ବ୍ୟାଙ୍କ ପରିଚାଳକଙ୍କୁ ଘେରିଲେ ମହିଳା

ବାହାନଗା, ୧୭।୭(ଡି.ଏନ.ଏ.)-ଋଣ ନ ପାଇ ବାହାନଗା ବ୍ଲକ ଚିତ୍ତଳ ଗ୍ରାମର ‘ଜୟ ମହାବୀର’ ମହିଳା ଗ୍ରୁପ୍‌ର ସଦସ୍ୟାମାନେ ମଙ୍ଗଳବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକଙ୍କୁ ଘେରିଥିଲେ। ଶାଖା ପରିଚାଳକଙ୍କ କଥାରେ ମହିଳାମାନେ ରାଜି ନ ହୋଇ ଶେଷରେ ଆକାଉଣ୍ଟ ବନ୍ଦ କରି ପଳାଇଥିଲେ।
୨ ବର୍ଷ ତଳେ ଏହି ଗ୍ରୁପ୍‌ ଗଠନ କରାଯାଇଥିଲା ା ଗ୍ରୁପ୍‌ ତରଫରୁ ଅଞ୍ଜି ଗ୍ରାମରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଖାତା ଖୋଲାଯାଇ ପ୍ରତ୍ୟେକ ସଦସ୍ୟା ମାସକୁ ଏକ ଶହ ଟଙ୍କା ଲେଖାଏଁ ଆଦାୟ କରି ବ୍ୟାରେ ଜମା କରନ୍ତି। ସେହି ଅନୁଯାୟୀ ୨ ବର୍ଷ ହେବା ପରେ ମହିଳାମାନେ ବ୍ୟାଙ୍କରୁ ଋଣ ନେଇ ସ୍ବାବଲମ୍ବୀ ହେବା ନିମନ୍ତେ ଆଗ୍ରହ କରି ବ୍ୟାଙ୍କ ଶାଖା ପରିଚାଳକଙ୍କ ସହିତ ଆଲୋଚନା କରିଥିଲେ। ବ୍ୟାଙ୍କ ମଧ୍ୟ ଋଣ ଦେବା ପାଇଁ ସହମତି ପ୍ରକାଶ କରିଥିଲେ। ତେବେ ସମସ୍ତ କାଗଜପତ୍ର କାମ ସାରି ସଦସ୍ୟାମାନେ ଗ୍ରୁପ୍‌ର ସଭାପତି ଯଶ୍ମିନ୍‌ ମହାଳିକ ଓ ସହ ସମ୍ପାଦିକା ଊର୍ମିଳା ମହାଳିକଙ୍କ ସହିତ ମଙ୍ଗଳବାର ଋଣ ନେବା ପାଇଁ ପୂର୍ବାହ୍ନ ୧୧ଟାରେ ବ୍ୟାଙ୍କକୁ ଆସିଥିଲେ। ଦିନ ସାରା ମହିଳାମାନେ ରହିବା ପରେ ବ୍ୟାଙ୍କର ଶାଖା ପରିଚାଳକ ସଞ୍ଜୟ ଦାସମହାପାତ୍ର ଗ୍ରୁପ୍‌କୁ ଋଣ ଦେବେ ନାହିଁ ବୋଲି କହିବାରୁ ମହିଳାମାନେ ପ୍ରତିବାଦ କରିବା ସହିତ ଶାଖା ପରିଚାଳକଙ୍କୁ ଘେରି ରହିଥିଲେ ା ତେବେ ଚିତ୍ତଳ ଗ୍ରାମର ଏହି ମହିଳା ଗ୍ରୁପର ସଦସ୍ୟାଙ୍କ ମଧ୍ୟରୁ ମଞ୍ଜୁଲତା ମହାଳିକ, ଜାନକୀ ମହାଳିକ, ତିଳୋତ୍ତମା ମହାଳିକ ୩ଜଣ ମହିଳା ପୂର୍ବରୁ ଗ୍ରାମର ବାବା ଆଖଣ୍ଡଳମଣି ମହିଳା ଗ୍ରୁପ୍‌ରେ ସଦସ୍ୟା ଥିଲେ। ମାତ୍ର ସେହି ଗ୍ରୁପ୍‌ ସଭାପତି ଅପର୍ଣ୍ଣା ମହାଳିକ ଓ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମହାଳିକ ନେତୃତ୍ୱରେ ଗ୍ରାମ୍ୟ ବ୍ୟାଙ୍କରୁ ୩ଲକ୍ଷ ୨୦ହଜାର ଟଙ୍କା ଋଣ ନେଇ ଦୀର୍ଘଦିନ ପର୍ଯ୍ୟନ୍ତ ଶୁଝି ନ ଥିଲେ। ପରେ ସେହି ଗ୍ରୁପ୍‌ରୁ ୩ଜଣ ମହିଳା ବାହାରି ଆସି ଗ୍ରାମର ନୂଆ କରି ଗଠନ ହୋଇଥିବା ମହାବୀର୍‌ ଗ୍ରୁପ୍‌ରେ ସାମିଲ ହୋଇ ପ୍ରତିମାସ ଟଙ୍କା ରଖୁଥିଲେ। ତେବେ ବ୍ୟାଙ୍କ ପରିଚାଳକ ଉପରୋକ୍ତ ମହିଳାମାନେ ପୂର୍ବ ଗ୍ରୁପରୁ ଋଣ ନେଇ ଶୁଝି ନ ଥିବାରୁ ସେମାନଙ୍କୁ ଋଣ ଦିଆଯିବ ନାହିଁ କହିବା ପରେ ୩ଜଣ ମହିଳା ବ୍ୟାଙ୍କ ପରିଚାଳକଙ୍କ ସହିତ କଥା ହୋଇ ୱାନ୍‌ ଟାଇମ୍‌ ସେଟଲ୍‌ ମେଣ୍ଟ ଅନୁଯାୟୀ କଟାକଟି ପରେ ଜଣକା ୫ ହଜାର ୭ଶହ ଟଙ୍କା ବ୍ୟାଙ୍କରେ ପରିଶୋଧ କରିବା ପାଇଁ ବ୍ୟାଙ୍କ ତରଫରୁ କହିବାରୁ ୩ଜଣ ମହିଳା ସେମାନଙ୍କ ଭାଗରେ ଟଙ୍କା ପରିଶୋଧ କରିଥିଲେ। ଏହାପରେ ମଙ୍ଗଳବାର ବ୍ୟାଙ୍କରୁ ଋଣ ନେବା ପାଇଁ ଆସିବାରୁ ସେହି ୩ ଜଣଙ୍କୁ ଆଉ ଋଣ ଦିଆଯିବ ନାହି ଶାଖା ପରିଚାଳକ କହିବାରୁ ମହିଳା ମାନେ ହୋହାଲ୍ଲା କରିବା ସହିତ ଶାଖାପରିଚାଳକ ଦାସମହାପାତ୍ରଙ୍କୁ ଘେରିଥିଲେ। ପରେ ଶାଖା ପରିଚାଳକ ଦାସ ମହାପାତ୍ର ୩ ଜଣଙ୍କୁ ବାଦ୍‌ ଦେଇ ଋଣ ଦେବା ପାଇଁ କହିଥିଲେ ମଧ୍ୟ ମହିଳାମାନେ ଆଉ ଏଠାରୁ ଋଣ ନେବେ ନାହିଁ କହିବା ସହିତ ବ୍ୟାଙ୍କରେ ଆକାଉଣ୍ଟ ବନ୍ଦ କରିଦେଇଥିଲେ। ସେହି ୩ଜଣ ମହିଳାଙ୍କର ଆଉ ବ୍ୟାଙ୍କରେ ଋଣ ଟଙ୍କା ବାକି ନାହିଁ ଓ ସେମାନଙ୍କ ନିକଟକୁ କୌଣସି ନୋଟିସ ବ୍ୟାଙ୍କ ତରଫରୁ ଦିଆଯିବ ନାହିଁ ବୋଲି ଲିଖିତ ଆକାରରେ ଦେବା ପରେ ମହିଳାମାନେ ଶାନ୍ତ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍‌କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍‌ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା...

ଭିତ୍ତିଭୂମି ଅଛି, ମିଳୁନି ପ୍ରୋତ୍ସାହନ: ଆଦିବାସୀ ହଳଦୀ ଚାଷୀ ଅବହେଳିତ

କେନ୍ଦୁଝର ୭|୧ – ବହୁ ବର୍ଷ ହେଲା ହଳଦୀ ଚାଷ କରି ଆସୁଛୁ। ଅଳ୍ପ ଜମିରେ ଏହି ଚାଷ କରୁଛୁ। ଏଥିପାଇଁ କିଏ ଆମକୁ ସହାୟତା...

ବିପଜ୍ଜନକ ହେଉଛି ଇ-ବର୍ଜ୍ୟବସ୍ତୁ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଇ(ଇଲେକ୍ଟ୍ରୋନିକ)-ବର୍ଜ୍ୟବସ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦିନକୁ ଦିନ ଇଲେକ୍ଟ୍ରୋନିକ ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ଏହାର ବର୍ଜ୍ୟବସ୍ତୁ ବଢ଼ିବାରେ ଲାଗିଛି। ତେବେ ଏହି ବର୍ଜ୍ୟବସ୍ତୁ...

ବାଚସ୍ପତି ନିରପେକ୍ଷ ହେବା ଜରୁରୀ: ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସୋମବାର ଅପରାହ୍ନଣରେ ଭାଜପା ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

ଅଲୋଡା ଶିଶୁକନ୍ୟା: ଅନ୍ଧାର ରାତିରେ ଚାଳିଆରୁ ଉଦ୍ଧାର ହେଲା ନବଜାତକ

ସଜନାଗଡ଼, ୮।୮(ଡି.ଏନ.ଏ.)-ଶିଶୁ କନ୍ୟା ପ୍ରତି ଘୃଣା ଭାବ ପୋଷଣ ନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ...

କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣକୁ ଅଗ୍ରାଧିକାର

ଭୁବନେଶ୍ୱର,୧୫-୧(ବ୍ୟୁରୋ): କୃଷିର ସର୍ବାଙ୍ଗୀନ ଉନ୍ନତି ତଥା କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଏବଂ...

୧୪ ସ୍ଥାନରେ ହେବ ଆର୍‌ଟି-ପିସିଆର୍‌ ଟେଷ୍ଟ ଲାବ୍‌

ଭୁବନେଶ୍ୱର,୫।୮(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଦ୍ୱିତୀୟ ଲହରର ଭୟାବହତା ଥିବା ବେଳେ ଚଳିତ ମାସ ଶେଷ ଆଡ଼କୁ ତୃତୀୟ ଲହର ଆସିବ ବୋଲି ହାଇଦ୍ରାବାଦ ଓ...

୮ ଜିଲାରେ ଲଘୁଚାପ ବର୍ଷା ନେଇ ଏଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ଦୁର୍ବଳ ହୋଇଯାଇଛି ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା,...

Advertisement
Archives

Model This Week