ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ଗୋପାଳପୁର/କନିଷି,୧୭ା୪(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ସୋମବାର ରାତିରେ ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁନା ବେହେରା, ସୁରଜ ପରିଡା, ତୋଫାନ ଦାସ, ଲିଲୁ ଦଳେଇ, ଅମର କୁମାର ଦଳେଇ, ବିକ୍ରମ ଦାସ ଓ ମନୋଜ ଦାସ। ସେମାନଙ୍କଠାରୁ ଦୁଇଟି ବୋମା,  ୨ ଖଣ୍ଡା, ଗୋଟିଏ ଲୁହାରଡ ଜବତ କରାଯାଇଛି। କୁନାଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ଥାନାରେ ୨୨ ମାମଲା ରହିଥିବା ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି। ସୋମବାର ରାତିରେ ରଣ୍ଢା  ଓ ଚିକରଡା ରାସ୍ତାରେ ଥିବା ଏକ ନିର୍ମାଣାଧୀନ କୋଠାରେ ଅଭିଯୁକ୍ତମାନେ ରଣ୍ଢାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ପାଇଁ ଯୋଜନା କରୁଥିଲେ। ପୋଲିସ ଏହି ସୂଚନା ପାଇ ସେଠାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ଏ ନେଇ ଥାନାରେ ନଂ. ୧୧୧/୧୯ରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଏକାଧିକ ମାମଲାର ଅଭିଯୁକ୍ତ କୁନାଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ତାଙ୍କୁ କୋର୍ଟଚାଲାଣ କରାଯାଇଥିଲେ ମଧ୍ୟ ପରେ ଜାମିନରେ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ

ଭୋଗରାଇ,୧୩।୨,(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର...

ପରିସଂଖ୍ୟାନ ବିଭାଗ କାର୍ଯ୍ୟାଳୟରେ ତାଲା ଝୁଲୁଛି

ବାହାନଗା, ୩ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ଥିବା ଏକ ପରିସଂଖ୍ୟାନ କାର୍ଯ୍ୟାଳୟ ଭୂତକୋଠି ପାଲଟିଛି। କାର୍ଯ୍ୟାଳୟକୁ କୌଣସି କର୍ମଚାରୀ ଆସନ୍ତି ନାହିଁ ।...

ଦିଲ୍ଲୀରୁ ଗହଣା ଚୋରି ଅଭିଯୋଗରେ ୨ ଗିରଫ

ସୋର, ୨୭ା୭(ଡି.ଏନ.ଏ.)-ଦିଲ୍ଲୀରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସୋର ଥାନା ଅଧୀନ ରଘୁନାଥପୁର ଗ୍ରାମର କରୁଣାକର ଦାସଙ୍କୁ ସୋର...

ବଜ୍ରପାତରେ ଚାଷୀଙ୍କ ପ୍ରାଣ ଗଲା

ଭୋଗରାଇ, ୫।୮(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୋମବାର ଅପରାହ୍ନରୁ ଉତ୍ତର ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଭୋଗରାଇ ବ୍ଲକ କଲ୍ୟାଣପୁର ଗ୍ରାମରେ ବଜ୍ରପାତ ହେବାରୁ...

ପୂର୍ବତନ ୩ କାଉନସିଲର, ଯୁବ ସଭାପତିଙ୍କ ଇସ୍ତଫା

ସୋର, ୨୭।୨(ଡି.ଏନ.ଏ.): ପୌର ନିର୍ବାଚନ ଘୋଷଣା ହେବା ପରେ ସୋରରେ ପୌର ପରିଷଦର ୩ଜଣ ପୂର୍ବତନ କାଉନସିଲର ଏବଂ ପୂର୍ବତନ ଯୁବ ସଭାପତି ବିଜେଡିରୁ ଇସ୍ତଫା...

ଫେରୋକ୍ରୋମ ପ୍ଲାଣ୍ଟ ବନ୍ଦ ଯୋଗୁ ଶ୍ରମିକ ଅଶାନ୍ତି: ଆନ୍ଦୋଳନ ସଜବାଜ

ଯାଜପୁରରୋଡ,୨।୬(ନି.ପ୍ର)- ଯାଜପୁରରୋଡସ୍ଥିତ ଇଡକଲ ଫେରୋକ୍ରୋମ ଆଣ୍ଡ ଆଲଏଜ କାରଖାନା ଶୁକ୍ରବାର ମଧ୍ୟାହ୍ନ ପରଠାରୁ ବନ୍ଦ ହୋଇଯାଇଛି। ଫଳରେ ଯାଜପୁରରୋଡ ସମେତ ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି...

ନୋଟିସ୍‌ ପରେ ଦୋକାନ ସ୍ଥାନାନ୍ତର କଲେ ବ୍ୟବସାୟୀ

ଆନନ୍ଦପୁର,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକ ରାସ୍ତା ନିର୍ମାଣରେ ସୃଷ୍ଟି ହେଉଥିବା ସମସ୍ୟା ନେଇ ସରକାରୀ ଜାଗାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ ନିମନ୍ତେ...

ଆଜି ପହଞ୍ଚିବେ ନାକ୍‌ ଟିମ୍‌

ବାଲେଶ୍ୱର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ (ନାକ୍‌) ପିୟର ଟିମ୍‌ ପହଞ୍ଚିବେ। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ତଥା...

Advertisement
Archives

Model This Week