ବ୍ୟାଙ୍କ ମହାମିଶ୍ରଣରୁ ଛଟେଇ ଭୟ; ଆଶ୍ୱସନା ସତ୍ତ୍ୱେ ବିକ୍ଷୋଭରେ ସାମିଲ ହେଲେ କର୍ମଚାରୀ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ଶୁକ୍ରବାର ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବଡ଼ ଧରଣର ସଂସ୍କାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରକାଶ କରିଛନ୍ତି। ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ ବୋଲି ସେ କହିଛନ୍ତି। ତେବେ ଏହି ମହାମିଶ୍ରଣ ଯୋଗୁ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଅର୍ଥ ସଚିବ ରାଜୀବ କୁମାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥିରେ ବ୍ୟାଙ୍କ କର୍ମଚାରୀ ପ୍ରଭାବିତ ହୋଇଥିବା ମନେ ହେଉନାହିଁ। ଶନିବାର ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅର୍ଥମନ୍ତ୍ରୀ ସୀତାରାମନ୍‌ ବ୍ୟାଙ୍କ ମହାମିଶ୍ରଣ ସମ୍ପର୍କରେ ଘୋଷଣା କରିବା ପରେ ଅର୍ଥ ସଚିବ ରାଜୀବ କୁମାର କହିଥିଲେ ଯେ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମହାମିଶ୍ରଣ କରାଯିବା ଦ୍ୱାରା କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ଗତବର୍ଷ ଦେନା ବ୍ୟାଙ୍କ ଏବଂ ବିଜୟ ବ୍ୟାଙ୍କକୁ ବ୍ୟାଙ୍କ ଅଫ୍‌ ବରୋଦା ସହ ମିଶାଇ ଦିଆଯାଇଥିଲା। ଫଳରେ ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ ପ୍ରତିଷ୍ଠା ହୋଇପାରିଛି। ଏହି ମିଶ୍ରଣ ପରେ କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଇ ନାହିଁ। ଏହାକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି।
ତେବେ ସରକାରଙ୍କ ପ୍ରତିଶ୍ରୁତିକୁ ବ୍ୟାଙ୍କ କର୍ମଚାରୀମାନେ ସହଜ ଭାବେ ଗ୍ରହଣ କରିପାରିନାହାନ୍ତି। ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ କର୍ମଚାରୀମାନେ ହାତରେ କଳା ବ୍ୟାଚ୍‌ ପରିଧାନ କରି ବ୍ୟାଙ୍କ ମହାମିଶ୍ରଣକୁ ବିରୋଧ କରିଛନ୍ତି। ସେମାନେ ନିଜ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନିିଷ୍ପତ୍ତି ପ୍ରତ୍ୟାହାର କରିନେବା ଲାଗି ଦାବି ଜଣାଇଛନ୍ତି। ଆସୋସିଏଶନ ସାଧାରଣ ସମ୍ପାଦକ ସି.ଏଚ୍‌.ଭେଙ୍କଟଚଳମ କହିଛନ୍ତି ଯେ, ସରକାରଙ୍କ ପଦକ୍ଷେପ ଅସମୟରେ ହୋଇଛି। ଏଣୁ ଏହାର ପୁନଃସମୀକ୍ଷା ହେବା ଉଚିତ। ଆଗାମୀ ଦିନରେ ଆସୋସିଏଶନ ପକ୍ଷରୁ ଏକ ବିଶାଳ ର଼୍ୟାଲିର ଆୟୋଜନ କରାଯିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ୬ ବ୍ୟାଙ୍କକୁ ଅନ୍ୟ ୪ ବ୍ୟାଙ୍କ ସହ ମିଶାଇ ଦିଆଯିବା ଅର୍ଥ ସେମାନଙ୍କୁ ବନ୍ଦ କରିଦିଆଯିବ। ତାଙ୍କର କହିବାନୁଯାୟୀ ସରକାର ଏହାକୁ ବ୍ୟାଙ୍କ ମିଶ୍ରଣ କହୁଛନ୍ତି ସତ, କିନ୍ତୁ ଦୀର୍ଘ ବର୍ଷରୁ କାର୍ଯ୍ୟ କରିଆସୁଥିବା ୬ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍‌ ସେକ୍ଟରରୁ ଉଭାନ ହୋଇଯିବ। ୨୦୦୮ରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଛାଇ ଯାଇଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଯୋଗୁ ଘରୋଇ ବ୍ୟାଙ୍କିଙ୍ଗ୍‌ ସେକ୍ଟର ଏଥିରୁ ରକ୍ଷା ପାଇଯାଇଥିଲା ବୋଲି ଭେଙ୍କଟଚଳମ କହିଛନ୍ତି। ଆସନ୍ତା ୧୧ରେ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକଙ୍କ ଜୀବନକୁ ପରିବର୍ତ୍ତନ କରାଇଛି ବେଦାନ୍ତ

ଭୁବନେଶ୍ୱର,୨୦।୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି କମ୍ପାନୀର...

ପାଓ୍ବାର ପ୍ଲାଣ୍ଟରେ କୋଇଲା ଅଭାବ ଉତ୍କଟ

ନୂଆଦିଲ୍ଲୀ,୬।୧୦ – ଭାରତରେ ଚାଇନା ଭଳି ବିଦ୍ୟୁତ୍‌ ଶକ୍ତି ସଙ୍କଟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ଏହା ଶକ୍ତି କ୍ଷେତ୍ରର କାର୍ଯ୍ୟକଳାପକୁ ଠପ୍‌ କରିପାରେ। ବିଜୁଳି...

ଜୀ-ସାର୍ଥକର ନୂଆ ଟ୍ୟାଗ୍‌ଲାଇନ ଉନ୍ମୋଚିତ

ଭୁବନେଶ୍ୱର,୧।୬: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜୀ-ସାର୍ଥକର ନୂଆ ଟ୍ୟାଗ୍‌ଲାଇନ ‘ରଚିବା ନିତି କାଲିର ଭିତ୍ତି’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୪: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ ବା ଋଣସୁଧ ୩୫ ବେସିସ ପଏଣ୍ଟ ହ୍ରାସ...

ଡିସେମ୍ବର ୩୧ ସୁଦ୍ଧା ପାନ୍‌-ଆଧାର ସଂଯୋଗ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୬-୧୨: ଚଳିତ ବର୍ଷ ଶେଷ ସୁଦ୍ଧା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌)ର ଆଧାର ସହ ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ରବିବାର ଆୟକର ବିଭାଗ ପକ୍ଷରୁ ଏ ନେଇ...

ସଂସଦର ହାଲୁଆ ଉତ୍ସବ ବନ୍ଦ

ନୂଆଦିଲ୍ଲୀ,୩୦।୧: ଚଳିତ ବର୍ଷର (୨୦୨୨-୨୩) ସାଧାରଣ ବଜେଟ ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପନ ହେବ। ପ୍ରତିବର୍ଷ ବଜେଟ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବକୁ ଚଳିତ ବର୍ଷ...

ଚଳିତବର୍ଷ ହୋଇ ନ ପାରେ ବ୍ୟାଙ୍କ ଘରୋଇକରଣ

ନୂଆଦିଲ୍ଲୀ,୧୫।୬: ଚଳିତବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ଲାଗି ସରକାର ଅଗ୍ରସର ହୋଇ ନ ପାରନ୍ତି। ବ୍ୟାଙ୍କଗୁଡିକର ଭାଲ୍ୟୁଏଶନ ଏବଂ ଚାପଗ୍ରସ୍ତ ସମ୍ପତ୍ତି ବର୍ତ୍ତମାନ ଉଚ୍ଚରେ ରହିଛି।...

ଭାରତ-ଚାଇନା ଡିଜିଟାଲ ଯୁଦ୍ଧ ଆରମ୍ଭ

ନୂଆଦିଲ୍ଲୀ/ବେଜିଂ, ୩୦।୬: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହେବାପରେ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଏହାର ଫଳ ସ୍ବରୂପ...

Advertisement
Archives

Model This Week