ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଏବଂ ଜିଲାସ୍ତରୀୟ ସମୀକ୍ଷା ବୈଠକ: ଶିକ୍ଷା, କୃଷି, ଗୃହ ଋଣ ହାର କମୁଥିବାରୁ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩ା୭: ବ୍ୟାଙ୍କଗୁଡିକ କେବଳ ଟଙ୍କା ଜମା ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଋଣ ଦେବା ନଁା ଧରୁନାହାନ୍ତି। ଯେଉଁଥିପାଇଁ ଜଗତ୍‌ସିଂହପୁର ଜିଲାରେ କ୍ରେଡିଟ୍‌ ଡେବିଟ୍‌ ଅନୁପାତ ୪୦%ରୁ କମ ରହୁଛି। ଏହା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ତେଣୁ ବ୍ୟାଙ୍କଗୁଡିକ ଋଣ ଦେବା ଉପରେ ଗୁରୁତ୍ୱ ଦିଅନ୍ତୁ। ବିଶେଷକରି ଶିକ୍ଷା, କୃଷି ଓ ଗୃହ ନିର୍ମାଣ ପାଇଁ ଋଣ ଦେବାକୁ ପ୍ରାଥମିକତା ଦିଅନ୍ତୁ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଏବଂ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ପୌରୋହିତ୍ୟ କରି ଜିଲାପାଳ ଏହା କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ବ୍ୟାଙ୍କଗୁଡିକ ଅଧିକ ୧% ଋଣ ପ୍ରଦାନ କରିବାକୁ ଜିଲାପାଳ ଉପସ୍ଥିତ ବ୍ୟାଙ୍କଗୁଡିକର ଶାଖା ପରିଚାଳକଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ଶିକ୍ଷା, କୃଷି ଓ ଗୃହ ନିର୍ମାଣ ହାର ଜାଣିବା ପାଇଁ ଚାହିଁଥିଲେ ସୁଦ୍ଧା କେହି କିଛି କହି ନ ଥିଲେ। ବ୍ୟାଙ୍କଗୁଡିକର ଶାଖା ପରିଚାଳକଙ୍କ ଏଭଳି ନୀରବତା ଜିଲାପାଳଙ୍କୁ ବିସ୍ମିତ କରିଥିଲା। ପରୋକ୍ଷରେ ବ୍ୟାଙ୍କଗୁଡିକ ଲୋକଙ୍କୁ ଋଣ ଦେବାରେ କୁଣ୍ଠାପ୍ରକାଶ କରୁଥିବା ବାରି ହୋଇ ଯାଉଛି ବୋଲି ଜିଲାପାଳ କହିଥିଲେ। ଜଗତ୍‌ସିଂହପୁର ଏକ ଶିକ୍ଷିତ ଜିଲା ହୋଇଥିବାରୁ ଶିକ୍ଷା ଋଣ ନେବା ପାଇଁ ଅଧିକାଂଶ ଇଚ୍ଛା ପ୍ରକାଶ କରିଥାନ୍ତି। କିନ୍ତୁ ବ୍ୟାଙ୍କ କର୍ମଚାରୀ ସେମାନଙ୍କୁ ନିରାଶ କରୁଛନ୍ତି। ଯେଉଁ କାରଣରୁ ଜିଲାରେ ଶିକ୍ଷା ଋଣ ହାର ବହୁତ କମ। ସେହିପରି ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା ହୋଇଥିବାରୁ କୃଷି ଋଣ ନେବା ପାଇଁ ଚାଷୀ ଚାହିଁ ବସିଥାନ୍ତି। ହେଲେ ଚାଷୀଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କଗୁଡିକ କୁଣ୍ଠାବୋଧ କରୁଛନ୍ତି। ବ୍ୟାଙ୍କଗୁଡିକ ପାଖରେ ଋଣ ପ୍ରଦାନ ସମ୍ପର୍କିତ କୌଣସି ତଥ୍ୟ ନ ଥିବାରୁ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ।
ଏଥିରେ ମିଶନ ଶକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ, ଯୁବ ଉଦ୍ୟୋଗୀ, ଚାଷୀଙ୍କୁ ଋଣ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ସରକାରଙ୍କ ଅନେକ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଲୋକେ ପାଇବା ଉଚିତ। ହିତାଧିକାରୀଙ୍କୁ ଋଣ ଓ ରିହାତି ଦେବା କ୍ଷେତ୍ରରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ବ୍ୟାଙ୍କରମାନେ ବିଭିନ୍ନ କ୍ଷେତ୍ରରେ ଆନ୍ତରିକତା ପ୍ରକାଶ କରୁ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ବ୍ୟାଙ୍କଗୁଡିକ ଋଣ ପ୍ରଦାନ ଉପରେ ବିଶେଷ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କ ଜୋନାଲ ମ୍ୟାନେଜରଏଚ୍‌. କେ. ଆରୋରା, ଏଲ୍‌ଡିଏମ୍‌ ସତୀଶ କୁମାର ପାତ୍ର, ପୂର୍ବତନ ଏଲ୍‌ଡିଏମ୍‌ ଅନିଲ ପଟ୍ଟନାୟକ, ଆର୍‌ବିଆଇ ପ୍ରତିନିଧି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ, ଏଡିଏମ୍‌ ନାବାର୍ଡ ବିଶ୍ୱଭୂଷଣ ମହାନ୍ତି, ଏଲ୍‌ଡିଓ ଖୁସିରାମ ସାହୁ, ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ପ୍ରମୁଖ ଉପସ୍ଥିତ ଥିଲେ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଗ୍ରାମାଞ୍ଚଳ ଆତ୍ମନିଯୁକ୍ତି ଯୋଜନାରେ ଯୁବତୀଯୁବକଙ୍କୁ କ୍ଷୁଦ୍ର ଋଣ ପ୍ରଦାନ, ଦକ୍ଷତା ବିକାଶ, ଅର୍ଥନୈତିକ ସାକ୍ଷରତା ଶିବିର, ଓଡ଼ିଶା ଜୀବିକା ମିଶନ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଆଧିକାର ବିକାଶ ନିଗମ, କୃଷି ଭିତ୍ତିକ କାର୍ଯ୍ୟକ୍ରମ, କିଶାନ କ୍ରେଡିଟ୍‌ କାର୍ଡ ଆଦି ଉପରେ ଆଲୋଚନା ହୋଇଥିଲା। ଶେଷରେ ଜିଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସତୀଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

ସରକାରୀ ଜମିରେ ଘର କରି ମାଡ଼ି ବସିଥିଲେ: ହଟିଲା ଜବରଦଖଲ

ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri