ୍ରାହକମାନଙ୍କୁ ପୋଲିସ ସଚେତନ କରିଥିଲା। ବ୍ୟାଙ୍କରେ ଅଜଣା ବ୍ୟକ୍ତିଙ୍କୁ ଟଙ୍କା ଗଣିବା ପାଇଁ କିମ୍ବା ଜମା କରିବା ପାଇଁ ନ ଦେବାକୁ ପୋଲିସ ଗ୍ରାହକଙ୍କୁ ସଚେତନ କରିଛି। ସେହିପରି ଏଟିଏମରୁ ଟଙ୍କା ଉଠାଣ ବା ଜମା କରିବା ବେଳେ ଅଜଣା ଲୋକଙ୍କୁ ଏଟିଏମ କାର୍ଡ କିମ୍ବା ଗୁପ୍ତ ନମ୍ବର ନ ଦେବାକୁ ଗ୍ରାହକଙ୍କୁ ପୋଲିସ ପରାମର୍ଶ ଦେଇଥିଲା। ଯାଞ୍ଚ ବେଳେ ବିନା କୌଣସି କାମରେ ବ୍ୟାଙ୍କ ଭିତରେ ଥିବା ଲୋକମାନଙ୍କୁ ନ ରହିବାକୁ କୁହାଯାଇଥିଲା ା ଏସ୍‌ବିଆଇ, କାନରା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଭଳି ଅନେକ ସରକାରୀ ଓ ବେସରକାରୀ ବ୍ୟାଙ୍କରେ ପୋଲିସ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲା। କୌଣସି ଦୁର୍ଘଟଣା ଘଟିଲେ ବ୍ୟାଙ୍କରେ ଆଲରାମ ବାଜୁଛି କି ନାହିଁ, ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି କି ନାହିଁ, ଯଦି ସୁରକ୍ଷାକର୍ମୀ ଅଛି ତେବେ ସେମାନେ ବ୍ୟାଙ୍କର ସୁରକ୍ଷା ସାଙ୍ଗକୁ ଗ୍ରାହକଙ୍କ ସୁରକ୍ଷା ସମ୍ପର୍କରେ ତାଲିମପ୍ରାପ୍ତ କି ନାହିଁ ସେନେଇ ପୋଲିସ ଯାଞ୍ଚ କରିଥିଲା। ଏପରିକି ବ୍ୟାଙ୍କ ଭିତରେ ଓ ବାହାରେ ଖଞ୍ଜାଯାଇଥିବା ସିସି କେମେରା ଗୁଡିକ ଠିକ କାମ କରୁଛି କି ନାହିଁ ତାହାର ମଧ୍ୟ ପୋଲିସ ଯାଞ୍ଚ କରିଥିଲା। ବିଶେଷକରି ଗ୍ରାହକଙ୍କୁ ସଚେତନ କରାଇବା ସହ ଉଭୟ ବ୍ୟାଙ୍କ ଓ ଗ୍ରାହକଙ୍କ ସୁରକ୍ଷା ପାଇଁ ଏଭଳି ଯାଞ୍ଚ କରାଯାଉଛି ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୨୦ ଦେଶର ପ୍ରତିନିଧି

ଭୁବନେଶ୍ୱର, ୧୫।୫ (ବ୍ୟୁରୋ): ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶ...

ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯାଉଛି ଅସ୍ବାସ୍ଥ୍ୟକର ଖାଦ୍ୟ, ପ୍ୟାକେଟ୍‌ ଖୋଲିଦେବାକ୍ଷଣି ବାହାରିଲା ବିଛା

ପଦ୍ମପୁର,୨୫।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ବାସ୍ଥ୍ୟକର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଜଣେ ପ୍ରସୂତିଙ୍କୁ ରବିବାର ସକାଳେ ଦିଆଯାଇଥିବା ଜଳଖିଆ ପ୍ୟାକେଟ୍‌ରେ ଏକ...

ଶ୍ମଶାନ ଜମିରେ ଶବଦାହ ପିଣ୍ଡି ଭଙ୍ଗାକୁ ନେଇ ସୁନାଖଳାରେ ଉତ୍ତେଜନା: ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରଣପୁର,୫।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ରମ୍ଭାପଲ୍ଲୀ ଗ୍ରାମ ଠାରେ ଥିବା ଏକ ଶ୍ମଶାନ ଜମିକୁ ଜଣେ ବ୍ୟକ୍ତି ବହୁଦିନ ହେଲା ଜବରଦଖଲ...

ମାଛଧରା ବନ୍ଦରରେ ନୂତନ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯାଞ୍ଚ

ପାରାଦୀପ,୩୦ା୪(ସ୍ବ.ପ୍ର.): କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଯତିନ୍ଦ୍ରନାଥ ସ୍ବାଇଁ ଶୁକ୍ରବାର ପାରାଦୀପ ମାଛଧରା ବନ୍ଦର ଗସ୍ତରେ ଆସିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ...

୪ ଘର ଭାଙ୍ଗିଲେ ହାତୀପଲ

ପାଟଣା,୧୫ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନରେ ୨୨ ଟିକିଆ ବଣୁଆ ଝାଡ଼ଖଣ୍ଡି ହାତୀପଲ ଗୁରୁବାର ରାତିରେ ପାଟଣା ରେଞ୍ଜ ଛାଡ଼ି କରଞ୍ଜିଆ...

ମାରପିଟ୍‌ ଅଭିଯୋଗ, ୨ ମାମଲା ରୁଜୁ

ତାଳଚେର,୧୧ା୧୦(ନି.ପ୍ର.)- ଏମ୍‌ସିଏଲ୍‌ର ଭୁବନେଶ୍ୱରୀ କୋଇଲା ଖଣିରେ କୋଇଲା ପରିବହନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ମାରପିଟ ହୋଇଥିଲା। ଉଭୟ ପକ୍ଷ ଏ ନେଇ...

ପୁରୀରେ ପହଞ୍ଚିଲା ୮୨୦୦ ଇଭିଏମ୍‌

ପୁରୀ ଅଫିସ, ୫।୪: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ହାଇଦ୍ରାବାଦ ପ୍ରୋସେସିଂ ୟୁନିଟ୍‌ରୁ ୬ଟି ଟ୍ରକ ଯୋଗେ ୮୨୦୦ଟି...

ଟିକା ନ ନେଇ ବି ମିଳିଛି ପ୍ରମାଣପତ୍ର

ବନ୍ତ,୨୦।୫ (ଡି.ଏନ.ଏ.)- କୋଭିଡ୍‌ ଟିକା ନ ନେଇ ବି ଦମ୍ପତି ପାଇଛନ୍ତି ପ୍ରମାଣପତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଗ୍ରାମରେ। ପ୍ରମାଣପତ୍ର...

Advertisement
Archives

Model This Week