ବ୍ୟାଙ୍କ ପରିଚାଳକଙ୍କୁ ଘେରିଲେ ମହିଳା

ବାହାନଗା, ୧୭।୭(ଡି.ଏନ.ଏ.)-ଋଣ ନ ପାଇ ବାହାନଗା ବ୍ଲକ ଚିତ୍ତଳ ଗ୍ରାମର ‘ଜୟ ମହାବୀର’ ମହିଳା ଗ୍ରୁପ୍‌ର ସଦସ୍ୟାମାନେ ମଙ୍ଗଳବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକଙ୍କୁ ଘେରିଥିଲେ। ଶାଖା ପରିଚାଳକଙ୍କ କଥାରେ ମହିଳାମାନେ ରାଜି ନ ହୋଇ ଶେଷରେ ଆକାଉଣ୍ଟ ବନ୍ଦ କରି ପଳାଇଥିଲେ।
୨ ବର୍ଷ ତଳେ ଏହି ଗ୍ରୁପ୍‌ ଗଠନ କରାଯାଇଥିଲା ା ଗ୍ରୁପ୍‌ ତରଫରୁ ଅଞ୍ଜି ଗ୍ରାମରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଖାତା ଖୋଲାଯାଇ ପ୍ରତ୍ୟେକ ସଦସ୍ୟା ମାସକୁ ଏକ ଶହ ଟଙ୍କା ଲେଖାଏଁ ଆଦାୟ କରି ବ୍ୟାରେ ଜମା କରନ୍ତି। ସେହି ଅନୁଯାୟୀ ୨ ବର୍ଷ ହେବା ପରେ ମହିଳାମାନେ ବ୍ୟାଙ୍କରୁ ଋଣ ନେଇ ସ୍ବାବଲମ୍ବୀ ହେବା ନିମନ୍ତେ ଆଗ୍ରହ କରି ବ୍ୟାଙ୍କ ଶାଖା ପରିଚାଳକଙ୍କ ସହିତ ଆଲୋଚନା କରିଥିଲେ। ବ୍ୟାଙ୍କ ମଧ୍ୟ ଋଣ ଦେବା ପାଇଁ ସହମତି ପ୍ରକାଶ କରିଥିଲେ। ତେବେ ସମସ୍ତ କାଗଜପତ୍ର କାମ ସାରି ସଦସ୍ୟାମାନେ ଗ୍ରୁପ୍‌ର ସଭାପତି ଯଶ୍ମିନ୍‌ ମହାଳିକ ଓ ସହ ସମ୍ପାଦିକା ଊର୍ମିଳା ମହାଳିକଙ୍କ ସହିତ ମଙ୍ଗଳବାର ଋଣ ନେବା ପାଇଁ ପୂର୍ବାହ୍ନ ୧୧ଟାରେ ବ୍ୟାଙ୍କକୁ ଆସିଥିଲେ। ଦିନ ସାରା ମହିଳାମାନେ ରହିବା ପରେ ବ୍ୟାଙ୍କର ଶାଖା ପରିଚାଳକ ସଞ୍ଜୟ ଦାସମହାପାତ୍ର ଗ୍ରୁପ୍‌କୁ ଋଣ ଦେବେ ନାହିଁ ବୋଲି କହିବାରୁ ମହିଳାମାନେ ପ୍ରତିବାଦ କରିବା ସହିତ ଶାଖା ପରିଚାଳକଙ୍କୁ ଘେରି ରହିଥିଲେ ା ତେବେ ଚିତ୍ତଳ ଗ୍ରାମର ଏହି ମହିଳା ଗ୍ରୁପର ସଦସ୍ୟାଙ୍କ ମଧ୍ୟରୁ ମଞ୍ଜୁଲତା ମହାଳିକ, ଜାନକୀ ମହାଳିକ, ତିଳୋତ୍ତମା ମହାଳିକ ୩ଜଣ ମହିଳା ପୂର୍ବରୁ ଗ୍ରାମର ବାବା ଆଖଣ୍ଡଳମଣି ମହିଳା ଗ୍ରୁପ୍‌ରେ ସଦସ୍ୟା ଥିଲେ। ମାତ୍ର ସେହି ଗ୍ରୁପ୍‌ ସଭାପତି ଅପର୍ଣ୍ଣା ମହାଳିକ ଓ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମହାଳିକ ନେତୃତ୍ୱରେ ଗ୍ରାମ୍ୟ ବ୍ୟାଙ୍କରୁ ୩ଲକ୍ଷ ୨୦ହଜାର ଟଙ୍କା ଋଣ ନେଇ ଦୀର୍ଘଦିନ ପର୍ଯ୍ୟନ୍ତ ଶୁଝି ନ ଥିଲେ। ପରେ ସେହି ଗ୍ରୁପ୍‌ରୁ ୩ଜଣ ମହିଳା ବାହାରି ଆସି ଗ୍ରାମର ନୂଆ କରି ଗଠନ ହୋଇଥିବା ମହାବୀର୍‌ ଗ୍ରୁପ୍‌ରେ ସାମିଲ ହୋଇ ପ୍ରତିମାସ ଟଙ୍କା ରଖୁଥିଲେ। ତେବେ ବ୍ୟାଙ୍କ ପରିଚାଳକ ଉପରୋକ୍ତ ମହିଳାମାନେ ପୂର୍ବ ଗ୍ରୁପରୁ ଋଣ ନେଇ ଶୁଝି ନ ଥିବାରୁ ସେମାନଙ୍କୁ ଋଣ ଦିଆଯିବ ନାହିଁ କହିବା ପରେ ୩ଜଣ ମହିଳା ବ୍ୟାଙ୍କ ପରିଚାଳକଙ୍କ ସହିତ କଥା ହୋଇ ୱାନ୍‌ ଟାଇମ୍‌ ସେଟଲ୍‌ ମେଣ୍ଟ ଅନୁଯାୟୀ କଟାକଟି ପରେ ଜଣକା ୫ ହଜାର ୭ଶହ ଟଙ୍କା ବ୍ୟାଙ୍କରେ ପରିଶୋଧ କରିବା ପାଇଁ ବ୍ୟାଙ୍କ ତରଫରୁ କହିବାରୁ ୩ଜଣ ମହିଳା ସେମାନଙ୍କ ଭାଗରେ ଟଙ୍କା ପରିଶୋଧ କରିଥିଲେ। ଏହାପରେ ମଙ୍ଗଳବାର ବ୍ୟାଙ୍କରୁ ଋଣ ନେବା ପାଇଁ ଆସିବାରୁ ସେହି ୩ ଜଣଙ୍କୁ ଆଉ ଋଣ ଦିଆଯିବ ନାହି ଶାଖା ପରିଚାଳକ କହିବାରୁ ମହିଳା ମାନେ ହୋହାଲ୍ଲା କରିବା ସହିତ ଶାଖାପରିଚାଳକ ଦାସମହାପାତ୍ରଙ୍କୁ ଘେରିଥିଲେ। ପରେ ଶାଖା ପରିଚାଳକ ଦାସ ମହାପାତ୍ର ୩ ଜଣଙ୍କୁ ବାଦ୍‌ ଦେଇ ଋଣ ଦେବା ପାଇଁ କହିଥିଲେ ମଧ୍ୟ ମହିଳାମାନେ ଆଉ ଏଠାରୁ ଋଣ ନେବେ ନାହିଁ କହିବା ସହିତ ବ୍ୟାଙ୍କରେ ଆକାଉଣ୍ଟ ବନ୍ଦ କରିଦେଇଥିଲେ। ସେହି ୩ଜଣ ମହିଳାଙ୍କର ଆଉ ବ୍ୟାଙ୍କରେ ଋଣ ଟଙ୍କା ବାକି ନାହିଁ ଓ ସେମାନଙ୍କ ନିକଟକୁ କୌଣସି ନୋଟିସ ବ୍ୟାଙ୍କ ତରଫରୁ ଦିଆଯିବ ନାହିଁ ବୋଲି ଲିଖିତ ଆକାରରେ ଦେବା ପରେ ମହିଳାମାନେ ଶାନ୍ତ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri